Posted inଜାତୀୟ

ଶିଶୁ ଏସ୍‌ଡିଜିରେ ଭାରତର ଅଗ୍ରଗତି ବିଶ୍ୱକୁ ପ୍ରଭାବିତ କରିବ: ୟୁନିସେଫ୍‌

ନୂଆଦିଲ୍ଲୀ,୯ା୧୦(ପି.ଟି.): ବୈଶ୍ୱିକ ସ୍ତରରେ ଶିଶୁ ସମ୍ପର୍କିତ ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି)ର ଦୁଇ-ତୃତୀୟାଂଶ ବିଫଳ ହୋଇଛି। ଏଭଳି ସ୍ଥିତିରେ ଭାରତର ଅଗ୍ରଗତି ଲକ୍ଷ୍ୟ ହାସଲ ଦିଗରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ୟୁନିସେଫ୍‌ ମୁଖ୍ୟ କାଥେଲିନ୍‌ ଏମ୍‌. ରୁସେଲ୍‌ କହିଛନ୍ତି। ଭାରତ ଯେତେବେଳେ କେତେକ ଏସ୍‌ଡିଜି କ୍ଷେତ୍ରରେ ଅଗ୍ରଗତି କରେ, ଏହାର ପ୍ରଭାବ ଅବଶିଷ୍ଟ ବିଶ୍ୱ ଉପରେ ପଡ଼ିଥାଏ ବୋଲି ୟୁନିସେଫ୍‌ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏକ ସାକ୍ଷାତ୍‌କାରରେ କହିଛନ୍ତି। ବୈଶ୍ୱିକ ସ୍ତରରେ ଏସ୍‌ଡିଜି ପଥଚ୍ୟୁତ ହୋଇଛି। ଶିଶୁମାନଙ୍କ ସମ୍ପର୍କିତ ଦୁଇ-ତୃତୀୟାଂଶ ଏସ୍‌ଡିଜି ଆବଶ୍ୟକ ସ୍ଥଳେ ଉପଲବ୍ଧ ନାହିଁ। ସତ କହିବାକୁ ଗଲେ ବିଶ୍ୱସ୍ତରରେ ଏହା ସମ୍ପୂର୍ଣ୍ଣ ଭାବେ ଟ୍ରାକ୍‌ରୁ ବାହାରି ଯାଇଥିବା କାଥେଲିନ୍‌ କହିଛନ୍ତି।
ବିଶ୍ୱ ସମ୍ମୁଖୀନ ହେଉଥିବା ବିଭିନ୍ନ ସାମାଜିକ, ଅର୍ଥନୈତିକ ଏବଂ ପରିବେଶଗତ ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା ପାଇଁ ଜାତିସଂଘ ୧୭ଟି ଲକ୍ଷ୍ୟକୁ ନେଇ ଏସ୍‌ଡିଜି ଧାର୍ଯ୍ୟ କରିଥିଲା। ୨୦୩୦ ସୁଦ୍ଧା ସମସ୍ତଙ୍କ ପାଇଁ ଅଧିକ ସ୍ଥାୟୀ, ନ୍ୟାୟସଙ୍ଗତ ଏବଂ ସମୃଦ୍ଧ ଭବିଷ୍ୟତ ନିମନ୍ତେ ବିଶ୍ୱ ଉଦ୍ୟମକୁ ମାର୍ଗଦର୍ଶନ ଦେବା ଲାଗି ଏହି ବୈଶ୍ୱିକ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଅଧିକାଂଶ ଏସ୍‌ଡିଜି ସିଧାସଳଖ ପିଲାମାନଙ୍କ ଭବିଷ୍ୟତ ପାଇଁ ଉଦ୍ଦିଷ୍ଟ ଥିଲା। ଏସ୍‌ଡିଜି-୨ (କ୍ଷୁଧା ମୁକ୍ତି) ଶିଶୁ ଅପପୁଷ୍ଟି ଏବଂ କ୍ଷୁଧାକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ପାଇଁ ଉଦ୍ଦିଷ୍ଟ ଥିବାବେଳେ ଏସ୍‌ଡିଜି-୩ (ଉତ୍ତମ ସ୍ବାସ୍ଥ୍ୟ ଓ କଲ୍ୟାଣ) ଶିଶୁ ମୃତ୍ୟୁହାର ହ୍ରାସ ଏବଂ ସେମାନଙ୍କୁ ଉତ୍ତମ ମାନର ସ୍ବାସ୍ଥ୍ୟସେବା ସୁନିଶ୍ଚିତ କରିବା ନିମନ୍ତେ ଉଦ୍ଦିଷ୍ଟ। ସେହିପରି ଏସ୍‌ଡିଜି-୪ ସବୁ ପିଲାଙ୍କ ପାଇଁ ଉତ୍ତମ ମାନର ଶିକ୍ଷା ଏବଂ ଏସ୍‌ଡିଜି-୫ ଲିଙ୍ଗଗତ ସମାନତା ପାଇଁ ଉଦ୍ଦିଷ୍ଟ ଥିଲା।
୫ ବର୍ଷରୁ କମ୍‌ ଶିଶୁ ମୃତ୍ୟୁହାର ହ୍ରାସ କରିବା ସହ ମାତୃ ମୃତ୍ୟୁହାର କମାଇବାରେ ଭାରତ ବାସ୍ତବରେ ଯଥେଷ୍ଟ ଅଗ୍ରଗତି କରିଛି। ଏହାର ସୁଦୂରପ୍ରସାରୀ ପ୍ରଭାବ ଅବଶିଷ୍ଟ ବିଶ୍ୱ ଉପରେ ପଡ଼ିବ। ବିଶେଷ କରି ଗ୍ଲୋବାଲ ସାଉଥ୍‌ ଅନ୍ତର୍ଗତ ଦେଶଗୁଡ଼ିକ ବାସ୍ତବରେ ଭାରତର କାର୍ଯ୍ୟକୁ ଅନୁସରଣ କରୁଛନ୍ତି ଏବଂ ସେଥିରୁ ଶିଖିବାକୁ ଚାହୁଁ୍‌ଛନ୍ତି ବୋଲି ୟୁନିସେଫ୍‌ ମୁଖ୍ୟ କହିଛନ୍ତି। ୟୁନିସେଫ୍‌ ୭୪ ବର୍ଷ ହେଲା ଭାରତରେ ଶିଶୁମାନଙ୍କ ପାଇଁ କାମ କରୁଛି। ନିକଟରେ କାଥେଲିନ୍‌ ଉତ୍ତରପ୍ରଦେଶ ଗସ୍ତରେ ଯାଇ ସେଠାର ଗୋଷ୍ଠୀ ସ୍ବାସ୍ଥ୍ୟକର୍ମୀମାନଙ୍କ ପ୍ରଭାବୀ କାର୍ଯ୍ୟକୁ ଦେଖିଥିଲେ। ସେମାନେ ସ୍ଥାନୀୟ ଲୋକମାନଙ୍କ ସହ ନିବିଡ଼ ସମ୍ପର୍କ ସ୍ଥାପନ କରିବା ସହ ମାଆ ଓ ପିଲାମାନଙ୍କ ଉପଯୁକ୍ତ ଯତ୍ନକୁ ସୁନିଶ୍ଚିତ କରାଇପାରିଥିବା କାଥେଲିନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଯୁଦ୍ଧ ଭିତରେ ଚାଇନା ଯିବେ ଟ୍ରମ୍ପ, ତାରିଖ ଘୋଷଣା କଲା ହ୍ବାଇଟ ହାଉସ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ ୧୪ ରୁ ୧୫ ମଧ୍ୟରେ ଚାଇନା ଗସ୍ତ କରିବେ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ…

ଇରାନକୁ ନୂଆ ଧମକ ଦେଲେ ଟ୍ରମ୍ପ, ଇରାନୀ କୋଠରୀ ଭିତରେ ନିବେଦନ କରନ୍ତି କିନ୍ତୁ…

ନୂଆଦିଲ୍ଲୀ,୨୬ା୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅତ୍ୟନ୍ତ ଆକ୍ରମଣାତ୍ମକ ହୋଇଯାଇଛନ୍ତି। ତାଙ୍କ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ, ସେ ଇରାନକୁ ଏକ ନୂତନ ଧମକ ଦେଇଛନ୍ତି। ସେ…

ଚୌକା-ଛକାରେ ଝୁମି ଉଠୁଥିବା ଚିୟରଲିଡର୍ସଙ୍କୁ କେତେ ମିଳେ ଦରମା… ଗୋଟିଏ ମ୍ୟାଚର ପାରିଶ୍ରମିକ ସହ ବିଳାସପୂର୍ଣ୍ଣ ସୁବିଧା ପଛର କାହାଣୀ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୩: ଆଇପିଏଲର ୧୯ତମ ସିଜିନ ୨୮ ମାର୍ଚ୍ଚରୁ ଆରମ୍ଭ ହେଉଛି। ଫାଇନାଲ ମ୍ୟାଚ ୩୧ ମଇରେ ଖେଳାଯିବ। ପଡ଼ିଆରେ ଖେଳାଳିମାନେ ସେମାନଙ୍କ ବିଡ ଏବଂ ଦୌଡ଼ ପାଇଁ…

ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ, ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,୨୬ା୩(ଅଜିତ କୁମାର ମହାନ୍ତି):  ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ବଢ଼ିବ ଦୂରତା। ୫ ଘଣ୍ଟା ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ। ଚୈତ୍ର…

ହର୍ମୁଜ ବନ୍ଦ ହେଲେ LPG ପାଇଁ ଛଟପଟ ହେବ ସାରା ବିଶ୍ୱ, ଇରାନ ଏହି ରାସ୍ତା ବନ୍ଦ କଲେ କ’ଣ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ/ତେହରାନ୍‌,୨୬।୩: ଯେତେବେଳେ ଇରାନ ଆମେରିକା ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ହର୍ମୁଜ ପ୍ରଣାଳୀ ବନ୍ଦ କରିଦେଲା, ସମଗ୍ର ବିଶ୍ୱ ଚିନ୍ତାରେ ପଡ଼ିଗଲା। ପେଟ୍ରୋଲ ପମ୍ପରେ ଧାଡ଼ି ଲାଗିଲା…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ତାତିରୁ ମିଳିଲା ତ୍ରାହି; ରାଜଧାନୀରେ ଘଡ଼ଘଡ଼ି ସହ କୁଆପଥର ବର୍ଷା

ଭୁବନେଶ୍ବର,୨୬ା୩: ଭୁବନେଶ୍ବରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ପବନ, ଘଡ଼ଘଡ଼ି ସହିତ କୁଆପଥର ବର୍ଷା ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri