Categories: ଜାତୀୟ

ଭାରତ-ଚାଇନା ସଙ୍କଟ: ତିବ୍ବତ କାର୍ଡ ଖେଳିବେ କି ମୋଦି

ଧର୍ମଶାଳା,୬।୭: ଭାରତ ଚାଇନା ସଙ୍କଟ ମଧ୍ୟରେ ବୌଦ୍ଧ ଧର୍ମଗୁରୁ ଦଲାଇ ଲାମା ସୋମବାର ୮୫ ବର୍ଷରେ ପାଦ ଦେଇଛନ୍ତି। ଦଲାଇ ଲାମାଙ୍କୁ ନେଇ ତିବ୍ବତ କାର୍ଡ ଖେଳିବାକୁ ଭାରତ ପକ୍ଷରୁ ଚିନ୍ତା କରାଯିବା ସପକ୍ଷରେ କେତେକ ବୁଦ୍ଧିଜୀବୀ ମତପୋଷଣ କରିଛନ୍ତି। ଏହା ଦ୍ୱାରା ଚାଇନାର ଶକ୍ତି ହ୍ରାସ ପାଇବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଲାଇ ଲାମାଙ୍କ ଜନ୍ମ ଦିନରେ କିଭଳି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ସେନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ, ୧୯୩୫ ଜୁଲାଇ ୬ରେ ଚାଇନାର ତାକତ୍‌ସେରଠାରେ ଜନ୍ମଗ୍ରହଣ କରିଥିଲେ। ମାତା ଦିକି ତେସରିଂ ଏବଂ ପିତା ଚୋକେୟଙ୍ଗ୍‌ ତେସରିଂ ତାଙ୍କର ନାମ କରଣ ଲାହାମୋ ଥୋଣ୍ଡୁପ୍‌ ଭାବେ କରିଥିଲେ। ୧୯୫୯ ମାର୍ଚ୍ଚ ୩୦ରେ ସେ ଭାରତକୁ ଶରଣାର୍ଥୀ ଭାବେ ଆସିଥିଲେ। ସେହିବର୍ଷ ଏପ୍ରିଲ୍‌ ୧୮ରେ ସେ ଆସାମର ତେଜ୍‌ପୁରରେ ପହଞ୍ଚିଥିଲେ। ପରେ ହିମାଚଳପ୍ରଦେଶର ଧର୍ମଶାଳାରେ ସେ ୮୦ ହଜାରରୁ ଅଧିକ ତିବ୍ବତ ଶରଣାର୍ଥୀଙ୍କ ସହିତ ବାସ କରିବା ଆରମ୍ଭ କରିଥିଲେ। ଦଲାଇ ଲାମାଙ୍କ ଉଦ୍ୟମରେ ୨ଶହରୁ ଅଧିକ ବୌଦ୍ଧ ସ୍ତୁପର ବିକାଶ ହୋଇପାରିଛି।

Share