ଭାରତର ଫରେକ୍ସ ରିଜର୍ଭ ୪ର୍ଥ ସର୍ବବୃହତ୍‌

ନୂଆଦିଲ୍ଲୀ,୧୫।୩: ଭାରତର ଫରେକ୍ସ ରିଜର୍ଭ ବା ବିଦେଶୀ ମୁଦ୍ରାଭଣ୍ଡାର ଲଗାତର ଭାବେ ବଢି ଚାଲିଛି। ଏହା ରୁଷିଆକୁ ଟପି ବିଶ୍ୱର ୪ର୍ଥ ସର୍ବବୃହତ୍‌ ମୁଦ୍ରାଭଣ୍ଡାର ହୋଇଥିବା ଜଣାପଡିଛି। ବର୍ତ୍ତମାନ ଆର୍‌ବିଆଇ ବିଦେଶୀ ମୁଦ୍ରା ଗଚ୍ଛିତ କରି ରଖୁଛି। ଅର୍ଥ ବ୍ୟବସ୍ଥାରୁ ଯଦି ହଠାତ୍‌ କୌଣସି ସମୟରେ ଅର୍ଥ ବିଦେଶକୁ ଚାଲିଯାଏ ସେ କ୍ଷେତ୍ରରେ ସ୍ଥିତି ସମ୍ଭାଳିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ଏଭଳି ପଦକ୍ଷେପ ହାତକୁ ନେଇଛି। ଉଭୟ ଦେଶର ବିଦେଶୀ ମୁଦ୍ରାଭଣ୍ଡାର ଲଗାତର ବଢିବା ପରେ ବର୍ତ୍ତମାନ ସ୍ଥିର ରହିଛି। ମାତ୍ର ଗତ କିଛି ସପ୍ତାହ ହେବ ରୁଷିଆ ବିଦେଶୀ ମୁଦ୍ରାଭଣ୍ଡାର କମିଥିବା ଜଣାପଡିଛି। ଏଭଳି ସ୍ଥିତିରେ ଭାରତୀୟ ମୁଦ୍ରାଭଣ୍ଡାରରେ ସ୍ଥିତାବସ୍ଥା ଜାରି ରହିଛି।
ସୂଚନା ମୁତାବକ, ଭାରତର ବିଦେଶୀ ମୁଦ୍ରାଭଣ୍ଡାର ୪.୩ ବିଲିୟନ ଡଲାର ହ୍ରାସ ହେବା ଫଳରେ ୫୮୦.୩ ବିଲିୟନ ଡଲାର ସ୍ତରରେ ରହିଛି। ସେହିଭଳି ରୁଷିଆ ବିଦେଶୀ ମୁଦ୍ରାଭଣ୍ଡାରରେ ୫୮୦.୧ ବିଲିୟନ ଡଲାର ରହିଛି। ଚାଇନା ବିଦେଶୀ ମୁଦ୍ରା ଭଣ୍ଡାର ବିଶ୍ୱର ସବୁଠାରୁ ବଡ଼ ହୋଇଥିବା ବେଳେ ଏହା ପରେ ଜାପାନ, ତୃତୀୟରେ ସ୍ବିଜରଲାଣ୍ଡ ଏବଂ ଚତୁର୍ଥରେ ଭାରତ ରହିଛି। ଭାରତ ନିକଟରେ ଯେତେ ପରିମାଣର ବିଦେଶୀ ମୁଦ୍ରା ରହିଛି ଏହା ୧୮ ମାସର ଆମଦାନୀକୁ ପରିଚାଳନା କରିବାରେ ସହାୟକ ହେବ ବୋଲି ଏକ ରିପୋର୍ଟରେ କୁହାଯାଇଛି। ସ୍ଥାନୀୟ ପୁଞ୍ଜି ବଜାର, ବିଦେଶୀ ପୁଞ୍ଜି ନିବେଶ ଏବଂ ଚଳନ୍ତି ଖାତା ନିଅଣ୍ଟ କ୍ଷେତ୍ରରେ ମଧ୍ୟ ବଳକା ସ୍ଥିତି ଦେଖାଯାଇଛି।
