ଭାରତର ପ୍ରଥମ ଘରୋଇ ରକେଟ୍‌

”ବିକ୍ରମ-ଏସ୍‌ ରକେଟ୍‌ର ଉତ୍‌କ୍ଷେପଣ ଅନ୍ତରୀକ୍ଷ ବିଜ୍ଞାନ କ୍ଷେତ୍ରରେ ଘରୋଇ ଉଦ୍ୟୋଗର ଏକ ବିରାଟ ପ୍ରଯୁକ୍ତିଗତ ଉପଲବ୍ଧି ଏବଂ ସେମାନଙ୍କ ଅଫୁରନ୍ତ ପ୍ରତିଭାର ପରିଚୟ। ଘରୋଇ ଉଦ୍ୟୋଗର ଅନ୍ତରୀକ୍ଷ କ୍ଷେତ୍ରରେ ବହୁଳ ଭାଗୀଦାରି ସୁନିଶ୍ଚିତ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ଅନ୍ତରୀକ୍ଷ ବିଭାଗ ଅଧୀନରେ ‘ରାଷ୍ଟ୍ରୀୟ ଅନ୍ତରୀକ୍ଷ ସଂବର୍ଦ୍ଧନ ଓ ପ୍ରାଧିକରଣ କେନ୍ଦ୍ର ନାମକ ଏକ ସଂସ୍ଥା ଗଠନ କରାଯାଇଛି। ଏହା ଏପର୍ଯ୍ୟନ୍ତ ଅନ୍ତରୀକ୍ଷ କ୍ଷେତ୍ରରେ କାର୍ଯ୍ୟରତ ୫ଟି ଘରୋଇ ସଂସ୍ଥାକୁ ଭାରତରେ ଅନ୍ତରୀକ୍ଷ ଅନୁସନ୍ଧାନ ନିମନ୍ତେ ପ୍ରାଧିକାର ପ୍ରଦାନ କରିବା ସାଙ୍ଗକୁ ସମୁଦାୟ ୧୬ଟି ରାଜିନାମା ସ୍ବାକ୍ଷରିତ କରିସାରିଛି।“

ଗତ ବର୍ଷ ନଭେମ୍ବର ୧୮ ତାରିଖରେ ଭାରତର ଅନ୍ତରୀକ୍ଷ ଅଭିଯାନ କ୍ଷେତ୍ରରେ ଏକ ନୂତନ ଯୁଗର ଅୟମାରମ୍ଭ ହୁଏ। ଏହି ଦିନ ବେସରକାରୀ ଉଦ୍ୟମରେ ନିର୍ମିତ ଏକ ରକେଟ୍‌ ପ୍ରଥମ ଥର ପାଇଁ ମହାକାଶକୁ ଉତ୍‌କ୍ଷେପିତ ହୋଇଛି। ଏହି ରକେଟ୍‌ର ନାମ ବିକ୍ରମ-ଏସ୍‌ (Vikram-S), ଯାହାକୁ ଇସ୍ରୋର ଶ୍ରୀହରିକୋଟାସ୍ଥିତ ଉତ୍‌କ୍ଷେପଣ କେନ୍ଦ୍ରରୁ ସଫଳତାର ସହିତ ପ୍ରେରଣ କରାଯାଇଛି। ପୂର୍ବରୁ ଆମ ଦେଶରେ ଅନ୍ତରୀକ୍ଷ କାର୍ଯ୍ୟକ୍ରମ କେବଳ ସରକାରୀ ଉଦ୍ୟମରେ ପରିଚାଳିତ ଭାରତୀୟ ଅନ୍ତରୀକ୍ଷ ସଙ୍ଗଠନ (ଇସ୍ରୋ,।SRO)ର ଏକଚାଟିଆ ଅଧିକାର ଥିଲା, ଯାହା ୧୯୬୯ ମସିହାରେ ଭାରତୀୟ ଅନ୍ତରୀକ୍ଷ କାର୍ଯ୍ୟକ୍ରମର ଜନକ ଡ. ବିକ୍ରମ ସରାଭାଇଙ୍କ ମାର୍ଗଦର୍ଶନରେ ପ୍ରତିଷ୍ଠା ହୋଇଥିଲା।
ଇସ୍ରୋ ନିଜର ଦୀର୍ଘ ୩୩ ବର୍ଷର ସମୟକାଳ ମଧ୍ୟରେ ଆମର ପଡ଼ୋଶୀ ଚନ୍ଦ୍ର ଓ ମଙ୍ଗଳ ଗ୍ରହ ସମେତ ସମଗ୍ର ଅନ୍ତରୀକ୍ଷକୁ ନିଜସ୍ବ ଯାନ ଜରିଆରେ ଅନେକ ଗୁରୁତ୍ୱପୂର୍ଣ୍ଣ ଅଭିଯାନ ପ୍ରେରଣ କରିବା ସାଙ୍ଗକୁ ଅନ୍ୟ ରାଷ୍ଟ୍ରମାନଙ୍କର ଉପଗ୍ରହସବୁକୁ ମଧ୍ୟ ମହାକାଶରେ ଅବସ୍ଥାପିତ କରି ନିଜର ଦକ୍ଷତା ଓ ଉତ୍କର୍ଷର ପରିଚୟ ଦେଇଛି। ଏହା ଭାରତକୁ ଅନ୍ତରୀକ୍ଷ ବିଜ୍ଞାନ କ୍ଷେତ୍ରରେ ସ୍ବାବଲମ୍ବୀ କରାଇବା ସାଙ୍ଗକୁ ବିଭିନ୍ନ ମହତ୍ତ୍ୱପୂର୍ଣ୍ଣ କ୍ଷେତ୍ର ଯଥା କଷି, ଜଙ୍ଗଲ, ପାଣିପାଗ ନିରୂପଣ, ବିପର୍ଯ୍ୟୟ ପରିଚାଳନା ଇତ୍ୟାଦି କ୍ଷେତ୍ରରେ ନିଜର ଯୋଗଦାନ ସୁନିଶ୍ଚିତ କରି ରାଷ୍ଟ୍ରୀୟ ପ୍ରଗତିକୁ ତ୍ୱରାନ୍ବିତ କରିଛି। ଏହି ସଂସ୍ଥା ସ୍ବଳ୍ପ ପୁଞ୍ଜି ବିନିଯୋଗ ଦ୍ୱାରା ଭାରତ ଭଳି ଏକ ବିକାଶଶୀଳ ଦେଶ ପକ୍ଷରେ କିପରି ମହାକାଶ ଅଭିଯାନ କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ହାସଲ କରିବା ସମ୍ଭବ ତାହା ପ୍ରମାଣିତ କରିଛି। ମାତ୍ର ଏକ ବ୍ୟବସାୟିକ ସଂସ୍ଥା ରୂପେ ‘ଇସ୍ରୋ’ ଆଶାନୁରୂପ ସଫଳତା ପ୍ରାପ୍ତ ହୋଇପାରି ନାହିଁ ଏବଂ ବିଶ୍ୱ ଅନ୍ତରୀକ୍ଷ ବଜାରରେ ଏହାର ଆୟ ମାତ୍ର ୨% ମାତ୍ରା ମଧ୍ୟରେ ସୀମିତ ଅଛି। ଏହା ସେତେଟା ଆଖିଦୃଶିଆ ହୋଇ ନ ଥିଲେ ସୁଦ୍ଧା ଇସ୍ରୋ ଆଗାମୀ ଦିନରେ ବେସରକାରୀ ସଂସ୍ଥାମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ଅନ୍ତର୍ଭୁକ୍ତ କରି ନିଜର ଆୟକୁ ୮%କୁ ବୃଦ୍ଧି କରିବାକୁ ଆଶା ରଖିଛି। ଇତିମଧ୍ୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିକଟରେ ଘୋଷଣା କରାଯାଇଥିବା ରାଷ୍ଟ୍ରୀୟ ଅନ୍ତରୀକ୍ଷ ନୀତି (National Space Policy) ବେସରକାରୀ ସଂସ୍ଥାମାନଙ୍କୁ ଅନ୍ତରୀକ୍ଷ କ୍ଷେତ୍ରରେ ଯୋଗଦାନ କରିବାକୁ ପ୍ରୋତ୍ସାହିତ କରିବ, ଯାହା ଫଳରେ ସେମାନେ ନିଜସ୍ବ ଯାନ ଓ ଉପଗ୍ରହ ବିକଶିତ କରି ସେସବୁକୁ ଇସ୍ରୋର ଉତ୍‌କ୍ଷେପଣ ଘାଟିରୁ ମହାକାଶକୁ ପ୍ରେରଣ କରିବା ସାଙ୍ଗକୁ ବ୍ୟବସାୟିକ ଉପଲବ୍ଧି ହାସଲ କରିପାରିବେ। ଅନ୍ତରୀକ୍ଷ କ୍ଷେତ୍ରକୁ ଘରୋଇକରଣ ନିମନ୍ତେ ଆମେରିକୀୟ ମହାକାଶ ସଂସ୍ଥା ନାସା (NASA)କୁ ପ୍ରାୟ ଏକ ଦଶକ ସମୟ ଲାଗିଥିଲାବେଳେ ଇସ୍ରୋ ଏହି ଲକ୍ଷ୍ୟକୁ ଆଗାମୀ ୧୦-୧୫ ବର୍ଷ ସମୟ ମଧ୍ୟରେ ହାସଲ କରିବ ବୋଲି ଆଶା ବାନ୍ଧିଛି। ଘରୋଇ ସଂସ୍ଥାମାନଙ୍କୁ ଭିତ୍ତିଭୂମି ସୁବିଧା ଯୋଗାଇ ଦେବାର ଲକ୍ଷ୍ୟ ନେଇ ଇସ୍ରୋ ଏବେ ଶ୍ରୀହରିକୋଟାଠାରେ ଏକ ତୃତୀୟ ଉତ୍‌କ୍ଷେପଣ ମଞ୍ଚ (Launch Pad) ଓ ତାମିଲନାଡୁର ତୁତିକୋରିନଠାରେ ଏକ ନୂଆ ଅନ୍ତରୀକ୍ଷ ବନ୍ଦର (Space Port) ସ୍ଥାପନ କରିବାକୁ ପଦକ୍ଷେପ ନେଉଛି।
ବିକ୍ରମ-ଏସ୍‌ ରକେଟ୍‌କୁ ହାଇଦ୍ରାବାଦସ୍ଥିତ ଏକ ଷ୍ଟାର୍ଟ-ଅପ୍‌ ‘ସ୍କାଇରୁଟ ଏରୋସ୍ପେସ୍‌’ ଦୀର୍ଘ ଦୁଇ ବର୍ଷର ଗବେଷଣା ଓ କଠିନ ପରିଶ୍ରମ କରି ବିକଶିତ କରିଥିଲା। କଠିନ ଇନ୍ଧନରେ ଚାଳିତ ୬ ମିଟର ଲମ୍ବର ନିମ୍ନ-କକ୍ଷପଥୀୟ (Sub-orbital) ଗତି ବିଶିଷ୍ଟ ଏହି ରକେଟ୍‌ ଉତ୍‌କ୍ଷେପଣ ପରେ ୫ ମିନିଟ କାଳ ଉଡ୍ଡାଣ ଭରି ଅନ୍ତରୀକ୍ଷରେ ୮୯.୫ କି.ମି. ଦୂରତା ଆରୋହଣ କରିଥିଲା ଏବଂ ଈପ୍ସିତ ଅଭିଯାନର ସମସ୍ତ ଲକ୍ଷ୍ୟ ହାସଲ କରି ବଙ୍ଗୋପ ସାଗରରେ ପତନ ଦେଇଥିଲା। ବିକ୍ରମ-ଏସ୍‌ ରକେଟ୍‌ର ଏକ ବିଶେଷତ୍ୱ ହେଉଛି ଯେ, ଏହାର ନିର୍ମାଣରେ କିଛି ଅତ୍ୟାଧୁନିକ ପ୍ରଯୁକ୍ତି ଓ ଜ୍ଞାନକୌଶଳ ବ୍ୟବହାର କରାଯାଇଛି, ଯାହା ମଧ୍ୟରେ ଏହାର ଧୂଆଁନଳୀ ରୂପରେଖ ପ୍ରସ୍ତୁତିରେ 3ଡି (3D) ପ୍ରିଣ୍ଟର କୌଶଳ ଏବଂ ମୋଟର ଆବରଣ ଗଠନରେ ନାନୋ-କାର୍ବନ୍‌ ପ୍ରଯୁକ୍ତି ପ୍ରମୁଖ ଅଟେ। ଏହାର ଉତ୍‌କ୍ଷେପଣ କାଳୀନ ଓଜନ ୫୪୫ କି.ଗ୍ରା., ଯାହା ୮୦ କି.ଗ୍ରା. ଭାର ବହନ କରି ଅନ୍ତରୀକ୍ଷକୁ ଯାତ୍ରା କରିବାକୁ ସକ୍ଷମ। ସ୍କାଇରୁଟ୍‌ କମ୍ପାନୀ ଆଗାମୀ ଦିନରେ ଆମ ଦେଶର କେନ୍ଦ୍ରୀୟ ନିୟନ୍ତ୍ରକ ସଂସ୍ଥା ‘ରାଷ୍ଟ୍ରୀୟ ଅନ୍ତରୀକ୍ଷ ସଂବର୍ଦ୍ଧନ ଓ ପ୍ରାଧିକରଣ କେନ୍ଦ୍ର’ଙ୍କ ଅନୁମତି କ୍ରମେ କକ୍ଷରେ ଅବସ୍ଥାପିତ ହୋଇ ଗତି କରିପାରୁଥିବା ବିକ୍ରମ-୧ ଶ୍ରେଣୀର ଉନ୍ନତ ରକେଟ୍‌ ପ୍ରେରଣ କରି ଅନ୍ତରୀକ୍ଷ ଅଭିଯାନର କିଛି ଜଟିଳ ଜ୍ଞାନକୌଶଳ ପରୀକ୍ଷା କରିବାକୁ ଆଶା ବାନ୍ଧିଛି। ଏହି ଅଭିଯାନକୁ ଭାରତର ଅନ୍ତରୀକ୍ଷ କାର୍ଯ୍ୟକ୍ରମର ଜନକ ଡ. ବିକ୍ରମ ସରାଭାଇଙ୍କ ନାମରେ ନାମିତ କରାଯାଇଛି।
ବିକ୍ରମ-ଏସ୍‌ ରକେଟ୍‌ର ଉତ୍‌କ୍ଷେପଣ ଅନ୍ତରୀକ୍ଷ ବିଜ୍ଞାନ କ୍ଷେତ୍ରରେ ଘରୋଇ ଉଦ୍ୟୋଗର ଏକ ବିରାଟ ପ୍ରଯୁକ୍ତିଗତ ଉପଲବ୍ଧି ଏବଂ ସେମାନଙ୍କ ଅଫୁରନ୍ତ ପ୍ରତିଭାର ପରିଚୟ। ଘରୋଇ ଉଦ୍ୟୋଗର ଅନ୍ତରୀକ୍ଷ କ୍ଷେତ୍ରରେ ବହୁଳ ଭାଗୀଦାରି ସୁନିଶ୍ଚିତ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ଅନ୍ତରୀକ୍ଷ ବିଭାଗ ଅଧୀନରେ ‘ରାଷ୍ଟ୍ରୀୟ ଅନ୍ତରୀକ୍ଷ ସଂବର୍ଦ୍ଧନ ଓ ପ୍ରାଧିକରଣ କେନ୍ଦ୍ର ନାମକ ଏକ ସଂସ୍ଥା ଗଠନ କରାଯାଇଛି। ଏହା ଏପର୍ଯ୍ୟନ୍ତ ଅନ୍ତରୀକ୍ଷ କ୍ଷେତ୍ରରେ କାର୍ଯ୍ୟରତ ୫ଟି ଘରୋଇ ସଂସ୍ଥାକୁ ଭାରତରେ ଅନ୍ତରୀକ୍ଷ ଅନୁସନ୍ଧାନ ନିମନ୍ତେ ପ୍ରାଧିକାର ପ୍ରଦାନ କରିବା ସାଙ୍ଗକୁ ସମୁଦାୟ ୧୬ଟି ରାଜିନାମା ସ୍ବାକ୍ଷରିତ କରିସାରିଛି। ଏହା ମଧ୍ୟ ଇତିମଧ୍ୟରେ ବିଭିନ୍ନ ଘରୋଇ ସଂସ୍ଥାଠାରୁ ଅନ୍ତରୀକ୍ଷ କ୍ଷେତ୍ରକୁ ଉପଯୋଗ ନିମନ୍ତେ ଅନୁରୋଧ, ସୁବିଧା ପ୍ରଦାନ ଓ ସମ୍ବର୍ଦ୍ଧନ ନିମନ୍ତେ ୧୫୦ଟି ଆବେଦନ ପ୍ରାପ୍ତ ହୋଇସାରିଛି। ଅନ୍ତରୀକ୍ଷ କ୍ଷେତ୍ରର ଘରୋଇକରଣ ପ୍ରକ୍ରିୟା ପ୍ରଥମେ ୨୦୨୦ ଜୁନ୍‌୍‌ରେ ଭାରତ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁସାରେ ଆରମ୍ଭ ହୋଇଥିଲା। (କ୍ରମଶଃ..)

ନିକୁଞ୍ଜ ବିହାରୀ ସାହୁ
– ଏଜୁକେଶନ୍‌ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ
ମୋ: ୮୦୧୮୭୦୮୮୫୮


Enter your email to get our daily news in your inbox.

All Right Reserved By Dharitri.Com

ଶାମ୍ବ ଦଶମୀରେ ଖୋଲିବ ଏହି ୩ ରାଶିର ଭାଗ୍ୟ, ସବୁ କ୍ଷେତ୍ରରେ ମିଳିବ ସଫଳତା

 ଆଜି ପବିତ୍ର ଶାମ୍ବ ଦଶମୀ । ପୌଷ ଶୁକ୍ଳ ଦଶମୀ ତିଥିରେ ଶାମ୍ବ ଦଶମୀ ପାଳନ କରାଯାଇଥାଏ । ଶାମ୍ବ ଦଶମୀରେ ସୂର୍ଯ୍ୟଙ୍କର ପୂଜା କରାଯାଇଥାଏ...

ନୂଆବର୍ଷ ୨୦୨୬ରୁ ଏହି ୩ ରାଶିର ଭଲ ଦିନ ଆରମ୍ଭ: ସୃଷ୍ଟି ହେଉଛି ଚତୁର୍ଗ୍ରହୀ ଯୋଗ, ଘଟିବ…

୨୦୨୬ର ପ୍ରଥମ ଦିନ ଜ୍ୟୋତିଷ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହି ଦିନରେ ଏକ ଶକ୍ତିଶାଳୀ ଚତୁର୍ଗ୍ରହୀ ଯୋଗ ସୃଷ୍ଟି ହେଉଛି। ଜାନୁଆରୀ ୧, ୨୦୨୬...

ଜାନୁଆରୀ ୧୧ ସୁଦ୍ଧା ଏହି ୩ ରାଶିର ହେବାକୁ ଯାଉଛି ବଡ଼ ପରିବର୍ତ୍ତନ, ଗ୍ରହଙ୍କ ରାଜା ‘ସୂର୍ଯ୍ୟ’ କଲେ ନକ୍ଷତ୍ର ଗୋଚର

ଜ୍ୟୋତିଷ ଶାସ୍ତ୍ରରେ, ସୂର୍ଯ୍ୟ, ଯାହାକୁ ସୂର୍ଯ୍ୟ ଦେବତା ଏବଂ ଗ୍ରହମାନଙ୍କର ରାଜା ଉଭୟ ଭାବରେ ବିବେଚନା କରାଯାଏ, ୨୦୨୫ରେ ତାଙ୍କର ଶେଷ ଗୋଚର ସମାପ୍ତ କରିଛି।...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

ସୃଷ୍ଟି ହେବ ଗଜକେଶରୀ ଯୋଗ, ଏହି ୨ ରାଶିର ବ୍ୟକ୍ତିଙ୍କର କ୍ୟାରିଅରରେ ହେବ ଉନ୍ନତି

ଗ୍ରହ ଏବଂ ନକ୍ଷତ୍ର ମଣ୍ଡଳର ଗତିକୁ ଆଧାର କରି ୨୦୨୬ ମସିହାର ପ୍ରଥମ କିଛି ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହି...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମକର ସଂକ୍ରାନ୍ତି ପୂର୍ବରୁ ଏହି ୩ ରାଶିର ଚମକିବ ଭାଗ୍ୟ, ଘଟିବାକୁ ଯାଉଛି…

୨୦୨୬ରେ, ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତି ପାଳନ କରାଯିବ, ଯେତେବେଳେ ସୂର୍ଯ୍ୟ ଧନୁ ରାଶି ଛାଡି ମକର ରାଶିରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ମକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri