Posted inଜାତୀୟ

ଆମେରିକା ରିପୋର୍ଟ ନେଇ ଭାରତର ବଢ଼ିଲା ଚିନ୍ତା…

ନୂଆଦିଲ୍ଲୀ, ୧୪।୪ : ଆମେରିକାର ବୈଦେଶିକ ବିଭାଗ ମାନବ ଅଧିକାର ରିପୋର୍ଟ-୨୦୨୧ପ୍ରକାଶ କରିଛି। ଏହି ରିପୋର୍ଟରେ ଭାରତରେ ମନଇଚ୍ଛା ଗିରଫ, ହାଜତ ମୃତ୍ୟୁ, ଧାର୍ମିକ ହିଂସା, ବାକ୍‌ ସ୍ବାଧୀନତା ଉପରେ ପ୍ରତିବନ୍ଧକ, ଗଣମାଧ୍ୟମର କଣ୍ଠରୋଧ, ସାମ୍ବାଦିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ଅତ୍ୟଧିକ ପ୍ରତିବନ୍ଧକ ଆଇନ ଲାଗୁ କରାଯାଉଛି।

ରିପୋର୍ଟରେ କୁହାଯାଇଛି ଯେ ଭାରତରେ ଏହି ସମସ୍ତ ପ୍ରତିବନ୍ଧକକୁ ନେଇ ସ୍ବର ଉତ୍ତୋଳନ କରାଯାଇଛି, କିନ୍ତୁ ଏହା ସତ୍ତ୍ୱେ କେନ୍ଦ୍ର ସରକାର କୌଣସି ଜବାବ ତଲବ କରି ନାହାଁନ୍ତି। ଏଥିସହିତ ରିପୋର୍ଟରେ ଚାଇନାର ରାଜନୈତିକ ବ୍ୟବସ୍ଥା ଏବଂ ମାନବିକ ଅଧିକାରର ପରିସ୍ଥିତି ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି। ତେବେ ଚାଇନା ଏନେଇ କଡ଼ା ଜବାବ୍‌ ଦେଇଛି।

ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତର ଉଭୟ ସ୍ଥାନୀୟ ତଥା ଜାତୀୟ ସ୍ତରରେ ସରକାରୀ କର୍ମଚାରୀମାନେ ଶାରୀରିକ ନିର୍ଯାତନା ତଥା ଆକ୍ରମଣ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ଗଣମାଧ୍ୟମ ତଥ୍ୟ ନେଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଭୟଭୀତ କରିବାରେ ଜଡିତ ଅଛନ୍ତି। ଏପ୍ରିଲ ୧୨ ରେ ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଏହି ରିପୋର୍ଟକୁ ଆମେରିକା କଂଗ୍ରେସରେ ଦାଖଲ କରିଛନ୍ତି।

ରିପୋର୍ଟ ଅନୁଯାୟୀ, ଭାରତରେ ଅଣ-ସରକାରୀ ସଂଗଠନ (ଏନଜିଓ) ଅଭିଯୋଗ କରିଛନ୍ତି ଯେ ୨୦୨୧ରେ ସରକାରଙ୍କୁ ସମାଲୋଚନା କରୁଥିବା ସାମ୍ବାଦିକମାନଙ୍କୁ ଭୟଭୀତ କରିବା ପାଇଁ ସେମାନଙ୍କ ବିରୋଧ ଅପରାଧିକ ମାମଲା ରୁଜୁ କରାଯାଇଥିଲା। ଦିଶା ରବି, କବି ବରବରା ରାଓଙ୍କ ହେପାଜତଙ୍କୁ ନେଇ ରିପୋର୍ଟ ପ୍ରଶ୍ନ ଉଠାଯାଇଛି।

ଫେବୃଆରୀ ୨୦୨୧ ରେ ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବି, ମାନବାଧିକାର କର୍ମୀ ହିଡେମ ମାର୍କାମ ଏବଂ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ଜେଲରେ ରଖାଯାଇଥିଲା। ଏହାର ବାରମ୍ବାର ଉଲ୍ଲେଖ ରିପୋର୍ଟରେ କରାଯାଇଛି।

ଏହା ବ୍ୟତୀତ ଭୀମ କୋରେଗାଓଁ ମାମଲାକୁ ବିରୋଧ କରି ୧୫ ଜଣ କାର୍ଯ୍ୟକର୍ତ୍ତାଙ୍କୁ କିପରି ଅଟକ ରଖାଯାଇଥିଲା,ସେ ସମ୍ପର୍କରେ ରିପୋର୍ଟରେ ବିସ୍ତୃତ ଆଲୋଚନା କରାଯାଇଛି। ଏହି ମାମଲାରେ ଅଧିକାଂଶ କାର୍ଯ୍ୟକର୍ତ୍ତାଙ୍କ ଜାମିନ ନାମଞ୍ଜୁର କରାଯାଇଥିଲା।
ଏହି ରିପୋର୍ଟରେ ୮୧ ବର୍ଷିୟ କବି ବାରବରା ରାଓ ଏବଂ ଷ୍ଟେନ ସ୍ବାମୀଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ଅଣଦେଖା ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଯାହା ପରେ ଷ୍ଟେନଙ୍କର କିଛି ଦିନ ପରେ ମୃତୂ୍ୟ ଘଟିଥିଲା।

ପେଗାସସ ମାଲୱେୟାର ସଫ୍ଟୱେୟାର ସାହାଯ୍ୟରେ ଭାରତରେ ସାମ୍ବାଦିକମାନଙ୍କର ବ୍ୟକ୍ତିଗତ ତଥ୍ୟ ଉପରେ ନଜର ରଖାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି। ମାର୍ଚ୍ଚରେ ପ୍ରକାଶିତ ଜାତୀୟ ନିର୍ଯାତନା ଅଭିଯାନ ଅନୁଯାୟୀ, ୨୦୨୦ରେ ୧୧୧ ଜଣଙ୍କର ପୋଲିସ ହେପାଜତରେ ମୃତ୍ୟୁ ଘଟିଛି। ରିପୋର୍ଟରେ କୁହାଯାଇଛି ମୃତକଙ୍କ ମଧ୍ୟରୁ ୮୨ ଜଣଙ୍କର ନିର୍ଯାତନା ଯୋଗୁ ମୃତ୍ୟୁ ହୋଇଛି।

ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଏହାର ଜବାବରେ ସ୍ପଷ୍ଟ କରିଛନ୍ତି ଯେ ଆମେରିକା ବିଷୟରେ ଭାରତର ଚିନ୍ତା ମଧ୍ୟ ସମାନ। ଦ୍ୱିପାକ୍ଷିକ ଆଲୋଚନାରେ ମାନବ ଅଧିକାର ପ୍ରସଙ୍ଗ ଉପରେ ଆଲୋଚନା କରାଯାଇ ନାହିଁ ବୋଲି ଏସ ଜୟଶଙ୍କର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି...

ପ୍ରକାଶ ପାଇଲା ନିଟ୍‌ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର

ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜିର ଫାଇନାଲ୍‌ ରେଜଲ୍ଟ ପ୍ରକାଶ...

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌...

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ଝଟ୍‌କା, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୬।୦୭: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଆଜି ପୁଣିଥରେ କୋର୍ଟ ଶୁଣାଣି କରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର...

‘ଦିଲ୍ଲୀରୁ ଗୋଟିଚାଳନା ସରିଛି, ଉତ୍ତରପ୍ରଦେଶରେ କିଛି ବଡ଼ ହେବାକୁ ଯାଉଛି’

ନୂଆଦିଲ୍ଲୀ,୨୬।୭: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସଞ୍ଜୟ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସଞ୍ଜୟ ଶୁକ୍ରବାର କହିଛନ୍ତି...

ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା: ବଙ୍ଗଳା ନମ୍ବର-୫, ସୁନ୍‌ହେରୀ ବାଗ୍‌ ରୋଡ…

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତା ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଠିକଣା ବଦଳିବାକୁ ଯାଉଛି। ସୁନ୍‌ହରୀ ବାଗ୍‌ ରୋଡ୍‌, ବଙ୍ଗଳା ନମ୍ବର-୫...

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ଭାରତରୁ ମିଳିଲା ବଡ଼ ଉପାଧି, କହିଲେ…

ନୂଆଦିଲ୍ଲୀ, ୨୬।୦୭: ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କୁ ନିଜେ ପଢ଼ୁଥିବା ଅନୁଷ୍ଠାନରୁ ବଡ଼ ଉପାଧି ମିଳିଛି । ଆଇଆଇଟି ଖଡ଼ଗପୁରରୁ ସେ...

ଫିଟିଗଲା ଗୁମର, କଂଗ୍ରେସ ସହ ହୋଇଛି ଭିତିରି ମେଣ୍ଟ!

ନୂଆଦିଲ୍ଲୀ,୨୬।୭:ନିର୍ବାଚନରେ ହାରିବା ଏବଂ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ଜଗନମୋହନ ରେଡ୍ଡୀଙ୍କ ଅଡୁଆ ବଢିବାରେ ଲାଗିଛି। ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ସିଏମ ହୋଇଛନ୍ତି ଏବଂ ଦାୟିତ୍ୱ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri