Posted inଜାତୀୟ

ଏଲ୍‌ଓସିରେ ଭାରତର ପ୍ରଥମ ଡାକଘର

କେରନ,୧୧/୮(ପି.ଟି.):ଭାରତର ପ୍ରଥମ ଡାକଘର ଜମ୍ମୁ-କଶ୍ମୀରର କୁପଓ୍ବାରା ଜିଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା (ଏଲ୍‌ଓସି)ରେ ଅବସ୍ଥିତ। କିଷନଗଞ୍ଜ ନଦୀ କୂଳରେ ଥିବା ଏହି ଡାକଘରର ପିନ୍‌ କୋଡ୍‌ ୧୯୩୨୨୪। ପାକ୍‌ ଅଧିକୃତ କଶ୍ମୀର ଏହାଠାରୁ ମାତ୍ର କେଇ ଫୁଟ୍‌ ଦୂରରେ ରହିଛି। ସୀମା ନିକଟରେ ହୋଇଥିବାରୁ ଏହା ‘ଭାରତର ପ୍ରଥମ ଡାକଘର’ ବୋଲି ସାଇନ୍‌ବୋର୍ଡରେ ଲେଖାଅଛି। ବାରମୁଲ୍ଲା ଡିଭିଜନ ପୋଷ୍ଟ ଅଫିସଗୁଡ଼ିକର ସୁପରିଣ୍ଟେଣ୍ଡେଣ୍ଟ ଥିବା ଅବଦୁଲ ହମିଦ କୁମାର କହିଛନ୍ତି, ପୂର୍ବରୁ ଏହା ଶେଷ ପୋଷ୍ଟ ଅଫିସ ଭାବେ ଜଣାଶୁଣା ଥିଲା, କାରଣ ସେଠାକୁ କୌଣସି ଆଦାନପ୍ରଦାନ ହୋଇପାରୁ ନ ଥିଲା। ଏହା ଏଲ୍‌ଓସି ନିକଟରେ ହୋଇଥିବାରୁ ପରେ ସୈନ୍ୟବାହିନୀ ଏହାର ନାଁ ପ୍ରଥମ ପୋଷ୍ଟ ଅଫିସ ରଖିଥିଲା। ସ୍ଥାନୀୟ ଅଧିବାସୀଙ୍କ କହିବା ଅନୁଯାୟୀ ଭାରତ ସ୍ବାଧୀନ ହେବା ଏବଂ ପାକିସ୍ତାନ ଗଠନ ହେବା ପୂର୍ବରୁ ସେଠାରେ ଡାକଘର ଚାଲୁଥିଲା। ଏପରିକି ୧୯୬୫ ଏବଂ ୧୯୭୧ ଯୁଦ୍ଧ ବେଳେ ମଧ୍ୟ ଉକ୍ତ ଡାକଘର ଚିଠିପତ୍ର ଆଦାନ ପ୍ରଦାନ ବନ୍ଦ କରି ନ ଥିଲା। ୧୯୯୦ରେ ଏଲ୍‌ଓସିରେ ପାକିସ୍ତାନୀ ସମର୍ଥତ୍ତ ଆତଙ୍କବାଦୀଙ୍କ ବାରମ୍ବାର ସୀମାପାର ସେଲ୍‌ ମାଡ଼ ସତ୍ତ୍ୱେ ଡାକଘର କେବେ ବନ୍ଦ ହୋଇ ନ ଥିଲା ବୋଲି ପୋଷ୍ଟମାଷ୍ଟର ଶାକିର ଭଟ୍ଟ କହିଛନ୍ତି। ୨୦୨୧ରେ ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ରାଜିନାମା ପୂର୍ବରୁ ଚିଠିପତ୍ର ସଂଗ୍ରହ କରିବା ଓ ବାଣ୍ଟିବାକୁ ଯିବାରେ ବିପଦ ଥିଲା। ଏବେ ଆମେ ଶାନ୍ତି ଅନୁଭବ କରୁଛୁ ଏବଂ ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରିଆସିବା ଚାହୁଛୁ ବୋଲି ଭଟ୍ଟ କହିଛନ୍ତି। ୧୯୯୩ରେ କେରନ ସେକ୍ଟରରେ ବନ୍ୟା ଯୋଗୁ ଡାକଘର ଧୋଇଯାଇଥିଲା। ଏହା ପରେ ପୋଷ୍ଟ ମାଷ୍ଟର ଭଟ୍ଟଙ୍କ ଘରେ ଡାକଘର ଚାଲିଥିଲା। ଏଥିପାଇଁ ସେ ଭଡ଼ା ନେଉ ନ ଥିଲେ ବୋଲି କହିଛନ୍ତି। ତାଙ୍କ ସହ ୩ ଜଣ ଡାକବାଲା କାମ କରୁଥିଲେ ଓ ବହୁ ଦୂର ପର୍ଯନ୍ତ ସେବା ଯୋଗାଉଥିଲେ। ତେବେ ନିର୍ଭରଯୋଗ୍ୟ ଯୋଗାଯୋଗ ସୁବିଧା ଅଭାବରୁ ଅନ୍ୟ ପୋଷ୍ଟ ଅଫିସ ଭଳି ଏହା ଅନ୍‌ଲାଇନ ସେବା ଯୋଗାଇପାରି ନାହିଁ। ଅନ୍ୟପକ୍ଷରେ କୁପଓ୍ବାରାର ଡେପୁଟି କମିଶନର ଆୟୁଷି ସୁଦାନ କହିଛନ୍ତି, ଯୋଗାଯୋଗ ସମସ୍ୟାରେ ସୁଧାର ଆସୁଛି। ଚଳିତ ବର୍ଷ ଶେଷ ସୁଦ୍ଧା ଅପ୍ଟିକାଲ ଫାଇବର କେବୁଲ କାମ ଶେଷ ହୋଇଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri