Posted inଖେଳ

ଡେନ୍‌ମାର୍କ ଓ ଫ୍ରେଞ୍ଚ୍‌ ଓପନରୁ ଓହରିଲେ ଭାରତର ଷ୍ଟାର୍‌ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରଣୟ

ଓଡେଞ୍ଜ(ଡେନ୍‌ମାର୍କ),୧୭ା୧୦: ପିଠିରେ ଆଘାତ ଯୋଗୁ ଭାରତର ଷ୍ଟାର୍‌ ବ୍ୟାଡ୍‌ମିଣ୍ଟନ ଖେଳାଳି ଏଚ୍‌ଏସ୍‌ ପ୍ରଣୟ ଡେନ୍‌ମାର୍କ ଓପନ ସୁପର ୭୫୦ ଓ ଫ୍ରେଞ୍ଚ୍‌ ଓପନ ଟୁର୍ନାମେଣ୍ଟରୁ ଓହରି ଯାଇଛନ୍ତି। ନିକଟରେ ଅନୁଷ୍ଠିତ ଏସିଆନ ଗେମ୍ସରେ ପ୍ରଥମ ବ୍ରୋଞ୍ଜ ପଦକ ବିଜୟୀ ମ୍ୟାଚରେ ଏହି ଆଘାତ ତାଙ୍କୁ ସମସ୍ୟାରେ ପକାଇଥିଲା। ହାଙ୍ଗ୍‌ଝୋଠାରେ ଏହି ୩୧ ବର୍ଷୀୟ ଭାରତୀୟ ଦୀର୍ଘ ୪୧ ବର୍ଷ ବ୍ୟବଧାନରେ ପୁରୁଷ ସିଙ୍ଗଲ୍ସରେ ଭାରତ ପାଇଁ ପ୍ରଥମ ପଦକ ଆଣିଦେଇଥିଲେ। ଆଘାତପ୍ରାପ୍ତ ଥିବାରୁ ସେ ଆସନ୍ତା ୨ରୁ ୩ ସପ୍ତାହ ଖେଳିପାରିବେ ନାହିଁ। ତେଣୁ ସେ ଡନ୍‌ମାର୍କ ଓ ଫ୍ରେଞ୍ଚ୍‌ ଓପନରେ ଅଂଶଗ୍ରହଣ କରିପାରିବେନାହିଁ। ତାଙ୍କ ଅନୁପସ୍ଥିତିରେ ଲକ୍ଷ୍ୟ ସେନ୍‌ ମଙ୍ଗଳବାର ଆରମ୍ଭ ହେବାକୁଥିବା ଡେନ୍‌ମାର୍କ ଓପନରେ ଭାରତୀୟ ଚ୍ୟାଲେଞ୍ଜର ନେତୃତ୍ୱ ନେବେ। ଏସିଆନ ଗେମ୍ସ ପୁରୁଷ ଟିମ୍‌ ଇଭେଣ୍ଟରେ ଭାରତର ପ୍ରଥମ ରୌପ୍ୟ ଦଳର ବିଜୟ ପଥରେ ସେନ୍‌ଙ୍କର ପ୍ରମୁଖ ଭୂମିକା ରହିଥିଲା। ଏସିଆନ ଗେମ୍ସରେ ଅପରାଜେୟ ରହିଥିବା ସେନ୍‌ ଥାଇଲାଣ୍ଡର କାଣ୍ଟାଫନ୍‌ ଓ୍ବାଙ୍ଗଚାରୋନଙ୍କ ବିପକ୍ଷ ମ୍ୟାଚ୍‌ରେ ତାଙ୍କ ଅଭିଯାନ ଆରମ୍ଭ କରିବେ। ଦ୍ୱିତୀୟ ରାଉଣ୍ଡରେ ସେ ୬ଷ୍ଠ ସିଡ୍‌ ତଥା ଚାଇନାର ଶି’ ୟୁକିଙ୍କୁ ଭେଟିପାରନ୍ତି। ଦୁଇଥର ଅଲିମ୍ପିକ୍ସ ପଦକ ବିଜେତା ପି.ଭି. ସିନ୍ଧୁ ଗତ ସପ୍ତାହରେ ଆର୍କଟିକ୍‌ ଓପନରେ ଭଲ ପ୍ରଦର୍ଶନ କରି ସେମିଫାଇନାଲ ପର୍ଯ୍ୟନ୍ତ ଯାଇପାରିଥିଲେ। ବର୍ତ୍ତମାସ ସେ ଡେନମାର୍କରେ ସ୍କଟ୍‌ଲାଣ୍ଡର କିର୍ଷ୍ଟି ଗିଲ୍‌ମୋରଙ୍କୁ ଭେଟିବେ। ଅନ୍ୟପକ୍ଷରେ ପ୍ୟାରିସ୍‌ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବା ଲାଗି ର଼୍ୟାଙ୍କିଙ୍ଗ୍‌ ପଏଣ୍ଟ ବୃଦ୍ଧି କରିବା ଲକ୍ଷ୍ୟରେ ଥିବା ବିଶ୍ୱର ୨୦ ନମ୍ବର ମାନ୍ୟତାପ୍ରାପ୍ତ କିଡାମ୍ବି ଶ୍ରୀକାନ୍ତ ତାଙ୍କ ଓପ୍‌ନିଂ ଗେମ୍‌ ଚାଇନାର ଓ୍ବେଙ୍ଗ ହଙ୍ଗ୍‌ ୟାଙ୍ଗ୍‌ଙ୍କ ବିପକ୍ଷରେ ଖେଳିବେ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri