Posted inଜାତୀୟ

ବିଶ୍ୱସ୍ତରୀୟ ଭିତ୍ତିଭୂମି ମିଳିଲେ କ’ଣ ହେବ, ଯଦି ଲୋକଙ୍କ ପାଖରେ ନାହିଁ ସାଧାରଣ ଜ୍ଞାନ

କୋଲକାତା/ଗୁୱାହାଟୀ,୨୦।୧: ଦେଶର ପ୍ରଥମ ହାଇଟେକ୍ ‘ବନ୍ଦେ ଭାରତ ସ୍ଲିପର’ ଏକ୍ସପ୍ରେସ୍‌ର ପରିଚାଳନା ଆରମ୍ଭ ହେବା ପୂର୍ବରୁ ଏହାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ହାୱଡ଼ା ଓ ଗୁୱାହାଟୀ ମଧ୍ୟରେ ଏହି ଟ୍ରେନର ଶୁଭାରମ୍ଭ କରିଥିଲେ। ତେବେ ଏହାର ମାତ୍ର କିଛି ଘଣ୍ଟା ମଧ୍ୟରେ ଏକ ଭାଇରାଲ୍ ଭିଡିଓ ସୋସିଆଲ୍ ମିଡିଆରେ ହଇଚଇ ସୃଷ୍ଟି କରିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ନୂଆ ଚକଚକିଆ କୋଚ୍‌ର ଚଟାଣରେ ପ୍ଲାଷ୍ଟିକ୍ ପ୍ୟାକେଟ୍‌, ଚାମଚ ଓ ଅନ୍ୟାନ୍ୟ ଆବର୍ଜନା ପଡ଼ି ରହିଛି।

ଟ୍ରେନ୍ ଚାଲିବା ପୂର୍ବରୁ ରେଳବାଇ ଅଧିକାରୀ ଅନନ୍ତ ରୂପାନଗୁଡ଼ି ଯାତ୍ରୀମାନଙ୍କୁ ସତର୍କ କରି କହିଥିଲେ, “ଯଦି ଆପଣଙ୍କ ପାଖରେ ଶୌଚାଳୟ ବ୍ୟବହାରର ଶିଷ୍ଟାଚାର ଅଛି ଏବଂ ସାର୍ବଜନୀନ ସମ୍ପତ୍ତି ପ୍ରତି ସମ୍ମାନ ଅଛି, ତେବେ ହିଁ ଏହି ଟ୍ରେନରେ ଯାତ୍ରା କରନ୍ତୁ।” କିନ୍ତୁ ପ୍ରଥମ ଦିନର ଦୃଶ୍ୟ ପ୍ରମାଣିତ କରିଛି ଯେ, ଅନେକ ଯାତ୍ରୀଙ୍କ ପାଖରେ ନାଗରିକ ଜ୍ଞାନ ବା ‘ସିଭିକ ସେନ୍ସ’ର ଅଭାବ ରହିଛି।

ଭାଇରାଲ୍ ଭିଡିଓରେ ଉଦ୍‌ଘାଟନୀ ଯାତ୍ରା ସମୟରେ ହିଁ ଟ୍ରେନ୍‌କୁ ଏକ ‘ଡଷ୍ଟବିନ୍‌’ ଭଳି ବ୍ୟବହାର କରାଯାଇଥିବା ଦେଖିବାକୁ ମିଳିଛି। ବନ୍ଦେ ଭାରତ ସ୍ଲିପରର ୩-ଏସି ଭଡ଼ା ସାଧାରଣ ଟ୍ରେନ୍ (୧୫୦୦ ଟଙ୍କା) ତୁଳନାରେ ଯଥେଷ୍ଟ ଅଧିକ (୨୩୦୦ ଟଙ୍କା)। ଅଧିକ ଟଙ୍କା ଦେଇ ଯାତ୍ରା କରୁଥିବା ବ୍ୟକ୍ତିମାନେ ମଧ୍ୟ ସ୍ୱଚ୍ଛତା ପ୍ରତି ସଚେତନ ନଥିବାରୁ ଏହା ଏକ ଗମ୍ଭୀର ଚିନ୍ତାର ବିଷୟ ପାଲଟିଛି।

ଭିଡିଓ ଭାଇରାଲ୍ ହେବା ପରେ ରେଳବାଇ ପକ୍ଷରୁ କୁହାଯାଇଛି ଯେ, ରେଳ ସମ୍ପତ୍ତି ହେଉଛି ଜନସାଧାରଣଙ୍କ ସମ୍ପତ୍ତି। ଏହାର ସୁରକ୍ଷା ଓ ସ୍ୱଚ୍ଛତା ବଜାୟ ରଖିବା ପ୍ରତ୍ୟେକ ନାଗରିକର ଦାୟିତ୍ୱ।

ସୋସିଆଲ ମିଡିଆରେ ଲୋକେ ଏହାକୁ ନେଇ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ଜଣେ ବ୍ୟକ୍ତି ଲେଖିଛନ୍ତି, “ବିଶ୍ୱସ୍ତରୀୟ ଭିତ୍ତିଭୂମି ମିଳିଲେ କ’ଣ ହେବ, ଯଦି ଲୋକଙ୍କ ପାଖରେ ସାଧାରଣ ଜ୍ଞାନ ନାହିଁ।” ଅନ୍ୟ ଜଣେ ବ୍ୟକ୍ତି କଟାକ୍ଷ କରି ଲେଖିଛନ୍ତି, “ଏବେ କେବଳ ପାନ/ଗୁଟଖାର ଦାଗ ଲାଗିବା ବାକି ଅଛି।”

ଜାନୁଆରୀ ୨୨ ରୁ ଏହି ଟ୍ରେନର ନିୟମିତ ଚଳାଚଳ ଆରମ୍ଭ ହେବ। ମାତ୍ର ପ୍ରଥମ ଦିନରୁ ଯାତ୍ରୀଙ୍କ ଏଭଳି ଆଚରଣ ଭାରତୀୟ ରେଳବାଇର ଆଧୁନିକୀକରଣ ପଥରେ ଏକ ବଡ଼ ପ୍ରତିବନ୍ଧକ ଭାବେ ଉଭା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଭିତ୍ତିଭୂମି କ୍ଷେତ୍ରରେ ଅଭିବୃଦ୍ଧି: ଡିସେମ୍ବରରେ ୩.୭ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ,୨୦।୧: ଦେଶର ଶିଳ୍ପାୟନ କ୍ଷେତ୍ରରୁ ଭଲ ଖବର ଆସିଛି। ଭାରତର ୮ଟି ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରର ଅଭିବୃଦ୍ଧି ହାର ଡିସେମ୍ବର ମାସରେ ୩.୭ ପ୍ରତିଶତକୁ ବୃଦ୍ଧି...

ବାଇକ ଧକ୍କା ପରେ ଚାପିଦେଲା ଟ୍ରାକ୍ଟର, ୨ ବର୍ଷ ଶିଶୁର ମୃତ୍ୟୁ

ସୁନ୍ଦରଗଡ଼,୨୦।୧: ସୁନ୍ଦରଗଡ଼ ସହରରେ ମଙ୍ଗଳବାର ଏକ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି। ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ଏକ ଟ୍ରାକ୍ଟର ଚଢ଼ିଯିବା ଫଳରେ ୨ ବର୍ଷର...

ଶେୟାର ବଜାରରେ ହାହାକାର: ୧୦୦୦ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକଙ୍କ ୭.୬୭ ଲକ୍ଷ କୋଟି ଟଙ୍କା ସ୍ଵାହା

ମୁମ୍ବାଇ,୨୦।୧: ସପ୍ତାହର ଦ୍ଵିତୀୟ କାର୍ଯ୍ୟ ଦିବସରେ ଭାରତୀୟ ଶେୟାର ବଜାରରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଆଇଟି, ଅଟୋମୋବାଇଲ୍ ଏବଂ ରିଏଲ୍ ଇଷ୍ଟେଟ୍ କ୍ଷେତ୍ରର...

ବୁଲା କୁକୁର ମାମଲା: ମେନକା ଗାନ୍ଧୀଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ଉଠାଇଲେ ଏପରି ପ୍ରଶ୍ନ

ନୂଆଦିଲ୍ଲୀ,୨୦ା୧: ବୁଲା କୁକୁର ମାମଲାରେ ପ୍ରାଣୀ ଅଧିକାର କର୍ମୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀଙ୍କୁ ସୁପ୍ରିମକୋର୍ଟ କଡ଼ା ସମାଲୋଚନା କରିଛନ୍ତି। ଏକ ପଡକାଷ୍ଟରେ...

ଓଡ଼ିଶା ନାଁ ନେଇ ଏମିତି କଥା କହିଲେ ପ୍ରଧାନମନ୍ତ୍ରୀ ମୋଦି: ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପାର ନୂଆ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୁଁ ବିଶ୍ୱର ସର୍ବବୃହତ ରାଜନୈତିକ ଦଳର...

ନୀତିନ ନବୀନ କହିଲେ ରାଜନୀତି ଲଙ୍ଗ ମାରାଥନ, ଏଠି ସ୍ପିଡ ନୁହେଁ ଷ୍ଟାମିନାର ଟେଷ୍ଟ ହୋଇଥାଏ

ନୂଆଦିଲ୍ଲୀ,୨୦।୧: ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ, ନୀତିନ ନବୀନ ପ୍ରଥମ ଥର ପାଇଁ ଦଳୀୟ କର୍ମୀ ଏବଂ ନେତାମାନଙ୍କୁ ସମ୍ବୋଧିତ କରିଥିଲେ। ସେ କହିଥିଲେ...

ଭାରତୀୟ ରେଳବାଇର ନୂଆ ନିୟମ, ଟ୍ରେନରେ ଅଧିକ ଘିଅ ନେଇ ଯାତ୍ରା କଲେ ଜେଲ୍…

ନୂଆଦିଲ୍ଲୀ,୨୦।୧: ଯାତ୍ରୀଙ୍କ ପାଇଁ ଭାରତୀୟ ରେଳବାଇର ଅନେକ ନିୟମ ରହିଛି । କିଛି ନିୟମ ବିଷୟରେ ଅବଗତ ହେବା ଉଚିତ, କାରଣ ଏକ ଛୋଟ ଭୁଲ...

ନୀତିନ ନବୀନ ମୋ ବସ୍‌, ମୁଁ ଜଣେ….ଭାବପ୍ରବଣ କରିଦେଲେ ମୋଦି

ନୂଆଦିଲ୍ଲୀ,୨୦।୧: ନୀତିନ ନବୀନ ମଙ୍ଗଳବାର ଆନୁଷ୍ଠାନିକ ଭାବରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଗ୍ରହଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,ଭାଜପା ଏପରି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri