ଯେଉଁ ଦେଶରେ ହିନ୍ଦୁଙ୍କ ପ୍ରତି ହେଉଛି ଅତ୍ୟାଚାର, ସେହି ଦେଶର ଲୋକଙ୍କୁ ସମର୍ଥନ କରି ଭାରତର ଭାବମୂର୍ତ୍ତି ହେଉଛି କ୍ଷୁଣ୍ଣ

ଢାକା,୩୧ା୮: ପୁଲ୍‌ଓ୍ବାମା ଆକ୍ରମଣ ପରେ ବାଂଲାଦେଶରେ ରାଜନୈତିକ ସ୍ଥିତି ପୂର୍ବ ଭଳି ନ ଥିଲା। ମହମ୍ମଦ ୟୁନୁସ୍‌ଙ୍କ ନେତୃତ୍ୱରେ ଗଠିତ ମଧ୍ୟବର୍ତ୍ତୀକାଳୀନ ସରକାରରେ ମଧ୍ୟ ହିନ୍ଦୁମାନଙ୍କ ଉପରେ ଆକ୍ରମଣର ଖବର ଜାରି ରହିଥିଲା। ବିଏନ୍‌ପି ସାଧାରଣ ସମ୍ପାଦକ ମିର୍ଜା ଫାକ୍‌ରୁଲ୍‌ ଇସଲାମ ଆଲାମଗିର ଶେଖ୍‌ ହାସିନାଙ୍କ ପ୍ରତ୍ୟର୍ପଣ ଦାବି କରିଛନ୍ତି।

ସେ କହିଛନ୍ତି, ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କର ଏକ ନୂତନ ଅଧ୍ୟାୟ ଆରମ୍ଭ କରିବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ଆବଶ୍ୟକ। ଯଦି ଏହା ନ ହୁଏ ତେବେ ଭାରତରେ ହାସିନାଙ୍କ ଉପସ୍ଥିତି ଯୋଗୁ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ଖରାପ ହୋଇପାରେ। ବାସ୍ତବରେ ଏକ ସାକ୍ଷାତକାରରେ ମିର୍ଜା ଏପରି କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ ଦଳ କ୍ଷମତାକୁ ଆସିବା ପରେ ଶେଖ ହାସିନାଙ୍କ ଆଓ୍ବାମୀ ଲିଗ୍‌ ଶାସନ ସମୟରେ ସ୍ବାକ୍ଷରିତ ଆଦାନୀ ଶକ୍ତି ଚୁକ୍ତି ସମୀକ୍ଷା କରାଯିବ।

ସେ ଏହା ମଧ୍ୟ କହିଛନ୍ତି ଯେ, ଭାରତ ସହ ଅଧିକ ସମ୍ପର୍କ ସ୍ଥାପନ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ବାଂଲାଦେଶରେ ଭାରତର ସୁରକ୍ଷା ବିରୋଧରେ ଏନ୍‌ଏନ୍‌ପିପି କୌଣସି ପ୍ରକାର କାର୍ଯ୍ୟକଳାପକୁ ଅନୁମତି ଦେବ ନାହିଁ। ସେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ଆଭ୍ୟନ୍ତରୀଣ ବିଷୟ ବୋଲି ବର୍ଣ୍ଣନା କରି କହିଛନ୍ତି, ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ହୋଇଥିବାରୁ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣର ଖବର ନିଶ୍ଚିତ ଭାବରେ ଭୁଲ୍‌ ଅଟେ। ସେ କୁହନ୍ତି, ଯଦି ଭାରତ ହାସିନାଙ୍କୁ ପ୍ରତ୍ୟର୍ପଣ ନ କରନ୍ତି ତେବେ ସମ୍ପର୍କ ଆହୁରି ଖରାପ ହୋଇପାରେ।

ସେ କହିଛନ୍ତି, ଯଦି ଆମେ କ୍ଷମତାକୁ ଆସିବା ତେବେ ଭାରତ ସହ ଅଧିକ ସମ୍ପର୍କ ସ୍ଥାପନ ତଥା ଅତୀତର ମତଭେଦ ଦୂର କରିବାକୁ ଉଦ୍ୟମ କରାଯିବ। ବାଂଲାଦେଶରେ ହାସିନା ଏବଂ ଆଓ୍ବାମୀ ଲିଗ ସମାଲୋଚନାର ଯୋଗ୍ୟ। ଏଭଳି ପରିସ୍ଥିତିରେ ଭାରତ ସେମାନଙ୍କୁ ସମର୍ଥନ କରି ନିଜର ଭାବମୂର୍ତ୍ତିକୁ କ୍ଷୁଣ୍ଣ୍‌ କରୁଛି। ସେ ଜୋର୍‌ ଦେଇ କହିଛନ୍ତି, ଏଭଳି ପରିସ୍ଥିତିରେ ଯଦି ଭାରତ ହାସିନାଙ୍କୁ ସମର୍ଥନ କରେ, ତେବେ ବାଂଲାଦେଶରେ ଭାରତ ଉପରେ ଅସନ୍ତୋଷ ବୃଦ୍ଧି ପାଇବ, ଏହାଦ୍ୱାରା ସମ୍ପର୍କ ଆହୁରି ଖରାପ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri