Posted inଜାତୀୟ

ଆମେରିକା ରିପୋର୍ଟ ନେଇ ଭାରତର ବଢ଼ିଲା ଚିନ୍ତା…

ନୂଆଦିଲ୍ଲୀ, ୧୪।୪ : ଆମେରିକାର ବୈଦେଶିକ ବିଭାଗ ମାନବ ଅଧିକାର ରିପୋର୍ଟ-୨୦୨୧ପ୍ରକାଶ କରିଛି। ଏହି ରିପୋର୍ଟରେ ଭାରତରେ ମନଇଚ୍ଛା ଗିରଫ, ହାଜତ ମୃତ୍ୟୁ, ଧାର୍ମିକ ହିଂସା, ବାକ୍‌ ସ୍ବାଧୀନତା ଉପରେ ପ୍ରତିବନ୍ଧକ, ଗଣମାଧ୍ୟମର କଣ୍ଠରୋଧ, ସାମ୍ବାଦିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ଅତ୍ୟଧିକ ପ୍ରତିବନ୍ଧକ ଆଇନ ଲାଗୁ କରାଯାଉଛି।

ରିପୋର୍ଟରେ କୁହାଯାଇଛି ଯେ ଭାରତରେ ଏହି ସମସ୍ତ ପ୍ରତିବନ୍ଧକକୁ ନେଇ ସ୍ବର ଉତ୍ତୋଳନ କରାଯାଇଛି, କିନ୍ତୁ ଏହା ସତ୍ତ୍ୱେ କେନ୍ଦ୍ର ସରକାର କୌଣସି ଜବାବ ତଲବ କରି ନାହାଁନ୍ତି। ଏଥିସହିତ ରିପୋର୍ଟରେ ଚାଇନାର ରାଜନୈତିକ ବ୍ୟବସ୍ଥା ଏବଂ ମାନବିକ ଅଧିକାରର ପରିସ୍ଥିତି ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି। ତେବେ ଚାଇନା ଏନେଇ କଡ଼ା ଜବାବ୍‌ ଦେଇଛି।

ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତର ଉଭୟ ସ୍ଥାନୀୟ ତଥା ଜାତୀୟ ସ୍ତରରେ ସରକାରୀ କର୍ମଚାରୀମାନେ ଶାରୀରିକ ନିର୍ଯାତନା ତଥା ଆକ୍ରମଣ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ଗଣମାଧ୍ୟମ ତଥ୍ୟ ନେଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଭୟଭୀତ କରିବାରେ ଜଡିତ ଅଛନ୍ତି। ଏପ୍ରିଲ ୧୨ ରେ ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଏହି ରିପୋର୍ଟକୁ ଆମେରିକା କଂଗ୍ରେସରେ ଦାଖଲ କରିଛନ୍ତି।

ରିପୋର୍ଟ ଅନୁଯାୟୀ, ଭାରତରେ ଅଣ-ସରକାରୀ ସଂଗଠନ (ଏନଜିଓ) ଅଭିଯୋଗ କରିଛନ୍ତି ଯେ ୨୦୨୧ରେ ସରକାରଙ୍କୁ ସମାଲୋଚନା କରୁଥିବା ସାମ୍ବାଦିକମାନଙ୍କୁ ଭୟଭୀତ କରିବା ପାଇଁ ସେମାନଙ୍କ ବିରୋଧ ଅପରାଧିକ ମାମଲା ରୁଜୁ କରାଯାଇଥିଲା। ଦିଶା ରବି, କବି ବରବରା ରାଓଙ୍କ ହେପାଜତଙ୍କୁ ନେଇ ରିପୋର୍ଟ ପ୍ରଶ୍ନ ଉଠାଯାଇଛି।

ଫେବୃଆରୀ ୨୦୨୧ ରେ ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବି, ମାନବାଧିକାର କର୍ମୀ ହିଡେମ ମାର୍କାମ ଏବଂ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ଜେଲରେ ରଖାଯାଇଥିଲା। ଏହାର ବାରମ୍ବାର ଉଲ୍ଲେଖ ରିପୋର୍ଟରେ କରାଯାଇଛି।

ଏହା ବ୍ୟତୀତ ଭୀମ କୋରେଗାଓଁ ମାମଲାକୁ ବିରୋଧ କରି ୧୫ ଜଣ କାର୍ଯ୍ୟକର୍ତ୍ତାଙ୍କୁ କିପରି ଅଟକ ରଖାଯାଇଥିଲା,ସେ ସମ୍ପର୍କରେ ରିପୋର୍ଟରେ ବିସ୍ତୃତ ଆଲୋଚନା କରାଯାଇଛି। ଏହି ମାମଲାରେ ଅଧିକାଂଶ କାର୍ଯ୍ୟକର୍ତ୍ତାଙ୍କ ଜାମିନ ନାମଞ୍ଜୁର କରାଯାଇଥିଲା।
ଏହି ରିପୋର୍ଟରେ ୮୧ ବର୍ଷିୟ କବି ବାରବରା ରାଓ ଏବଂ ଷ୍ଟେନ ସ୍ବାମୀଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ଅଣଦେଖା ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଯାହା ପରେ ଷ୍ଟେନଙ୍କର କିଛି ଦିନ ପରେ ମୃତୂ୍ୟ ଘଟିଥିଲା।

ପେଗାସସ ମାଲୱେୟାର ସଫ୍ଟୱେୟାର ସାହାଯ୍ୟରେ ଭାରତରେ ସାମ୍ବାଦିକମାନଙ୍କର ବ୍ୟକ୍ତିଗତ ତଥ୍ୟ ଉପରେ ନଜର ରଖାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି। ମାର୍ଚ୍ଚରେ ପ୍ରକାଶିତ ଜାତୀୟ ନିର୍ଯାତନା ଅଭିଯାନ ଅନୁଯାୟୀ, ୨୦୨୦ରେ ୧୧୧ ଜଣଙ୍କର ପୋଲିସ ହେପାଜତରେ ମୃତ୍ୟୁ ଘଟିଛି। ରିପୋର୍ଟରେ କୁହାଯାଇଛି ମୃତକଙ୍କ ମଧ୍ୟରୁ ୮୨ ଜଣଙ୍କର ନିର୍ଯାତନା ଯୋଗୁ ମୃତ୍ୟୁ ହୋଇଛି।

ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଏହାର ଜବାବରେ ସ୍ପଷ୍ଟ କରିଛନ୍ତି ଯେ ଆମେରିକା ବିଷୟରେ ଭାରତର ଚିନ୍ତା ମଧ୍ୟ ସମାନ। ଦ୍ୱିପାକ୍ଷିକ ଆଲୋଚନାରେ ମାନବ ଅଧିକାର ପ୍ରସଙ୍ଗ ଉପରେ ଆଲୋଚନା କରାଯାଇ ନାହିଁ ବୋଲି ଏସ ଜୟଶଙ୍କର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?