ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୭୫ ବର୍ଷ ହେବ ଭାରତର ଏକ ଟ୍ରେନ ଯାତ୍ରୀମାନଙ୍କୁ ମାଗଣା ସେବା ଯୋଗାଇ ଆସୁଛି । ଏହି ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଏହି ସେବାର ଲାଭ ଉଠାଇବା ପାଇଁ କେବେବି ଟଙ୍କାଟିଏ ଖର୍ଚ୍ଚ କରିବାକୁ ପଡିନାହିଁ । ତେବେ ଏହା କୌଣସି ସବସିଡି, ଭୁଲଭଟକା ଅଥବା ଏହା କୌଣସି ଅସ୍ଥାୟୀ ଯୋଜନା ନୁହେଁ । ବରଂ ଏହା ଜାମି ଶୁଣି ନିଆଯାଇଥିବା ଏକ ନିଷ୍ପତ୍ତି ଅଟେ । ତେବେ ଆସନ୍ତୁ ଜାଣିବା ପ୍ରକୃତରେ କଣ ରହିଛି ଏହା ପଛର କାହାଣୀ ।
ଆପଣଙ୍କୁ ଜଣାଇରଖୁ ଯେ, ଏହି ମାଗଣା ଟ୍ରେନ ସେବା ୧୯୪୮ ମସିହାରେ ଆରମ୍ଭ କରାଯାଇଥିଲା । ସେତେବେଳେ ସ୍ୱାଧିନ ଭାରତ ନୂଆନୂଆ ଇନଫ୍ରାଷ୍ଟ୍ରକଟର ନିର୍ମାଣ ଦୈଢରେ ରହିଥିଲା । ଏହି ଟ୍ରେନ ଚଳାଚଳ ଖାସ୍ କରି ଭାଖଡା ନାଙ୍ଗଲ ବନ୍ଧ ନିର୍ମାଣରେ ସହଯୋଗ କରିବା ପାଇଁ ଆରମ୍ଭ କରାଯାଇଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ରେଳକୁ ଶ୍ରିମିକ ମାନଙ୍କୁ କାମ କରିବା ପାଇଁ ନବାଆଣିବା କରିବା ସହ କାର୍ଯ୍ୟସ୍ଥଳକୁ ଇଂଜିନିୟର ଓ ଭାରି ମେସିନ ନବାଆଣିବା କରିବା ପାଇଁ ବ୍ୟବହାର କରାଯାଉଥିଲା ।
ଆଜି ମାଗଣାରେ ଟ୍ରେନ ଯାତ୍ରା ଦବାର ମୁଖ୍ୟା କାରଣ ହେଉଛି, ବନ୍ଧର ନିକଟବର୍ତ୍ତୀ ଅଞ୍ଚଳରେ ପର୍ଯ୍ୟଟନ ବୃଦ୍ଧି କରିବା । ସମଗ୍ର ଦେଶର ଲୋକ ଏଠାରେ କିପରି ସୁବିଧାରେ ପହଞ୍ଚି ପାରିବେ ସେନେଇ ପ୍ରବନ୍ଧନ ବୋର୍ଡ ବର୍ତ୍ତମାନ ଯାଏ ଏହି ସୁବିଧା ପ୍ରଦାନ କରିଆସୁଛି । ବିବିଏମବି କର୍ମଚାରୀ, ସ୍କୁଲ ଏବଂ କଲେଜ ଛାତ୍ର ଏବଂ ଆଖପାଖ ଗାଁର ବାସିନ୍ଦାଙ୍କ ଦୈନନ୍ଦିନ ଯାତାୟାତରେ ରେଳବାଇ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଅନେକ ସ୍ଥାନୀୟ ଲୋକଙ୍କ ପାଇଁ, ନାଙ୍ଗଲ ଏବଂ ଭାକ୍ରା ମଧ୍ୟରେ ପରିବହନର ମୁଖ୍ୟ ମାଧ୍ୟମ ହେଉଛି ଟ୍ରେନ୍।


