୩୫% ହ୍ରାସ ପାଇଛି ଚାଇନାକୁ ଭାରତର ରପ୍ତାନି

ନୂଆଦିଲ୍ଲୀ,୫।୯: ଗତ କିଛିମାସ ହେବ ଚାଇନାର ଅର୍ଥନୈତିକ କାର୍ଯ୍ୟକଳାପରେ ମନ୍ଥରତା ଦେଖାଦେଇଛି। ଚଳିତ ବର୍ଷ ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ଭାରତର ଉତ୍ତର ପଡ଼ୋଶୀ ଦେଶକୁ ରପ୍ତାନି ପ୍ରାୟ ୩୫% ହ୍ରାସ ପାଇ ୬.୮ ବିଲିୟନ ଡଲାରରେ ପହଞ୍ଚତ୍ଛି। ଏହି ସମୟ ମଧ୍ୟରେ ଚାଇନା ଭାରତର ୪ର୍ଥ ବୃହତ୍ତମ ରପ୍ତାନି ସ୍ଥଳ ପାଲଟିଥିଲା ଏବଂ ଏକ ବର୍ଷ ପୂର୍ବେ ସମାନ ଅବଧିରେ ଦ୍ୱିତୀୟ ସ୍ଥାନରୁ ଏହା ଖସି ଆସିଥିଲା। ଏପରି କି ଶୂନ-କୋଭିଡ୍‌ ନୀତିର ବ୍ୟବହାର ଉପରେ ଡ୍ରାଗ୍‌ ସମ୍ପତ୍ତି କ୍ଷେତ୍ରର ଦୀର୍ଘଦିନର ପ୍ରଭାବ ଏବଂ ରପ୍ତାନି ଚାହିଦା ହ୍ରାସ ସହ ଚାଇନାର ଅର୍ଥନୀତିରେ ଏକାଧିକ ଧକ୍କା ଲାଗିଛି, ଯାହା ଅର୍ଥନୈତିକ କାର୍ଯ୍ୟକଳାପକୁ ମନ୍ଥର କରିଦେଇଛି। ବିଶେଷକରି ଅଶୋଧିତ ତୈଳମୂଲ୍ୟ ବୃଦ୍ଧି ସହ ନାପଟା ଭଳି ପେଟ୍ରୋଲିୟମ ଉତ୍ପାଦ ରପ୍ତାନି ଏପ୍ରିଲରୁ ଜୁଲାଇ ମଧ୍ୟରେ ୮୧% ବୃଦ୍ଧି ହୋଇ ୧.୨ ବିଲିୟନ ଡଲାରରେ ପହଞ୍ଚତ୍ଛି। ସେହିପରି ଜୈବିକ ରାସାୟନିକ ପଦାର୍ଥ ୩୮.୩%, ଲୁହାପଥର ୭୮.୫% ଏବଂ ଆଲୁମିନିୟମ ଉତ୍ପାଦ ୮୪.୨% ହ୍ରାସ ଘଟିଥିବା ବାଣିଜ୍ୟ ମନ୍ତ୍ରଣାଳୟ ୱେବ୍‌ସାଇଟରେ ଦର୍ଶାଇଛି। ତେବେ ଚାଇନା ଏହି ସମୟ ମଧ୍ୟରେ ଅଣବାସମତି ଚାଉଳ ୧୪୧.୧% ଏବଂ ସାମୁଦ୍ରିକ ଦ୍ରବ୍ୟ ୧୮.୭% ଆମଦାନୀ ବୃଦ୍ଧି କରିଛି। ଚାଇନାରେ ଇସ୍ପାତ ଉତ୍ପାଦନରେ ହ୍ରାସ ଯୋଗୁ ଭାରତରୁ ଲୁହାପଥର ରପ୍ତାନିରେ ତୀବ୍ର ହ୍ରାସ ଘଟିଛି। ଅପରପକ୍ଷେ ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ଚାଇନାରୁ ଆମଦାନୀ ୨୮% ବୃଦ୍ଧି ପାଇଥିଲା, ଯେଉଁ ସମୟରେ ଭାରତର ସାମଗ୍ରିକ ଆମଦାନୀ ୪୫.୬% ଥିଲା। ଫଳରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ୫ ମାସରେ ୩୭.୧ ବିଲିୟନ ଡଲାରର ବାଣିଜ୍ୟ ନିଅଣ୍ଟ ଦେଖାଦେଇଥିଲା ବେଳେ ଚାଇନା ସହ ଭାରତର ବାଣିଜ୍ୟ ନିଅଣ୍ଟ ବୃଦ୍ଧି ପାଇବାରେ ଲାଗିଛି। ସେହିପରି ଉଭୟ ଦେଶର ବଜାର ପ୍ରବେଶ ସମସ୍ୟାର ସମାଧାନ ପାଇଁ ଆମେ ଚାଇନା ସହ ଯୋଗାଯୋଗରେ ରହିଛୁ ବୋଲି ଚାଇନାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri