ଭାରତର ଫରେକ୍ସ ରିଜର୍ଭ ୪ର୍ଥ ସର୍ବବୃହତ୍‌

ନୂଆଦିଲ୍ଲୀ,୧୫।୩: ଭାରତର ଫରେକ୍ସ ରିଜର୍ଭ ବା ବିଦେଶୀ ମୁଦ୍ରାଭଣ୍ଡାର ଲଗାତର ଭାବେ ବଢି ଚାଲିଛି। ଏହା ରୁଷିଆକୁ ଟପି ବିଶ୍ୱର ୪ର୍ଥ ସର୍ବବୃହତ୍‌ ମୁଦ୍ରାଭଣ୍ଡାର ହୋଇଥିବା ଜଣାପଡିଛି। ବର୍ତ୍ତମାନ ଆର୍‌ବିଆଇ ବିଦେଶୀ ମୁଦ୍ରା ଗଚ୍ଛିତ କରି ରଖୁଛି। ଅର୍ଥ ବ୍ୟବସ୍ଥାରୁ ଯଦି ହଠାତ୍‌ କୌଣସି ସମୟରେ ଅର୍ଥ ବିଦେଶକୁ ଚାଲିଯାଏ ସେ କ୍ଷେତ୍ରରେ ସ୍ଥିତି ସମ୍ଭାଳିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ଏଭଳି ପଦକ୍ଷେପ ହାତକୁ ନେଇଛି। ଉଭୟ ଦେଶର ବିଦେଶୀ ମୁଦ୍ରାଭଣ୍ଡାର ଲଗାତର ବଢିବା ପରେ ବର୍ତ୍ତମାନ ସ୍ଥିର ରହିଛି। ମାତ୍ର ଗତ କିଛି ସପ୍ତାହ ହେବ ରୁଷିଆ ବିଦେଶୀ ମୁଦ୍ରାଭଣ୍ଡାର କମିଥିବା ଜଣାପଡିଛି। ଏଭଳି ସ୍ଥିତିରେ ଭାରତୀୟ ମୁଦ୍ରାଭଣ୍ଡାରରେ ସ୍ଥିତାବସ୍ଥା ଜାରି ରହିଛି।
ସୂଚନା ମୁତାବକ, ଭାରତର ବିଦେଶୀ ମୁଦ୍ରାଭଣ୍ଡାର ୪.୩ ବିଲିୟନ ଡଲାର ହ୍ରାସ ହେବା ଫଳରେ ୫୮୦.୩ ବିଲିୟନ ଡଲାର ସ୍ତରରେ ରହିଛି। ସେହିଭଳି ରୁଷିଆ ବିଦେଶୀ ମୁଦ୍ରାଭଣ୍ଡାରରେ ୫୮୦.୧ ବିଲିୟନ ଡଲାର ରହିଛି। ଚାଇନା ବିଦେଶୀ ମୁଦ୍ରା ଭଣ୍ଡାର ବିଶ୍ୱର ସବୁଠାରୁ ବଡ଼ ହୋଇଥିବା ବେଳେ ଏହା ପରେ ଜାପାନ, ତୃତୀୟରେ ସ୍ବିଜରଲାଣ୍ଡ ଏବଂ ଚତୁର୍ଥରେ ଭାରତ ରହିଛି। ଭାରତ ନିକଟରେ ଯେତେ ପରିମାଣର ବିଦେଶୀ ମୁଦ୍ରା ରହିଛି ଏହା ୧୮ ମାସର ଆମଦାନୀକୁ ପରିଚାଳନା କରିବାରେ ସହାୟକ ହେବ ବୋଲି ଏକ ରିପୋର୍ଟରେ କୁହାଯାଇଛି। ସ୍ଥାନୀୟ ପୁଞ୍ଜି ବଜାର, ବିଦେଶୀ ପୁଞ୍ଜି ନିବେଶ ଏବଂ ଚଳନ୍ତି ଖାତା ନିଅଣ୍ଟ କ୍ଷେତ୍ରରେ ମଧ୍ୟ ବଳକା ସ୍ଥିତି ଦେଖାଯାଇଛି।
ଗତ ୪ ଦଶନ୍ଧି ମଧ୍ୟରେ ଭାରତୀୟ ଅର୍ଥ ବ୍ୟବସ୍ଥା ସବୁଠାରୁ ଖରାପ ସ୍ଥିତିରେ ରହିଛି। କରୋନା ମହାମାରୀ ବଜାରକୁ କ୍ଷତିଗ୍ରସ୍ତ କରିବା ଫଳରେ ଚଳିତ ଆର୍ଥତ୍କ ବର୍ଷରେ ଅଭିବୃଦ୍ଧି ଋଣାତ୍ମକ ରହିବ। ମାତ୍ର ବିଦେଶୀ ମୁଦ୍ରାଭଣ୍ଡାର ଦୃଢ ରହିବା କାରଣରୁ ବିଦେଶୀ ନିବେଶକ ଏବଂ କ୍ରେଡିଟ ରେଟିଂ ଏଜେନ୍ସିଗୁଡିକ ଭାରତ ପ୍ରତି ଏକ ସକାରାତ୍ମକ ମନୋଭାବ ସୃଷ୍ଟି କରିବ। ଏହି ପରିପ୍ରେକ୍ଷୀରେ ଡଚ୍‌ ବ୍ୟାଙ୍କର ଘରୋଇ ବଜାର ଲାଗି ମୁଖ୍ୟ ଅର୍ଥନୀତିଜ୍ଞ କୌଶିକ ଦାସ କହିଛନ୍ତି, ଗତ କିଛିବର୍ଷ ହେବ ଭାରତର ବିଦେଶୀ ମୁଦ୍ରାଭଣ୍ଡାର ଲଗାତର ବଢୁଛି। ଏହି ସ୍ଥିତି ଉନ୍ନତ ରହିଲେ ବାହ୍ୟ ଚାପରୁ ମୁକିଳିବାକୁ ଭାରତ ସକ୍ଷମ ହୋଇପାରିବ। ଗତ ବର୍ଷ ଆର୍‌ବିଆଇ ୮୮ ବିଲିୟନ ଡଲାର କିଣିଥିଲା। ମୁଦ୍ରାଭଣ୍ଡାରକୁ ଦୃଢ କରିବା ଲାଗି ଆର୍‌ବିଆଇ ଏହାର ରିପୋର୍ଟରେ କହିଥିଲା। ବାହ୍ୟ ଚାପରୁ ମୁକୁଳିବା ଲାଗି ସାରା ବିଶ୍ୱର ଅଭିବୃଦ୍ଧିଶୀଳ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ସେମାନଙ୍କ ବିଦେଶୀ ମୁଦ୍ରାଭଣ୍ଡାରକୁ ଦୃଢ଼କରନ୍ତୁ ବୋଲି ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବିହାର ନିର୍ବାଚନ ହାରିବା ପରେ CWCର ପ୍ରଥମ ବୈଠକ, ଦିଲ୍ଲୀରେ ମନ୍ଥନ

ନୂଆଦିଲ୍ଲୀ,୨୭।୧୨: ଶନିବାର (ଡିସେମ୍ବର ୨୭) ଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) ବୈଠକ କରୁଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା...

ଭାଜପାକୁ ବଡ଼ ଝଟକା, ମମତାଙ୍କୁ ନେଇ ଟଲିଉଡ ଅଭିନେତ୍ରୀ କହିଲେ…

କୋଲକାତା,୨୭।୧୨: ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟକା ଲାଗିଛି। ଲୋକପ୍ରିୟ ବଙ୍ଗଳା ଚଳଚ୍ଚିତ୍ର ଅଭିନେତ୍ରୀ ଏବଂ ପୂର୍ବତନ ଭାଜପା ନେତ୍ରୀ ପର୍ଣ୍ଣୋ...

ମକର ସଂକ୍ରାନ୍ତି ପୂର୍ବରୁ ଏହି ୩ ରାଶିର ଚମକିବ ଭାଗ୍ୟ, ଘଟିବାକୁ ଯାଉଛି…

୨୦୨୬ରେ, ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତି ପାଳନ କରାଯିବ, ଯେତେବେଳେ ସୂର୍ଯ୍ୟ ଧନୁ ରାଶି ଛାଡି ମକର ରାଶିରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ମକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri