ରେକର୍ଡ କଲା ଭାରତ: ୧୦୦୦ ଆରବ ଡଲାର ପାର କଲା ପ୍ରତ୍ୟେକ୍ଷ ବିଦେଶ ନିବେଶ

ନୂଆଦିଲ୍ଲୀ,୧୩ା୧୨: ଭାରତରେ ପ୍ରତ୍ୟେକ୍ଷ ବିଦେଶ ନିବେଶ(ଏଫଡିଆଇ) ୨୦୦୦ ରୁ ୨୦୨୪ ମଧ୍ୟରେ ୧୦୦୦ ଆରବ ଡଲାର ପାର କରିଛି। ଏହା ବିଶ୍ୱସ୍ତରରେ ଏକ ନିରାପଦ ଏବଂ ପ୍ରାଥମିକ ପୁଞ୍ଜି ବିନିଯୋଗ ଲକ୍ଷ୍ୟ ଭାବରେ ଦେଶର ସୁନାମକୁ ସ୍ୱୀକୃତି ପ୍ରଦାନ କରୁଛି। ଏହି ନିବେଶ ଗୁଡିକ ମଧ୍ୟରୁ ଅଧିକାଂଶ ସେବା କ୍ଷେତ୍ର, କମ୍ପ୍ୟୁଟର ସଫ୍ଟୱେର୍ ଏବଂ ହାର୍ଡୱେର୍, ଟେଲିକମ୍, ବାଣିଜ୍ୟ, ଭିତ୍ତିଭୂମି, ଅଟୋମୋବାଇଲ୍, ରାସାୟନିକ ପଦାର୍ଥ ଏବଂ ଫାର୍ମାସ୍ୟୁଟିକାଲ୍ କ୍ଷେତ୍ରରେ ଆସିଛି।

ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟର ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି) ର ତଥ୍ୟ ଅନୁଯାୟୀ, ଇକ୍ୱିଟି, ପୁନର୍ନିବେଶିତ ଆୟ ଏବଂ ଅନ୍ୟାନ୍ୟ ପୁଞ୍ଜି ସହିତ ମୋଟ ଏଫଡିଆଇ ପରିମାଣ ଏହି ସମୟ ମଧ୍ୟରେ ୧,୦୩୩.୪୦ ବିଲିୟନ ଡ଼ଲାରରେ ପହଞ୍ଚିଛି। ପରିସଂଖ୍ୟାନ ଅନୁଯାୟୀ, ପ୍ରାୟ ୨୫ ପ୍ରତିଶତ ଏଫଡିଆଇ ମରିସସ୍ ମାର୍ଗ ଦେଇ ଆସିଛି। ଏହା ପରେ ସିଙ୍ଗାପୁର (୨୪%), ଆମେରିକା (୧୦%), ନେଦରଲ୍ୟାଣ୍ଡ (୭%), ଜାପାନ (୬%), ବ୍ରିଟେନ (୫%), ୟୁଏଇ (୩%) ଏବଂ କେମାନ ଦ୍ୱୀପପୁଞ୍ଜ, ଜର୍ମାନୀ ଏବଂ ସାଇପ୍ରସ୍ ରହିଛନ୍ତି। ତଥ୍ୟ ଅନୁଯାୟୀ, ଏହି ଅବଧି ମଧ୍ୟରେ ମରିସସରୁ ୧୭୭.୧୮ ବିଲିୟନ ଡ଼ଲାର, ସିଙ୍ଗାପୁରରୁ ୧୬୭.୪୭ ବିଲିୟନ ଡ଼ଲାର ଏବଂ ଆମେରିକାର ୬୭.୮ ବିଲିୟନ ଡ଼ଲାର ନିବେଶ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ସେହି ମହିଳା ପାଇଲଟ ? ଯିଏ ଚଲାଉଥିଲେ ଅଜିତଙ୍କ ବିମାନ

ପୁଣେ,୨୮।୧: ଏକ ଦୁଖଦଃ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ଘଟିଛି। ମୃତକ ୫ ଜଣଙ୍କ ମଧ୍ୟରେ ବିମାନର କୋ-ପାଇଲଟ୍ ଶାମ୍ଭବୀ ପାଠକ ମଧ୍ୟ…

ଏମିତି ଭୟଙ୍କର ଥିଲା ବିମାନ ଦୁର୍ଘଟଣାସ୍ଥଳ: ଅଜିତ ପାଓ୍ବାରଙ୍କୁ ଚିହ୍ନିବାରେ ସାହାଯ୍ୟ କଲା ତାଙ୍କ…

ମୁମ୍ବାଇ,୨୮ା୧: ବୁଧବାର ଏକ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ମୃତ୍ୟୁ ଘଟିଛି। ବିମାନରେ ଥିବା ସମସ୍ତ ୬ ଜଣ ଯାତ୍ରୀଙ୍କର ମଧ୍ୟ ମୃତ୍ୟୁ ଘଟିଛି।…

ଏଥର ବଜେଟରେ କ’ଣ ଶସ୍ତା, କ’ଣ ମହଙ୍ଗା ହୋଇପାରେ, ଦେଖନ୍ତୁ ପୂରା ଲିଷ୍ଟ…

ନୂଆଦିଲ୍ଲୀ,୨୮।୧: କେନ୍ଦ୍ରୀୟ ବଜେଟ ପାଖେଇ ଆସୁଥିବାରୁ, କରଦାତାଙ୍କଠାରୁ ଆରମ୍ଭ କରି ଭାରତର ଅର୍ଥନୀତିର ବିଭିନ୍ନ କ୍ଷେତ୍ର ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଆଶା ଅଧିକ ରହିଛି। କରଦାତା, ବିଶେଷକରି…

ଆଉ ଚାରା ନାହିଁ

ଓଡ଼ିଆରେ କଥା ଅଛି ‘ଆଉ ଚାରା ନାହିଁ’। ଅର୍ଥାତ୍‌ ଆଉ କିଛି ଉପାୟ ନ ଥିଲେ ବାଧ୍ୟ ହେବା ସ୍ଥିତିକୁ ଲକ୍ଷ୍ୟ କରାଯାଇ ଏଭଳି କୁହାଯାଇଥାଏ। ଗୋଟିଏ…

ଆଜି ୮ ଘଣ୍ଟିଆ ଓଡ଼ିଶା ବନ୍ଦ, ୩୦ ଜିଲାରେ ବନ୍ଦ ରହିବ…

ଭୁବନେଶ୍ୱର,୨୮ା୧(ସୁନିତ୍‌ ମିଶ୍ର): ରାଜ୍ୟରେ ଧାନମଣ୍ଡି ଖୋଲିବା ଏବଂ ଧାନ ବିକ୍ରିରେ ଅବ୍ୟବସ୍ଥା କାରଣରୁ ଚାଷୀମାନେ ବହୁ ହଇରାଣ ହେଉଛନ୍ତି। ପ୍ରଦୂଷଣ ସାର୍ଟିଫିକେଟ ନାଁରେ ସାଧାରଣ ଲୋକମାନଙ୍କଠାରୁ ସରକାର…

ଅଡୁଆରେ କର୍ଣ୍ଣାଟକ ସରକାର: ୬,୦୦୦ କୋଟିର ମଦ ଦୁର୍ନୀତି ଅଭିଯୋଗ

ନୂଆଦିଲ୍ଲୀ,୨୭।୧: କର୍ଣ୍ଣାଟକର କଂଗ୍ରେସ ସରକାର ଏକ ବଡ଼ ଧରଣର ଦୁର୍ନୀତି ଅଭିଯୋଗର ଘେରକୁ ଆସିଛନ୍ତି। ରାଜ୍ୟ ଅବକାରୀ ବିଭାଗରେ ଗତ ଦୁଇ ବର୍ଷ ମଧ୍ୟରେ ପ୍ରାୟ ୬,୦୦୦…

ଭାରତ-EU ମୁକ୍ତ ବାଣିଜ୍ୟ ଚୁକ୍ତି: କେଉଁ ରାଜ୍ୟକୁ ମିଳିବ କେତେ ଫାଇଦା? ଜାଣନ୍ତୁ

ନୂଆଦିଲ୍ଲୀ,୨୭।୧: ଭାରତ ଏବଂ ୟୁରୋପୀୟ ସଂଘ (EU) ମଧ୍ୟରେ ସ୍ୱାକ୍ଷରିତ ହୋଇଛି ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି (FTA)। ଏହି ଚୁକ୍ତି ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଏକ…

ବଦଳିବ କ୍ୟାପିଟାଲ ହସ୍ପିଟାଲର କାୟାକଳ୍ପ: ୪୦କୁ ବୃଦ୍ଧି ପାଇବ ଆଇସିୟୁ ଶଯ୍ୟା ସଂଖ୍ୟା

ଭୁବନେଶ୍ୱର,୨୭।୧: ରାଜଧାନୀବାସୀଙ୍କ ପାଇଁ ଖୁସି ଖବର । ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲର ଭିତ୍ତିଭୂମି ଓ ସ୍ୱାସ୍ଥ୍ୟସେବାରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ମଙ୍ଗଳବାର ଅନୁଷ୍ଠିତ ରୋଗୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri