୩୫% ହ୍ରାସ ପାଇଛି ଚାଇନାକୁ ଭାରତର ରପ୍ତାନି

ନୂଆଦିଲ୍ଲୀ,୫।୯: ଗତ କିଛିମାସ ହେବ ଚାଇନାର ଅର୍ଥନୈତିକ କାର୍ଯ୍ୟକଳାପରେ ମନ୍ଥରତା ଦେଖାଦେଇଛି। ଚଳିତ ବର୍ଷ ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ଭାରତର ଉତ୍ତର ପଡ଼ୋଶୀ ଦେଶକୁ ରପ୍ତାନି ପ୍ରାୟ ୩୫% ହ୍ରାସ ପାଇ ୬.୮ ବିଲିୟନ ଡଲାରରେ ପହଞ୍ଚତ୍ଛି। ଏହି ସମୟ ମଧ୍ୟରେ ଚାଇନା ଭାରତର ୪ର୍ଥ ବୃହତ୍ତମ ରପ୍ତାନି ସ୍ଥଳ ପାଲଟିଥିଲା ଏବଂ ଏକ ବର୍ଷ ପୂର୍ବେ ସମାନ ଅବଧିରେ ଦ୍ୱିତୀୟ ସ୍ଥାନରୁ ଏହା ଖସି ଆସିଥିଲା। ଏପରି କି ଶୂନ-କୋଭିଡ୍‌ ନୀତିର ବ୍ୟବହାର ଉପରେ ଡ୍ରାଗ୍‌ ସମ୍ପତ୍ତି କ୍ଷେତ୍ରର ଦୀର୍ଘଦିନର ପ୍ରଭାବ ଏବଂ ରପ୍ତାନି ଚାହିଦା ହ୍ରାସ ସହ ଚାଇନାର ଅର୍ଥନୀତିରେ ଏକାଧିକ ଧକ୍କା ଲାଗିଛି, ଯାହା ଅର୍ଥନୈତିକ କାର୍ଯ୍ୟକଳାପକୁ ମନ୍ଥର କରିଦେଇଛି। ବିଶେଷକରି ଅଶୋଧିତ ତୈଳମୂଲ୍ୟ ବୃଦ୍ଧି ସହ ନାପଟା ଭଳି ପେଟ୍ରୋଲିୟମ ଉତ୍ପାଦ ରପ୍ତାନି ଏପ୍ରିଲରୁ ଜୁଲାଇ ମଧ୍ୟରେ ୮୧% ବୃଦ୍ଧି ହୋଇ ୧.୨ ବିଲିୟନ ଡଲାରରେ ପହଞ୍ଚତ୍ଛି। ସେହିପରି ଜୈବିକ ରାସାୟନିକ ପଦାର୍ଥ ୩୮.୩%, ଲୁହାପଥର ୭୮.୫% ଏବଂ ଆଲୁମିନିୟମ ଉତ୍ପାଦ ୮୪.୨% ହ୍ରାସ ଘଟିଥିବା ବାଣିଜ୍ୟ ମନ୍ତ୍ରଣାଳୟ ୱେବ୍‌ସାଇଟରେ ଦର୍ଶାଇଛି। ତେବେ ଚାଇନା ଏହି ସମୟ ମଧ୍ୟରେ ଅଣବାସମତି ଚାଉଳ ୧୪୧.୧% ଏବଂ ସାମୁଦ୍ରିକ ଦ୍ରବ୍ୟ ୧୮.୭% ଆମଦାନୀ ବୃଦ୍ଧି କରିଛି। ଚାଇନାରେ ଇସ୍ପାତ ଉତ୍ପାଦନରେ ହ୍ରାସ ଯୋଗୁ ଭାରତରୁ ଲୁହାପଥର ରପ୍ତାନିରେ ତୀବ୍ର ହ୍ରାସ ଘଟିଛି। ଅପରପକ୍ଷେ ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ଚାଇନାରୁ ଆମଦାନୀ ୨୮% ବୃଦ୍ଧି ପାଇଥିଲା, ଯେଉଁ ସମୟରେ ଭାରତର ସାମଗ୍ରିକ ଆମଦାନୀ ୪୫.୬% ଥିଲା। ଫଳରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ୫ ମାସରେ ୩୭.୧ ବିଲିୟନ ଡଲାରର ବାଣିଜ୍ୟ ନିଅଣ୍ଟ ଦେଖାଦେଇଥିଲା ବେଳେ ଚାଇନା ସହ ଭାରତର ବାଣିଜ୍ୟ ନିଅଣ୍ଟ ବୃଦ୍ଧି ପାଇବାରେ ଲାଗିଛି। ସେହିପରି ଉଭୟ ଦେଶର ବଜାର ପ୍ରବେଶ ସମସ୍ୟାର ସମାଧାନ ପାଇଁ ଆମେ ଚାଇନା ସହ ଯୋଗାଯୋଗରେ ରହିଛୁ ବୋଲି ଚାଇନାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri