Posted inଜାତୀୟ

ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବିଳମ୍ବ ଓ ବାତିଲ: ବିନା ଖାଦ୍ୟରେ ୧୨ ଘଣ୍ଟା…

ନୂଆଦିଲ୍ଲୀ,୫ା୧୨: ଭାରତର ବୃହତ୍ତମ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଇଣ୍ଡିଗୋରେ ଅପରେସନାଲ ସମସ୍ୟା ହେତୁ ସାରା ଦେଶର ବିମାନବନ୍ଦରଗୁଡ଼ିକରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି। ଏହି ସମସ୍ୟା ଯୋଗୁଁ ୫୦୦ରୁ ଅଧିକ ବିମାନ ବାତିଲ ହୋଇଥିବାବେଳେ ହଜାର ହଜାର ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

Latest and Breaking News on NDTV

ଅନେକ ଯାତ୍ରୀ ୧୨ ଘଣ୍ଟାରୁ ଅଧିକ ସମୟ ଧରି ନିଜର ଲଗେଜ୍ ପାଇଁ ଅପେକ୍ଷା କରିଥିଲେ। ସେମାନଙ୍କୁ ଖାଦ୍ୟ କିମ୍ବା ପାଣି ମଧ୍ୟ ମିଳିନଥିଲା। ଦିଲ୍ଲୀ ବିମାନବନ୍ଦର ଟର୍ମିନାଲରେ ହଜାର ହଜାର ସୁଟକେସ୍ ପଡ଼ି ରହିଥିବା ଦେଖିବାକୁ ମିଳିଥିଲା। ଅନେକ ଯାତ୍ରୀ ତଳେ ଶୋଇ ରହିଥିଲେ ଏବଂ ଅସନ୍ତୋଷ ପ୍ରକାଶ କରି ଏୟାରଲାଇନ୍ସ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ।

Latest and Breaking News on NDTV

ଯାତ୍ରୀମାନେ ଏହି ପରିସ୍ଥିତିକୁ ଇଣ୍ଡିଗୋ ଦ୍ୱାରା “ମାନସିକ ନିର୍ଯାତନା” ବୋଲି କହିଛନ୍ତି। ସେମାନଙ୍କୁ କର୍ମଚାରୀଙ୍କ ଠାରୁ କୌଣସି ସ୍ପଷ୍ଟ ସୂଚନା ମିଳୁନଥିବା ଅଭିଯୋଗ ହୋଇଛି।

Latest and Breaking News on NDTV

ଦିଲ୍ଲୀ ବ୍ୟତୀତ ହାଇଦ୍ରାବାଦ ଏବଂ ଗୋଆ ବିମାନବନ୍ଦରରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ହାଇଦ୍ରାବାଦରେ ଉତ୍ତ୍ୟକ୍ତ ଯାତ୍ରୀମାନେ ଖାଦ୍ୟ ଓ ରହିବା ସୁବିଧା ନପାଇବାରୁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ଏୟାର ଇଣ୍ଡିଆର ଏକ ବିମାନକୁ ଅଟକାଇ ଦେଇଥିଲେ। ଗୋଆ ବିମାନବନ୍ଦରରେ ମଧ୍ୟ ଯାତ୍ରୀ ଓ ଇଣ୍ଡିଗୋ କର୍ମଚାରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

Latest and Breaking News on NDTV

କ୍ରୁ ସଦସ୍ୟଙ୍କ ଅଭାବ, ବୈଷୟିକ ସମସ୍ୟା ଏବଂ ଶୀତକାଳୀନ ପାଗ ଯୋଗୁଁ ଏହି ସଙ୍କଟ ସୃଷ୍ଟି ହୋଇଛି ବୋଲି ଇଣ୍ଡିଗୋ ସ୍ୱୀକାର କରିଛି। କେବଳ ଗୁରୁବାର ଦିନ ହିଁ ୫୫୦ରୁ ଅଧିକ ବିମାନ ବାତିଲ ହୋଇଥିଲା।

ଏହି ବ୍ୟାପକ ଅସୁବିଧା ପାଇଁ ଇଣ୍ଡିଗୋ ଗତକାଲି ରାତିରେ ଯାତ୍ରୀମାନଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛି। ସେବାକୁ ସ୍ୱାଭାବିକ କରିବା ପାଇଁ ଆଗାମୀ ଦୁଇ ତିନି ଦିନ ପର୍ଯ୍ୟନ୍ତ ବାତିଲ ଜାରି ରହିବ ବୋଲି କମ୍ପାନୀ ସତର୍କ କରାଇଛି ଏବଂ ଡିସେମ୍ବର ୮ ତାରିଖରୁ ବିମାନ ଚଳାଚଳ ସଂଖ୍ୟା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରୁ ଏବେ ପର୍ଯ୍ୟନ୍ତ କେତେ ଭାରତୀୟ ସୁରକ୍ଷିତ ଫେରିଛନ୍ତି ସ୍ବଦେଶ ସରକାର ଦେଲେ ତଥ୍ୟ

ନୂଆଦିଲ୍ଲୀ,୮।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ଏହାକୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

କାଲି ମିଳିବ ସୁଭଦ୍ରା ଟଙ୍କା, ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭ା୩: ଆସନ୍ତାକାଲି ଅର୍ଥାତ୍‌ ରବିବାର ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା। ଏନେଇ ଶନିବାର ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ୧ କୋଟି ୧୨…

ସରକାରଙ୍କ ବଡ଼ ଘୋଷଣା: ତୃତୀୟ ସନ୍ତାନ ଜନ୍ମ ହେଲେ ମିଳିବ ୨୫,୦୦୦ ଟଙ୍କା

ହାଇଦ୍ରାବାଦ୍‌,୭।୩: ଆନ୍ଧ୍ର ପ୍ରଦେଶ ସରକାର ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ବିଧାନସଭାରେ କହିଛନ୍ତି,ରାଜ୍ୟର ଜନ୍ମହାର ନିରନ୍ତର ହ୍ରାସ ପାଉଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri