ବର୍ତ୍ତମାନ ବିଶ୍ୱରେ ଯେଉଁ ବାଣିଜି୍ୟକ ଯୁଦ୍ଧ ଦେଖାଦେଇଛି ତାହା ବିଭିନ୍ନ ଦେଶରେ ରାଜନୈତିକ ଘନଘଟା ସୃଷ୍ଟିକରିଛି। ବିଶ୍ୱ ରାଜନୀତି ଓ ଅର୍ଥନୀତିରେ ନାହିଁ ନ ଥିବା ଅସ୍ଥିରତା ଅନୁଭୂତହୁଏ। ଏହି ସମୟରେ ଭାରତ -ଆମେରିକା ମଧ୍ୟରେ ବାଣିଜ୍ୟକୁ ନେଇ ହେଉଥିବା ଅନ୍ତରୀଣ ଚୁକ୍ତି ଭାରତରେ ଏକ ରାଜନୈତିକ ଝଡ଼ ସୃଷ୍ଟିକରିଛି। ବହୁ ପ୍ରତୀକ୍ଷିତ ବାଣିଜ୍ୟ ଚୁକ୍ତି ରୂପରେଖ ସମ୍ପର୍କରେ ଯେଉଁ ମିଳିତ ଘୋଷଣାନାମା ଜାରିହୋଇଛି ତାକୁ ଭାରତର ବିରୋଧୀ ଦଳ, କେତେଜଣ ବୁଦ୍ଧିଜୀବୀ, ଖବରଦତା ନିଜସ୍ୱ ଚିନ୍ତାରେ ଘୋର ବିରୋଧ କରିଛନ୍ତି। ଭାରତର ବୈଦେଶିକ ନୀତିକୁ ସମାଲୋଚନା କରାଯିବା ସହ ସାର୍ୱଭୌମତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଏହି ବିଷୟର ତର୍ଜମା କରାଯିବା ବାଞ୍ଛନୀୟ।
ପ୍ରଥମେ ଦେଖିବା ଭାରତର ବିଭିନ୍ନ ବାଣିଜି୍ୟକ ଓ କୃଷକ ସଙ୍ଗଠନ ପକ୍ଷରୁ ବିରୋଧ କରାଯାଇ ଯେଉଁ ଯୁକ୍ତି ଦର୍ଶାଯାଇଛି ତାହା କେତେ ଯଥାର୍ଥ? ଏହି ଚୁକ୍ତି ଦ୍ୱାରା ଭାରତୀୟ ଚାଷୀ ଓ ଶ୍ରମିକମାନଙ୍କ ସ୍ୱାର୍ଥ ବ୍ୟାହତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏଥିସହ ଏମ୍.ଏସ୍. ସ୍ୱାମୀନାଥନ କମିଟିର ସୁପାରିସକୁ ସଂଲଗ୍ନ କରାଯାଇଛି। ସେହି କମିଟିର ସୁପାରିସ ଥିଲା ଉପତ୍ାଦିତ ସବୁ ସାମଗ୍ରୀର ସର୍ୱନିମ୍ନ ସହାୟକ ମୂଲ୍ୟ ପ୍ରଦାନର ଆଇନଗତ ଗ୍ୟାରେଣ୍ଟି ସହ କୃଷିଋଣ ଛାଡ଼ କରିବା। ଶିଳ୍ପ ପାଇଁ ଜମି ଅଧିଗ୍ରହଣ,ଚାଷଖର୍ଚ୍ଚ ବୃଦ୍ଧି ହ୍ରାସ ଓ ଫସଲ ନଷ୍ଟ କ୍ଷତିପୂରଣଦେବା ଉପରେ ସୁପାରିସ କରାଯାଇଥିଲା। କିନ୍ତୁ କୃଷକ ସଙ୍ଗଠନ ଯେଉଁ ଆଶଙ୍କା କରୁଛନ୍ତି, ଆମେରିକାରୁ ଭାରତକୁ ଆସିବାକୁ ଥିବା କୃଷି ଉପତ୍ାଦ ଉପରେ ଭାରତ ଆମଦାନୀ ଶୁଳ୍କ ନ ଲଗାଇଲେ ବହୁରାଷ୍ଟ୍ରୀୟ କମ୍ପାନୀ ଭାରତୀୟ ବଜାରକୁ ପ୍ରବେଶ କରିଯିବେ। କିନ୍ତୁ ଏଭଳି ଆଶଙ୍କା ୧୯୮୪ ମସିହାରୁ କରାଯାଇ ଆସୁଅଛି। ତଥାପି ଭାରତ ସରକାର କୃଷକଙ୍କ ପାଇଁ ଭାରତୀୟ ନୀତିକୁ ଅନୁସରଣକରି ଆସୁଛନ୍ତି। ଆମେରିକା ଓ କେତେକ ଶିଳ୍ପୋନ୍ନତ ରାଷ୍ଟ୍ରଙ୍କ ପ୍ରବଳ ବିରୋଧ ପରେ ବି ଭାରତ ସରକାର କେତେଥର କୃଷିଋଣ ଛାଡ଼ କରିବା ସହ ସବ୍ସିଡି ପ୍ରବର୍ତ୍ତନ କରିଛନ୍ତି। ଅବଶ୍ୟ ଏବେ କେତେକ କ୍ଷେତ୍ରରୁ ସବ୍ସିଡି ହ୍ରାସ କରାଯାଇଥିବା ବେଳେ ଏଭଳି ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ସର୍ୱୋପରି ଭାରତ, ଆମେରିକା ଦ୍ୱିପାକ୍ଷିକ ଚୁକ୍ତି ଅନୁଯାୟୀ ଭାରତ ଆଗାମୀ ୫ ବର୍ଷ ମଧ୍ୟରେ ୫୦୦ ବିଲିୟନ ଡଲାରର ସାମଗ୍ରୀ ଆମେରିକାଠାରୁ କିଣିବାକୁ ଇଚ୍ଛା ପ୍ରକାଶ କରିବା କେତେ ଯଥାର୍ଥ ତାହା ବିଚାର୍ଯ୍ୟ। ଏଠାରେ କୁହାଯାଇପାରେ, ୨ ଦେଶର ଆର୍ଥିକ ଓ ବଜାର ସ୍ଥିତିକୁ ଦୃଷ୍ଟିରେ ରଖାଯାଇ ଭାରତ ଏପରି ସ୍ୱୀକାରୋକ୍ତି ଦେଇଥାଇପାରେ। ଅନ୍ୟପକ୍ଷରେ ଆମେରିକା ଚାଇନା ଉପରେ ୩୫ ପ୍ରତିଶତ, ଅନ୍ୟ ଏସୀୟ ଦେଶ ଗୁଡିକ ଉପରେ ୧୯ ପ୍ରତିଶତ ଟିକସ କଷିଥିବା ବେଳେ ଭାରତୀୟ ସାମଗ୍ରୀଗୁଡ଼ିକୁ ୧୮ ପ୍ରତିଶତ ଆମଦାନୀ ଶୁଳ୍କର ସମ୍ମୁଖୀନ ହେବାକୁ ପଡ଼ିବ। ସେହିପରି ଭାରତ-ୟୁରୋପୀୟ ସଂଘର ମୁକ୍ତ ବାଣିଜ୍ୟ ଚୁକ୍ତିକୁ ଭାରତର ଅର୍ଥନୈତିକ ସଫଳତା ବୋଲି ଗ୍ରହଣ କରାଯାଇଥିବା ବେଳେ ଭାରତୀୟମାନେ ଏହାର ସମାଲୋଚନା କରି ନ ଥିଲେ। କିନ୍ତୁ ଆମେରିକା ଏହାକୁ ସମାଲୋଚନା କରିଥିଲା। କାରଣ ଏହି ଚୁକ୍ତି ଆମେରିକା ସ୍ୱାର୍ଥକୁ ବ୍ୟାହତ କରିପାରେ ବୋଲି ସେମାନେ ଭାବିଛନ୍ତି। ଅନ୍ୟ ପ୍ରସଙ୍ଗଟି ହେଉଛି, ରୁଷିଆରୁ ତୈଳ ଆମଦାନୀ କରିବା। ଅଦ୍ୟାବଧି ରୁଷିଆରୁ ତୈଳ ଆମଦାନୀ ବନ୍ଦ ହୋଇନାହିଁ। ତାହା ଚାଲିଛି। କିନ୍ତୁ ଭାରତ ଆମେରିକା ଓ ଭେନେଜୁଆଲାଠାରୁ ତୈଳ ଆମଦାନୀ ପାଇଁ ପ୍ରତିଶ୍ରୁତି ଦେଇଛି। ତାହା ପୁଣି ସାଧାରଣ ମୂଲ୍ୟରେ, ଯେଉଁ କାରଣ ପାଇଁ ଆମେରିକା ଭାରତ ଉପରେ ୫୦ ପ୍ରତିଶତ ତାରିଫ ଲଗାଇଥିଲା। ସେହି ତାରିଫ ହ୍ରାସ କରିବାକୁ ଆମେରିକା ନିଜ ପକ୍ଷରୁ ଭାରତକୁ ଆହ୍ୱାନ କରିଥିଲା। ଶୀତଳଭଣ୍ଡାରରେ ପଡ଼ିରହିଥିବା ବାଣିଜ୍ୟ ଚୁକ୍ତିକୁ ହଠାତ୍ କ୍ରିୟାଶୀଳ କରାଇବା ପାଇଁ ଆମେରିକାର ତପତ୍ରତା ଏବଂ ୫୦ ପ୍ରତିଶତ ତାରିଫକୁ ୧୮ ପ୍ରତିଶତକୁ ଆଣିବା ଆମେରିକାର ନମନୀୟତାକୁ ପ୍ରମାଣିତ କରିଥିବା ବେଳେ ବିରୋଧୀ ଭାରତର ଆମତ୍ସମର୍ପଣ କଥା କହିବା ହାସ୍ୟାସ୍ପଦ ବୋଲି କୁହାଯାଇପାରେ। ସାମାଜିକ ଗଣମାଧ୍ୟମରେ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କୁ ଉତ୍ତମ ବନ୍ଧୁ ଓ ମହାନ୍ ନେତୃତ୍ୱର ଆଖ୍ୟା ଦେବା ବୁଦ୍ଧିଜୀବୀମାନଙ୍କୁ ବିସ୍ମିତ କରିଛି। ଏହା ଆମେରିକାର ଏକ ବଡ଼ କୌଶଳ ହୋଇଥାଇପାରେ। ପ୍ରକାଶ ଥାଉକି ପ୍ରତ୍ୟକ୍ଷ ସାକ୍ଷାତ ଆଲୋଚନାକୁ ମୋଦି ବାରମ୍ୱାର ଏଡ଼ାଇଯିବା ଭାରତୀୟ ବୈଦେଶିକ ନୀତିକୁ ଅନମନୀୟକରି ରଖିବାର ଦୃଷ୍ଟାନ୍ତ ନୁହେଁ କି? ତେବେ ଏଠାରେ ପ୍ରଶ୍ନଉଠେ ଅନ୍ତର୍ଜାତୀୟ ସ୍ତରରେ ଭାରତର ଆମତ୍ସମର୍ପଣ ପ୍ରଶ୍ନ ଆସିଲା କେଉଁଠୁ ? ଭାରତ ଭଲଭାବେ ଜାଣେ ଯେ ରୁଷିଆ ତେଲକିଣା ୟୁକ୍ରେନ୍ ଯୁଦ୍ଧକୁ ସହାୟତା କରୁଛି ବୋଲି ଯାହା କୁହାଯାଉଛି ତାହା ହେଉଛି ଆମେରିକାର ବାହାନା ମାତ୍ର। ବାସ୍ତବରେ ଦେଖିବାକୁ ଗଲେ ଭାରତ ବ୍ରିକ୍ସ ସଂଘର ଜଣେ ଛାମୁଆ ନେତା। ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ଡଲାର ସହାୟତା ନେଇଥାଆନ୍ତି। ଏହି ସଂଘର ଲୋକସଂଖ୍ୟା ପୃଥିବୀର ୫୦ ପ୍ରତିଶତ। ଗତ ଅକ୍ଟୋବରରେ ଟ୍ରମ୍ପ୍ ଆସିଆନ ସମ୍ମିଳନୀକୁ ଆସିଥିବା ବେଳେ ମୋଦି ସେଠାକୁ ଯାଇ ନ ଥିଲେ। କିନ୍ତୁ ଏସିସିଓ ସମ୍ମିଳନୀକୁ ରୁଷିଆ, ଚାଇନା ଯାଇଥିବା ବେଳେ ମୋଦି ସେଠାକୁ ଯାଇଥିଲେ। ଏହା ଟ୍ରମ୍ପ୍ଙ୍କ ପାଇଁ ବଡ଼ ଆକ୍ରୋଶ ପାଲଟିଥିଲା। ଚୋର ମନ ଚୋର ଗଣ୍ଠିଲିରେ ଭଳି ଟ୍ରମ୍ପ୍ଙ୍କ ଛନକା ରହିଲା ଯେ ଏସିସିଓ ସଂଘ ଯଦି ଡଲାର ଉପରେ ଆଲୋଚନାକରି କିଛି ପଦକ୍ଷେପ ନିଅନ୍ତି ତେବେ ଆମେରିକାର ସର୍ୱନାଶ ହୋଇଯିବ। ଏଥିପୁର୍ୱରୁ ଭାରତ ୟୁରୋପୀୟ ସଂଘ ସହ କରିଥିବା ଚୁକ୍ତିନାମା ଟ୍ରମ୍ପ୍ଙ୍କୁ ପାଗଳପ୍ରାୟ କରିି ଦେଇଥିଲା। ତେବେ ଆମେ କାହିଁକି ନ କହିବା ଯେ ଭାରତର ମୁକାବିଲା ମନୋବୃତ୍ତି ଓ ମୋଦିଙ୍କ କୂଟନୀତି ଯୋଗୁ ଟ୍ରମ୍ପ୍ ହଠାତ୍ ନରମିଯାଇ ୫୦ ପ୍ରତିଶତ ତାରିଫକୁ ଏକାଥରେ ୧୮ ପ୍ରତିଶତକୁ ନ ଆଣିଥିବେ ବୋଲି?
ଅନ୍ୟ ଏକ ପ୍ରସଙ୍ଗରେ କୁହାଯାଇଛି, ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଭାରତର ସାର୍ୱଭୌମତ୍ୱକୁ ନଷ୍ଟ କରିଛି। ଏହା କହିବା କେତେଦୂର ସମୀଚୀନ ତାହା ବିଚାର କରାଯାଇପାରେ। ଭାରତ ତା’ର ସାର୍ୱଭୌମତ୍ୱ ବଜାୟରଖିବା ପାଇଁ ଗଣତାନ୍ତ୍ରିକ ଭିତ୍ତିରେ ୫ ବର୍ଷରେ ଥରେ ନିର୍ୱାଚିତ ପ୍ରତିନିଧିମାନଙ୍କୁ ନେଇ ସରକାର ଗଠନ କରୁଛି। ସବୁ ସରକାରଙ୍କ ପ୍ରଥମ କର୍ତ୍ତବ୍ୟ ହେଲା ନିଜ ଦେଶର ସାର୍ୱଭୌମତ୍ୱ ରକ୍ଷାକରିବା। ବୈଦେଶିକ ନୀତି ସହ ସାର୍ୱଭୌମତ୍ୱ ଓ ବାଣିଜ୍ୟ ପରସ୍ପରକୁ ଭିନ୍ନ ଦୃଷ୍ଟିରେ ଦେଖାଯାଏ। ଏମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇପାରିବ ନାହିଁ। ପ୍ରତ୍ୟେକ ତତ୍ତ୍ୱ ଭିନ୍ନ ଭିନ୍ନ ସ୍ୱାର୍ଥ ବହନକରେ। ସାର୍ୱଭୌମତ୍ୱର ଆଧୁନିକ ସଂଜ୍ଞା ନିରୂପଣ କରିବାକୁ ଯାଇ ଭାରତର ଓ ବିଶ୍ୱର ତତ୍ତ୍ୱ ବିଶାରଦମାନେ ତାଙ୍କ ସିଦ୍ଧାନ୍ତରେ କହିଛନ୍ତି-ଟଦ୍ଭୟରକ୍ସଗ୍ଦଗ୍ଧବଦ୍ଭୟସଦ୍ଭଶ ଗ୍ଧଷର ୟସଲଲରକ୍ସରଦ୍ଭଗ୍ଧ ଗ୍ଧଚ୍ଚକ୍ଟ୍ରରଗ୍ଦ କ୍ଟଲ ଗ୍ଦକ୍ଟଙ୍ଖରକ୍ସରସଶଦ୍ଭଗ୍ଧଚ୍ଚ,

