Posted inଜାତୀୟ

ଆଭ୍ୟନ୍ତରୀଣ ବାୟୁ ପ୍ରଦୂଷଣ ଅଧିକ ବିପଜ୍ଜନକ

ନୂଆଦିଲ୍ଲୀ,୩୧ା୮(ପି.ଟି.): ବାହ୍ୟ ବାୟୁ ପ୍ରଦୂଷଣ ତୁଳନାରେ ଘର ଭିତରର ବାୟୁ ପ୍ରଦୂଷଣ ସ୍ବାସ୍ଥ୍ୟ ପାଇଁ ଅଧିକ ବିପଜ୍ଜନକ ବୋଲି ବିଶେଷଜ୍ଞମାନେ କହିଛନ୍ତି। ବେଳେବେଳେ ପ୍ରଦୂଷିତ ଘରଗୁଡ଼ିକ ରହିଥିବା ଗାଁଠାରୁ ସହର ଅଧିକ ସ୍ବଚ୍ଛ ହୋଇଥାଏ। ଇଣ୍ଡିଆ କ୍ଲିନ୍‌ ଏୟାର ସମିଟ୍‌ (ଆଇସିଏଏସ୍‌), ୨୦୨୪କୁ ଉଦ୍‌ବୋଧନ ଦେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ପ୍ରମୁଖ ଉପଦେଷ୍ଟା ସୌମ୍ୟା ସ୍ବାମୀନାଥନ କହିଛନ୍ତି, ଘରେ ରହୁଥିବା ମହିଳାମାନେ ବ୍ଲାକ୍‌ କାର୍ବନ୍‌ର ସର୍ବୋଚ୍ଚ ସ୍ତର ଦ୍ୱାରା ପ୍ରଭାବିତ ହୋଇଥାନ୍ତି। ଦିଲ୍ଲୀର ପ୍ରଦୂଷିତ ବାୟୁରେ ଅଟୋରିକ୍ସାରେ ଯାତ୍ରା କରୁଥିବା ଲୋକମାନେ ଯେତିକି କଳା ଅଙ୍ଗାରକ ଦ୍ୱାରା ପ୍ରଭାବିତ ହୋଇଥାନ୍ତି, ଘରେ ରହିଥିବା ମହିଳାମାନେ ମଧ୍ୟ ସମାନ ପରିମାଣରେ ପ୍ରଭାବିତ ହୋଇଥାନ୍ତି। ଫଳରେ ସେମାନଙ୍କଠାରେ ରକ୍ତଚାପ ସମସ୍ୟା ଅଧିକ ଦେଖିବାକୁ ମିଳେ। ରାଜ୍ୟରେ ଉତ୍ସର୍ଜିତ ଅଙ୍ଗାରକର ୨୦ ପ୍ରତିଶତରୁ କମ୍‌ ସହରଗୁଡ଼ିକ ଛାଡ଼ିଥାନ୍ତି। ତେବେ ପରିବାରଗୁଡ଼ିକର ନିର୍ଗତ ହେଉଥିବା ଅଙ୍ଗାରକ ଉତ୍ସର୍ଜନ ପରିମାଣ ୨୦ରୁ ୪୦ ପ୍ରତିଶତ ମଧ୍ୟରେ ବୋଲି ସ୍ବାମୀନାଥନ କହିଛନ୍ତି। କଳା ଅଙ୍ଗାରକ ଦୀର୍ଘ ଶ୍ୱାସରୋଗ, ଫୁସ୍‌ଫୁସ୍‌ କ୍ୟାନ୍‌ସର, ନିମୋନିଆ, ଆଜ୍‌ମା, ହୃଦ୍‌ରୋଗ, କମ୍‌ ଓଜନର ଶିଶୁ ଜନ୍ମର କାରଣ ବୋଲି ବିଶେଷଜ୍ଞ କହିଛନ୍ତି। ବାୟୁ ପ୍ରଦୂଷଣ ଯୋଗୁ ଲୋକଙ୍କ ହାରାହାରି ଆୟୁ ୨.୩ ବର୍ଷ ହ୍ରାସ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

୪୦ କୋଟି ଟଙ୍କା ବିନିଯୋଗ କରି ନିଜ ବ୍ରାଣ୍ଡ୍ ପାଇଁ ନୂଆ ଅଧ୍ୟାୟ ଆରମ୍ଭ କଲେ ବିରାଟ କୋହଲି

ନୂଆଦିଲ୍ଲୀ,୮।୧୨: ଭାରତୀୟ କ୍ରିକେଟ୍ ତାରକା ବିରାଟ କୋହଲି ୮ ବର୍ଷର ପୁରୁଣା ସମ୍ପର୍କ ଭାଙ୍ଗି ଏକ ନୂଆ ବ୍ୟବସାୟିକ ଯାତ୍ରା ଆରମ୍ଭ କରିଛନ୍ତି। ସୋମବାର କୋହଲି...

ନବଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ, ମହଙ୍ଗା ପଡିଲା ‘୫୦୦ କୋଟି’ ମନ୍ତବ୍ୟ

ନୂଆଦିଲ୍ଲୀ,୮।୧୨: ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ‘୫୦୦ କୋଟି ଟଙ୍କାର ସୁଟକେସ୍’ ନେଇଥାଏ ବୋଲି ଅଭିଯୋଗ କରି ରାଜନୈତିକ ବିବାଦ ସୃଷ୍ଟି କରିଥିବା ପଞ୍ଜାବ କଂଗ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri