Categories: ବାଣିଜ୍ୟ

ଇଣ୍ଡିଗୋକୁ ୫ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ,୨୯।୫: ଡାଇରେକ୍ଟୋରେଟ୍‌ ଜେନେରାଲ ଅଫ୍‌ ସିଭିଲ ଆଭିଏସନ(ଡିଜିସିଏ) ପକ୍ଷରୁ ଇଣ୍ଡିଗୋ ଏୟାରଲାଇନ ଉପରେ ୫ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି। ମେ’ ୭ ତାରିଖରେ ରାଞ୍ଚି ବିମାନବନ୍ଦରରେ ଜଣେ ଦିବ୍ୟାଙ୍ଗ ପିଲାକୁ ବିମାନଯାତ୍ରା କରିବାକୁ ରୋକିବା ଘଟଣାରେ ଡିଜିସିଏ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଡିଜିସିଏର ସୂଚନା ଅନୁସାରେ, ଏୟାରଲାଇନ ପକ୍ଷରୁ ଦିବ୍ୟାଙ୍ଗ ପିଲାଟିକୁ ଖରାପ ବ୍ୟବହାର ପ୍ରଦର୍ଶନ କରାଯାଇଥିଲା। ତେଣୁ ଭବିଷ୍ୟତରେ ଏୟାରଲାଇନ ପକ୍ଷରୁ ଏଭଳି ନ କରାଯିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏ ସମ୍ପର୍କରେ ଏୟାରଲାଇନ ସିଇଓ ରନଞ୍ଜୟ ଦତ୍ତ କହିଛନ୍ତି, ବୋର୍ଡିଂ ସମୟରେ ପିଲାଟି ପ୍ୟାନିକ୍‌ ଥିଲା। ତେଣୁ ଏୟାରପୋର୍ଟ ଷ୍ଟାଫ୍‌ଙ୍କୁ ଏଭଳି ପଦକ୍ଷେପ ନେବାକୁ ପଡ଼ିଥିଲା। ଏହାଛଡ଼ା ସେମାନଙ୍କ ପରିବାର ପାଇଁ ହୋଟେଲରେ ରହିବା ବ୍ୟବସ୍ଥା କରାଯାଇଥିଲା ଏବଂ ପରଦିନ ସକାଳୁ ତାଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚା ଯାଇଥିବା ଏୟାରଲାଇନ ପକ୍ଷରୁ କୁହାଯାଇଛି।

Share