ଜିଆଇଆଇରେ ଭାରତର ଉଲ୍ଲେଖନୀୟ ଉନ୍ନତି

ଭୁବନେଶ୍ୱର, ୨୯।୯:କ୍ରମାଗତ ଭାବେ ଭାରତ ଗ୍ଲୋବାଲ ଇନୋଭେଶନ ଇଣ୍ଡେକ୍ସ (ଜିଆଇଆଇ)ରେ ଉଲ୍ଲେଖନୀୟ ଉନ୍ନତି କରିଛି। ଉଲ୍ଲେଖଯୋଗ୍ୟ, ଓ୍ବାଲର୍ଡ ଇଣ୍ଟେଲେକଚୁଆଲ ପ୍ରପର୍ଟି ଅର୍ଗାନାଇଜେଶନ/ ବିଶ୍ବ ବୌଦ୍ଧିକ ସମ୍ପଦ ସଙ୍ଗଠନ (ଡବ୍ଲ୍ୟୁଆଇପିଓ) ଦ୍ବାରା ଗୁରୁବାର ପ୍ରକାଶିତ ଗ୍ଲୋବାଲ ଇନୋଭେଶନ ଇଣ୍ଡେକ୍ସ-୨୦୨୩ ର଼୍ୟାଙ୍କିଙ୍ଗ୍‌ରେ ଭାରତ ୪୦ ତମ ସ୍ଥାନରେ ରହିଛି। ବିଶେଷକରି ୧୩୨ ଅର୍ଥ ବ୍ୟବସ୍ଥା ମଧ୍ୟରୁ ଭାରତ ୪୦ତମ ସ୍ଥାନ ବଜାୟ ରଖିଛି। ଅପରପକ୍ଷରେ ୨୦୧୩ରେ ଭାରତ ୬୬ତମ ସ୍ଥାନରେ ରହିଥିବାବେଳେ ୨୦୨୩ରେ ଭାରତ ୪୦ତମ ସ୍ଥାନରେ ପହଞ୍ଚତ୍ଛି। ଗତ ୧୦ବର୍ଷ ମଧ୍ୟରେ ଭାରତ ୨୬ ଟି ସ୍ଥାନ ଉପରକୁ ଉଠିଥିବା ଡବ୍ଲ୍ୟୁଆଇପିଓ ସୂଚୀରେ ଉଲ୍ଲେଖ କରାଯାଇଛି। ଏପରିକି ଜିଆଇଆଇ ର଼୍ୟାଙ୍କିଙ୍ଗ୍‌ରେ ଭାରତ କ୍ରମାଗତ ଉନ୍ନତ ପ୍ରଦର୍ଶନ ସହ ଅପାର ଜ୍ଞାନ ପୁଞ୍ଜି, ଲାଇଭ ଷ୍ଟାର୍ଟଅପ୍‌ ଇକୋ ସିଷ୍ଟମ ଏବଂ ସାର୍ବଜନୀନ ଓ ଘରୋଇ ଗବେଷଣା ସଙ୍ଗଠନ ଦ୍ବାରା କରାଯାଇଥିବା ଅଦ୍ଭୁତ କାର୍ଯ୍ୟ କାରଣରୁ ହୋଇପାରିଛି।
ଅପରପକ୍ଷରେ ନୀତି ଆୟୋଗ ଜିଆଇଆଇ ସହିତ ବିଶ୍ବ ର଼୍ୟାଙ୍କିଙ୍ଗ୍‌ରେ ଭାରତର ସ୍ଥିତିର ଅନୁଧ୍ୟାନ ଓ ମୂଲ୍ୟାଙ୍କନ ଉପରେ କ୍ରମାଗତ ଭାବେ ଗୁରୁତ୍ୱ ପ୍ରଦାନ କରୁଛି। ସେହିପରି ଭାରତୀୟ ଉଦ୍ୟୋଗ ସଂଘ (ସିଆଇଆଇ) ମଧ୍ୟ ନୂତନତା-ସମ୍ପର୍କିତ ଅର୍ଥ ବ୍ୟବସ୍ଥା ଦିଗରେ ଭାରତର ଯାତ୍ରାରେ ସହଯୋଗ କରୁଛି। ଚଳିତ ବର୍ଷ ସିଆଇଆଇ ଏବଂ ଡବ୍ଲ୍ୟୁଆଇପିଓର ମିଳିତ ଭାଗୀଦାରିରେ ନୀତି ଆୟୋଗ- ୨୦୨୩ ସେପ୍ଟେମ୍ବର ୨୯ରେ ଜିଆଇଆଇ-୨୦୨୩ରେ ଏହାର ଶୁଭାରମ୍ଭର ଆୟୋଜନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ପାଇଁ ଖୁସି ଖବର: କିଷାନ କ୍ରେଡିଟ କାର୍ଡ ନିୟମରେ ବଡ଼ ପରିବର୍ତ୍ତନ କରିବ RBI

ମୁମ୍ବାଇ,୧୫ା୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) କିଶାନ କ୍ରେଡିଟ୍ କାର୍ଡ (KCC) ଯୋଜନାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଏକ ନୂତନ ଚିଠା ମାର୍ଗଦର୍ଶିକା ଜାରି କରିଛି।…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ଏହି ୫ଟି ଦେଶରୁ ଭାରତକୁ ଆସୁଛି ବିପୁଳ ପରିମାଣରେ ସୁନା, ଜାଣନ୍ତୁ କେତେ ଟଙ୍କାର ହେଉଛି କାରବାର

ନୂଆଦିଲ୍ଲୀ,୧୪।୨:ଭାରତରେ ସୁନା ଆମଦାନୀକାରୀ: ଭାରତ ବିଶ୍ୱର ସବୁଠାରୁ ବଡ଼ ସୁନା ଆମଦାନୀକାରୀ ଦେଶମାନଙ୍କ ମଧ୍ୟରୁ ଗୋଟିଏ। ଦେଶରେ ସୁନା ଉତ୍ପାଦନ ବହୁତ କମ, ଯେତେବେଳେ ଚାହିଦା (ଅଳଙ୍କାର,…

ଯୁବପିଢିଙ୍କୁ ପ୍ରତି ମାସରେ ମିଳିବ ୧୫୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ…

କୋଲକାତା,୧୪।୨: ପଶ୍ଚିମବଙ୍ଗ ସରକାର ଘୋଷଣା କରିଛନ୍ତି ଯେ ତାଙ୍କର ନୂତନ ଯୋଜନା, “ବାଙ୍ଗଲାର ଯୁବ ସାଥୀ”, ଏପ୍ରିଲ 1 ରୁ ଆରମ୍ଭ ହେବ। ଏହି ଯୋଜନା ମୂଳତଃ…

ଘର କିଣିବା ପାଇଁ ‘ଜଏଣ୍ଟ ହୋମ୍‌ ଲୋନ୍‌’ ନେବାକୁ ଚାହୁଁଛନ୍ତି କି? ବୁଝିନିଅନ୍ତୁ ଏହାର ଲାଭ-କ୍ଷତିର ହିସାବ…

ନୂଆଦିଲ୍ଲୀ,୧୩।୨: ଘର କିଣିବା ପାଇଁ ଆଜିକାଲି ‘ଜଏଣ୍ଟ ହୋମ ଲୋନ୍‌’ (Joint Home Loan) ବା ଯୁଗ୍ମ ଗୃହ ଋଣ ଏକ ଲୋକପ୍ରିୟ ବିକଳ୍ପ ପାଲଟିଛି। ବିଶେଷ…

ଦେଶରେ ବୃଦ୍ଧି ପାଉଛି ବ୍ୟକ୍ତିଗତ ଆୟକର, ମଧ୍ୟବିତ୍ତଙ୍କ ପାଇଁ ଏପରି ପ୍ରତିକ୍ରିୟା ଦେଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୩।୨: ଦେଶରେ ବୃଦ୍ଧି ପାଉଥିବା ବ୍ୟକ୍ତିଗତ ଆୟକର ସଂଗ୍ରହର ଉପରେ ପ୍ରତିକ୍ରିୟା ରଖିଛନ୍ତି ଅର୍ଥମନ୍ତ୍ରୀ। ”ଆୟକର ସଂଗ୍ରହ ଅର୍ଥ ଏହା ନୁହେଁ ଯେ ମଧ୍ୟବିତ୍ତ ଶ୍ରେଣୀ ଚାପରେ…

ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ: ଜାଣନ୍ତୁ ଭୁବନେଶ୍ୱରରେ କେତେ ଅଛି ମୂଲ୍ୟ

ଭୁବନେଶ୍ବର,୧୩।୨: ଆନ୍ତର୍ଜାତୀୟ ବଜାରରେ ମୂଲ୍ୟ ହ୍ରାସ ଯୋଗୁଁ ଭାରତୀୟ ବଜାରରେ ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଛି। ଶୁକ୍ରବାର ମଲ୍ଟି କମୋଡିଟି…

ବିଶ୍ୱ ବଜାରରେ କମିଲା ତୈଳ ଦର, ଭାରତରେ କମିବ କି ?

ନୂଆଦିଲ୍ଲୀ,୧୩।୨: ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ କ୍ରମାଗତ ହ୍ରାସ ପରିଲକ୍ଷିତ ହେଉଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ତୈଳ ଦର କ୍ରମାଗତ ଦ୍ୱିତୀୟ ସପ୍ତାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri