ଇଣ୍ଡୋମାକ୍‌ ଭୁବନେଶ୍ୱର ୨୦୨୫ ଉଦ୍‌ଘାଟିତ

ଭୁବନେଶ୍ୱର,୮।୧୧(ଅନୁରାଧା ମହାରଣା): ଭୁବନେଶ୍ୱରର ବରମୁଣ୍ଡା ପଡ଼ିଆଠାରେ ତିନି ଦିନିଆ ମେଗା ଇଣ୍ଡଷ୍ଟ୍ରିଆଲ ଇଭେଣ୍ଟ ଇଣ୍ଡୋମାକ୍‌ ଭୁବନେଶ୍ୱର ୨୦୨୫ ଶୁକ୍ରବାର ଉଦ୍‌ଘାଟିତ ହୋଇଛି। ଏହି ପ୍ରଦର୍ଶନୀକୁ ଓଡ଼ିଶା ସ୍ମଲ ସ୍କେଲ ଇଣ୍ଡଷ୍ଟ୍ରିଜ ଆସୋସିଏଶନ (ଓଏସ୍‌ଏସ୍‌ଆଇଏ) ସହ ସହଭାଗିତାରେ ଇଣ୍ଡୋମାକ୍‌ ବିଜ୍‌ନେସ୍‌ ସଲ୍ୟୁଶନ୍‌ସ ପକ୍ଷରୁ ଆୟୋଜନ କରାଯାଇଛି। ଏହି ବି୨ବି ଇଣ୍ଡଷ୍ଟ୍ରିଆଲ ମେଶିନେରୀ ଓ ଇଞ୍ଜିନିୟରିଂ ଏକ୍ସପୋ ଭାରତର ଉପତ୍ାଦନ ଓ ନିର୍ମାଣ କ୍ଷେତ୍ର ପାଇଁ ଏକ ଉଲ୍ଲେଖନୀୟ ଏକତ୍ରୀକରଣ ହେବା ପାଇଁ ପ୍ରତିଶ୍ରୁତି ଦେଉଛି। ଏହି ପ୍ରଦର୍ଶନୀରେ ଦେଶବ୍ୟାପୀ ୧୫୦ରୁ ଅଧିକ ପ୍ରତିଷ୍ଠିତ କମ୍ପାନୀ ଅଂଶଗ୍ରହଣ କରିଛନ୍ତି, ଯିଏ କି ଏକାଧିକ ଶିଳ୍ପ କ୍ଷେତ୍ରର ପ୍ରତିନିଧିତ୍ୱ କରୁଛନ୍ତି। ଭୁବନେଶ୍ୱର, କଟକ, ରାଉରକେଲା, ଝାରସୁଗୁଡା, ଅନୁଗୋଳ ଏବଂ ପୂର୍ବ ଭାରତ ଭଳି ପ୍ରମୁଖ ଶିଳ୍ପ କେନ୍ଦ୍ରଗୁଡ଼ିକରୁ ୧୫୦୦୦ରୁ ଅଧିକ ବ୍ୟବସାୟିକ ବ୍ୟକ୍ତିତ୍ୱ ଏହି ପ୍ରଦର୍ଶନୀରେ ଯୋଗଦେବେ ବୋଲି ଆଶା କରାଯାଉଥିବା ବେଳେ, ଏହି କାର୍ଯ୍ୟକ୍ରମ ଅଞ୍ଚଳରେ ସାର୍ଥକ ବ୍ୟବସାୟିକ ସଂଯୋଗ ବିକଶିତ କରିବା ଏବଂ ଶିଳ୍ପ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବା ପାଇଁ ଲକ୍ଷ୍ୟ ରଖିଛି। ଏ ସମ୍ପର୍କରେ ଇଣ୍ଡୋମାକ୍‌ ବି୨ବି ଇଣ୍ଡଷ୍ଟ୍ରିଆଲ ଆଣ୍ଡ ମେଶିନେରୀ ଏକ୍ସପୋ ୨୦୨୫ର ନିର୍ଦ୍ଦେଶକ ମନୀଷ ସିହ୍ନା କହିଛନ୍ତି, ‘ଡିଲର ଓ ଡିଷ୍ଟ୍ରିବ୍ୟୁଟରଙ୍କ ସମେତ ରାଜ୍ୟର ଶିଳ୍ପଗୁଡ଼ିକ ଏହି ଦୁଇ ଦିନିଆ ଇଭେଣ୍ଟରୁ ବହୁମାତ୍ରାରେ ଉପକୃତ ହେବେ। ପ୍ରଦର୍ଶନୀରେ ୧୧୦ରୁ ଅଧିକ ଅଂଶଗ୍ରହଣକାରୀଙ୍କ ଦ୍ୱାରା ବିଭିନ୍ନ ଆଧୁନିକ ଟେକ୍ନୋଲୋଜି ଓ ଯନ୍ତ୍ରପାତି ପ୍ରଦର୍ଶନ କରାଯିବ। ଓଏସ୍‌ଏସ୍‌ଆଇଏର ଅଧ୍ୟକ୍ଷ ସ୍ମରଜିତ ମହାନ୍ତି କହିଛନ୍ତି, ଓଡ଼ିଶାରେ ଏହା ହେଉଛି ପ୍ରଥମ ଏକ୍ସପୋ, ଯେଉଁଠାରେ ଇଞ୍ଜିନିୟରିଂ ଓ ମେଶିନେରୀ ସାମଗ୍ରୀଗୁଡ଼ିକୁ ପ୍ରଦର୍ଶିତ କରାଯାଉଛି। ଏହା ଆମର ଏମ୍‌ଏସ୍‌ଏମ୍‌ଇଗୁଡିକ ପାଇଁ ଲାଭଦାୟକ ହେବ। ଇଣ୍ଡୋମାକ୍‌ର ନିର୍ଦ୍ଦେଶକ ସୁଧୀର ଭୋଲେ, ଶ୍ରୀଯୁକ୍ତ ମନୀଷ ସିହ୍ନା, ସଚିନ ଶର୍ମା ଓ ସୁମିତ ପୋରୱାଲ ଏହି କାର୍ଯ୍ୟକ୍ରମର ଉଘ୍‌ଘାଟନୀ ସମାରୋହରେ ଉପସ୍ଥିତ ଥିଲେ। ଇଣ୍ଡୋମାକ୍‌ ଭୁବନେଶ୍ୱର ୨୦୨୫ ହେଉଛି ନୂତନ ଯନ୍ତ୍ରପାତି, ଇଞ୍ଜିନିୟରିଂ ପ୍ରଡକ୍ଟ, ଅଟୋମେଶନ ଟେକ୍ନୋଲୋଜି ଓ ମାନୁଫାକ୍ଚରିଂ ସଲ୍ୟୁଶନଗୁଡ଼ିକୁ ପ୍ରଦର୍ଶିତ କରୁଥିବା ଏକ ପ୍ରିମିୟମ ଇଣ୍ଡଷ୍ଟ୍ରିଆଲ ପ୍ଲାଟଫର୍ମ। ଏହି ଇଭେଣ୍ଟ ଏକ ଗତିଶୀଳ ପରିବେଶ ପ୍ରଦାନ କରୁଛି ଯେଉଁଠାରେ ଉପତ୍ାଦନକାରୀ, ଯୋଗାଣକାରୀ, ବ୍ୟବସାୟୀ ଓ ଶିଳ୍ପର କ୍ରେତାମାନେ ନୂଆ ବ୍ୟବସାୟିକ ସୁଯୋଗ ଓ ସହଭାଗିତାଗୁଡ଼ିକୁ ଅନ୍ବେଷଣ କରିବା ପାଇଁ ଗୋଟିଏ ଛାତ ତଳେ ଏକତ୍ରିତ ହୋଇଛନ୍ତି।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

କମେଣ୍ଟ୍ରିରୁ ଅବସର ନେଲେ ଶିବରାମ, ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ…

ନୂଆଦିଲ୍ଲୀ,୨୧ା୩: ଭାରତର ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ କମେଣ୍ଟ୍ରିରୁ ଅବସର ଘୋଷଣା କରିଛନ୍ତି। ହେଲେ ସେ ଅବସର ଘୋଷଣା ଲାଗି କରିଥିବା ସୋସିଆଲ ମିଡିଆ ପୋଷ୍ଟକୁ…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା…

ଅଷ୍ଟ୍ରେଲିଆକୁ ପରାସ୍ତ କରି ଜାପାନ ଚାମ୍ପିୟନ

ସିଡ୍‌ନୀ,୨୧ା୩: ଚଳିତ ମହିଳା ଏସିଆନ କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଜାପାନ ଚାମ୍ପିୟନ ହୋଇଛି। ଶନିବାର ଷ୍ଟାଡିୟମ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଫାଇନାଲରେ ମାଇକା ହାମାନୋଙ୍କ ଗୋଲ ବଳରେ ଜାପାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri