ଭାରତର ଜିଡିପି ଅଭିବୃଦ୍ଧି ହାର ୭.୮%

ଭୁବନେଶ୍ୱର,୧।୯:ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ (ଏପ୍ରିଲରୁ ଜୁନ୍‌) ମଧ୍ୟରେ ଭାରତର ଗ୍ରସ୍‌ ଡୋମୋଷ୍ଟିକ ପ୍ରଡକ୍ଟ (ଜିଡିପି)ର ଅଭିବୃଦ୍ଧି ହାର ପୂର୍ବ ତ୍ରୈମାସିକ ଅପେକ୍ଷା ବେଶ୍‌ ଭଲ ରହିଥିବା ଗୁରୁବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଭାବେ ତଥ୍ୟ ଜାରି କରାଯାଇଛି। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଦେଶର ଜିଡିପି ୭.୮% ରହିଛି। ଗତ ଆର୍ଥିକ ବର୍ଷର ଶେଷ (ଜାନୁୟାରୀରୁ ମାର୍ଚ୍ଚ) ତ୍ରୈମାସିକରେ ଭାରତର ଅଭିବୃଦ୍ଧି ହାର ୬.୧% ରହିଥିଲା। ୨୦୨୨-୨୩ ଆର୍ଥିକ ବର୍ଷର ଜିଡିପି ଅଭିବୃଦ୍ଧି ହାର ୭.୨% ରହିଥିଲା। ସେହିଭଳି ନ୍ୟାଶନାଲ ଷ୍ଟାଟିଷ୍ଟିକାଲ ଅଫିସ(ଏନ୍‌ଏସ୍‌ଓ) ପକ୍ଷରୁ ଗୁରୁବାର ଜାରି ତଥ୍ୟ ଅନୁଯାୟୀ, ଗତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଦେଶର ଜିଡିପି ଅଭିବୃଦ୍ଧି ହାର ୧୩.୧% ରହିଥିଲା ବେଳେ ଉକ୍ତ ଜିଡିପି ଅଭିବୃଦ୍ଧି ସହ ଭାରତ ପ୍ରମୁଖ ଅର୍ଥ ବ୍ୟବସ୍ଥାରେ ସବୁଠୁ ଦ୍ରୁତ ଭାବେ ବୃଦ୍ଧି କରୁଥିବା ଦେଶ ହୋଇଛି। ଉଲ୍ଲେଖଯୋଗ୍ୟ, ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ନିକଟରେ ଚଳିତ ଆର୍ଥିକ ବର୍ଷ ପାଇଁ ଦେଶର (ଭାରତ)ର ଜିଡିପି ଅଭିବୃଦ୍ଧି ୬.୫% ରହିବା ନେଇ ପୂର୍ବ ଆକଳନ କରିଥିଲା। ସେହିଭଳି ଆର୍‌ବିଆଇର ଆକଳନ ରିପୋର୍ଟରେ ଦେଶର ଜିଡିପି ଅଭିବୃଦ୍ଧି ହାର ୨୦୨୩-୨୪ ଆର୍ଥକ ବର୍ଷର ପ୍ରଥମ ତ୍ରୈମାସିକରେ ୮% ରହିବା ନେଇ ଅନୁମାନ କରାଯାଇଥିଲା। ସେହିପରି ଆଇଏମ୍‌ଏଫ୍‌ର ଆକଳନ ଅନୁଯାୟୀ ଚଳିତ ବର୍ଷ ଭାରତର ଆର୍ଥିକ ଅଭିବୃଦ୍ଧି ହାର ୬.୧% ରହିବ ବୋଲି କୁହାଯାଇଛି। ଅପରପକ୍ଷରେ ୨୦୨୩ ଜୁଲାଇରେ ଦେଶର କୋର୍‌ ସେକ୍ଟରଗୁଡ଼ିକର ଅଭିବୃଦ୍ଧିରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି। ସରକାରୀ ତଥ୍ୟ ଅନୁଯାୟୀ ୨୦୨୩ ଜୁଲାଇରେ କୋର୍‌ ସେକ୍ଟର ଅଭିବୃଦ୍ଧି ହାର ୮% ରହିଥିଲା। ଏପରିକି ୨୦୨୨ ଜୁଲାଇରେ କୋର୍‌ ସେକ୍ଟର ଅଭିବୃଦ୍ଧି ୪.୮% ଥିଲା। ସେହିଭଳି ଚଳିତ ଆର୍ଥିକ ବର୍ଷର ଜୁନ୍‌ ମାସରେ ୮ ମୌଳିକ ଉଦ୍ୟୋଗର ଅଭିବୃଦ୍ଧି ହାର ୮.୩% ରହିଥିଲା। ଚଳିତ ଆର୍ଥିକ ବର୍ଷର ପ୍ରଥମ ୪ମାସରେ ଭାରତର ରାଜ କୋଷୀୟ କ୍ଷତି ୬.୦୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି। ସରକାରଙ୍କ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ରାଜକୋଷୀୟ କ୍ଷତି ୩୩.୯% ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri