Categories: ବାଣିଜ୍ୟ

ମହଙ୍ଗା ହେଲା ଇଣ୍ଡିଗୋ ବିମାନ ଟିକେଟ୍‌; ୩୦୦ରୁ ୧୦୦୦ ଯାଏ ବଢ଼ିଲା ଦାମ…

ନୂଆଦିଲ୍ଲୀ,୬।୧୦: ଭାରତର ସବୁଠାରୁ ବଡ଼ ବିମାନ କମ୍ପାନୀ ‘ଇଣ୍ଡିଗୋ’ ଏହାର ଟିକେଟ ଦାମ ବୃଦ୍ଧି କରିଛି। ବିମାନ କମ୍ପାନୀ ଏବେ ଘରୋଇ ଏବଂ ଅନ୍ତର୍ଜାତୀୟ ଉଭୟ ରୁଟ୍‌ ଲାଗି ଫ୍ଳାଇଟ୍‌ର ଟିକେଟ୍‌ ଦାମକୁ ୩୦୦ରୁ ୧୦୦୦ ଟଙ୍କା ଯାଏ ବଢ଼ାଇଛି। ତେବେ ଅତିରିକ୍ତ ବିମାନ ଟର୍ବାଇନ ଇନ୍ଧନ(ଏଟିଏଫ୍‌) ଚାର୍ଜ ଆଦାୟ କରିବାକୁ କମ୍ପାନୀ ଏଭଳି ନିଷ୍ପତ୍ତି ନେଇଛି। ଅକ୍ଟୋବର ୬ରୁ ଅର୍ଥାତ ଆଜିଠାରୁ ଏହି ନୂଆ ଦର ଲାଗୁ ହୋଇଛି।

ଇଣ୍ଡିଗୋ ପକ୍ଷରୁ ପ୍ରେସବାର୍ତ୍ତାରେ କୁହାଯାଇଛି, ଏଟିଏଫ୍‌ ମୂଲ୍ୟ ଲଗାତାର ତିନି ମାସ ଧରି ବୃଦ୍ଧି ପାଉତିବା ଯୋଗୁ କମ୍ପାନୀ ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ତୈଳ ଚାର୍ଜ ଲଗାଇବାକୁ ବାଧ୍ୟ ହେଉଛି। ଏହି ମୂଲ୍ୟ ୬ ଅକ୍ଟୋବର ୨୦୨୩ ରାତି ୦୦.୦୧ରୁ ଲାଗୁ ହୋଇଯିବ।

ରାତି ୧୨ଟା ପରଠାରୁ ୦-୫୦୦ କିମି ଲାଗି ୩୦୦ ଟଙ୍କା, ୫୦୧-୧୦୦୦ କିମି ଲାଗି ୪୦୦ ଟଙ୍କା, ୧୦୦୧-୧୫୦୦ କିମି ଲାଗି ୫୫୦ ଟଙ୍କା, ୧୫୦୧-୨୫୦୦ କିମି ଲାଗି ୬୫୦ ଟଙ୍କା, ୨୫୦୧-୩୫୦୦ କିମି ଲାଗି ୮୦୦ ଟଙ୍କା, ୩୫୦୧ କିମିରୁ ଅଧିକ ଲାଗି ୧୦୦୦ ଟଙ୍କା ଚାର୍ଜ ଆଦାୟ କରାଯିବ। ତେବେ ଏହି ଦର ଦୀପାବଳି ଏବଂ ଦଶହରାରେ ଘରକୁ ଯାଉଥିବା ଯାତ୍ରୀଙ୍କ ଉପରେ ପ୍ରଭାବ ପକାଇବ ବୋଲି କୁହାଯାଉଛି।

Share