ଗତ ୪ ଦଶନ୍ଧି ମଧ୍ୟରେ ଭାରତୀୟ ଅର୍ଥ ବ୍ୟବସ୍ଥା ସବୁଠାରୁ ଖରାପ ସ୍ଥିତିରେ ରହିଛି। କରୋନା ମହାମାରୀ ବଜାରକୁ କ୍ଷତିଗ୍ରସ୍ତ କରିବା ଫଳରେ ଚଳିତ ଆର୍ଥତ୍କ ବର୍ଷରେ ଅଭିବୃଦ୍ଧି ଋଣାତ୍ମକ ରହିବ। ମାତ୍ର ବିଦେଶୀ ମୁଦ୍ରାଭଣ୍ଡାର ଦୃଢ ରହିବା କାରଣରୁ ବିଦେଶୀ ନିବେଶକ ଏବଂ କ୍ରେଡିଟ ରେଟିଂ ଏଜେନ୍ସିଗୁଡିକ ଭାରତ ପ୍ରତି ଏକ ସକାରାତ୍ମକ ମନୋଭାବ ସୃଷ୍ଟି କରିବ। ଏହି ପରିପ୍ରେକ୍ଷୀରେ ଡଚ୍‌ ବ୍ୟାଙ୍କର ଘରୋଇ ବଜାର ଲାଗି ମୁଖ୍ୟ ଅର୍ଥନୀତିଜ୍ଞ କୌଶିକ ଦାସ କହିଛନ୍ତି, ଗତ କିଛିବର୍ଷ ହେବ ଭାରତର ବିଦେଶୀ ମୁଦ୍ରାଭଣ୍ଡାର ଲଗାତର ବଢୁଛି। ଏହି ସ୍ଥିତି ଉନ୍ନତ ରହିଲେ ବାହ୍ୟ ଚାପରୁ ମୁକିଳିବାକୁ ଭାରତ ସକ୍ଷମ ହୋଇପାରିବ। ଗତ ବର୍ଷ ଆର୍‌ବିଆଇ ୮୮ ବିଲିୟନ ଡଲାର କିଣିଥିଲା। ମୁଦ୍ରାଭଣ୍ଡାରକୁ ଦୃଢ କରିବା ଲାଗି ଆର୍‌ବିଆଇ ଏହାର ରିପୋର୍ଟରେ କହିଥିଲା। ବାହ୍ୟ ଚାପରୁ ମୁକୁଳିବା ଲାଗି ସାରା ବିଶ୍ୱର ଅଭିବୃଦ୍ଧିଶୀଳ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ସେମାନଙ୍କ ବିଦେଶୀ ମୁଦ୍ରାଭଣ୍ଡାରକୁ ଦୃଢ଼କରନ୍ତୁ ବୋଲି ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

କାରରେ ଗଞ୍ଜେଇ ନେଇ ଜାଉଥିଲେ: ମାଡ଼ି ବସିଲା ପୋଲିସ

ନନ୍ଦପୁର,୮।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଏକ ଓଆର୦୨ ବିଜେଡ ୬୧୭୦ ନମ୍ବ ବିଶିଷ୍ଟ କାର ସମେତ ୨୧ କିଲୋ ଗଞ୍ଜେଇ ଜବତ କରିଛି।…

ବିଶ୍ବ ଜାଣିଲା ସତ! ଯୁଦ୍ଧବିରତି ନେଇ ନାଁ ଘୋଷଣା କଲେ ଟ୍ରମ୍ପ, ପ୍ରଥମ ପ୍ରତିକ୍ରିୟା ଦେଲା ଚାଇନା

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ହୋଇଥିବା ଯୁଦ୍ଧବିରତି ଚୁକ୍ତିକୁ ସ୍ୱାଗତ କରିଛି ଚାଇନା । କିନ୍ତୁ ଇରାନ ସହିତ କୌଣସି ସିଧାସଳଖ ଆଲୋଚନାକୁ ନିଶ୍ଚିତ କରିନାହିଁ ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri