Posted inଖେଳ

୩-୦ରେ ଭାରତର କ୍ଲିନ ସୁଇପ

ଚେନ୍ନାଇ,୨୦ା୬: ପ୍ରସିଦ୍ଧ କ୍ରିଷ୍ଣାଙ୍କ ୫ ଉଇକେଟ ସଫଳତା ଏବଂ ଯଶସ୍ବୀ ଜୟସ୍ବାଲଙ୍କ ଅପରାଜିତ ଶତକ ବଳରେ ତୃତୀୟ ଦିନିକିଆ ମ୍ୟାଚ୍‌ରେ ଭାରତ ୯ ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ଏହି ବିଜୟ ସହ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ଭାରତ ୩-୦ରେ କ୍ଲିନ ସୁଇପ କରିଛି।

ଅନ୍ୟପକ୍ଷରେ ଆଫଗାନିସ୍ତାନ ଚତୁର୍ଥ ଥର ପାଇଁ ଦିନିକିଆରେ ସିରିଜ୍‌ ସୁଇପ୍‌ର ସମ୍ମୁଖୀନ ହୋଇଛି। ହଶମାତୁଲା ଶାହିଦିଙ୍କ ଶତକ ବଳରେ ଆଫଗାନିସ୍ତାନ ପକ୍ଷରୁ ଧାର୍ଯ୍ୟ ୨୧୯ ରନର ଟାର୍ଗେଟକୁ ଭାରତ ୨୮.୪ ଓଭରରେ ୧ ଉଇକେଟ ହରାଇ ହାସଲ କରି ନେଇଥିଲା। ମ୍ୟାଚ୍‌ରେ ଜୟସ୍ବାଲ ତାଙ୍କ ଦିନିକିଆ କ୍ୟାରିୟରର ଦ୍ୱିତୀୟ ଶତକ କରିଥିବା ବେଳେ କ୍ରିଷ୍ଣା ପ୍ରଥମ ଥର ପାଇଁ ୫ ଉଇକେଟ ନେଇଛନ୍ତି। କ୍ରିଷ୍ଣାଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ଓ ଶୁବମନ ଗିଲ୍‌ଙ୍କୁ ପ୍ଲେୟର ଅଫ୍‌ ଦି ସିରିଜ୍‌ ବିବେଚିତ କରାଯାଇଛି।

ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ପ୍ରସିଦ୍ଧଙ୍କ ବୋଲିଂର ସମ୍ମୁଖୀନ ହୋଇ ନ ପାରି ୧୦ ଓଭରରେ ୩୬ ରନରେ ୪ ଉଇକେଟ ହରାଇଥିଲା। ଏଭଳି ପରିସ୍ଥିତିରେ ଅଧିନାୟକ ହଶମାତୁଲା ଶାହିଦି, ଆଜମାତୁଲା ଓମାରଜାଇ(୫୦ ରନ, ୫ ଚୌକା ଓ ୨ ଛକା) ପଞ୍ଚମ ଉଇକେଟରେ ୧୦୫ ରନ ଯୋଡ଼ିଥିଲେ। ଏହାପରେ ମହମ୍ମଦ ନବି(୨୧)ଙ୍କ ସହ ମିଶି ଶାହିଦି ଦଳୀୟ ସ୍କୋରକୁ ୨୦୦ ରନ ପାଖରେ ପହଞ୍ଚାଇଥିଲେ। ଏକଦା ୩୭ ଓଭରରେ ୧୯୮ ରନରେ ୫ ଉଇକେଟ ହରାଇଥିବା ଆଫଗାନିସ୍ତାନ ୨୦ ରନ ମଧ୍ୟରେ ବଳକା ୫ ଉଇକେଟ ହରାଇଥିଲା। ଅଧିନାୟକ ଶାହିଦି ଶତକ ପୂରଣ କରିବା ପରେ ଅନ୍ତିମ ବ୍ୟାଟର ଭାବେ ଆଉଟ୍‌ ହୋଇଥିଲେ। ସେ ୧୩୧ ବଲରେ ୧୩ ଚୌକା ଓ ୧ ଛକା ସହ ୧୦୨ ରନ କରିଥିଲେ।

ଭାରତ ପାଇଁ ପ୍ରସିଦ୍ଧ ୫ ଉଇକେଟ ନେଇଥିବା ବେଳେ ଗୁରନୁର ବ୍ରାର, ପ୍ରିନ୍ସ ଯାଦବ ଓ ହର୍ଷ ଦୁବେ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଜବାବରେ ଭାରତ ପକ୍ଷରୁ ଜୟସ୍ବାଲ ଓ ରୋହିତ ଶର୍ମା ଆଫଗାନିସ୍ତାନର ଦୁର୍ବଳ ଫିଲ୍ଡିଂର ଫାଇଦା ଉଠାଇ ଆଟାକିଂ ବ୍ୟାଟିଂ କରିଥିଲେ। ଦୁହେଁ ୨୨.୫ ଓଭରରେ ୧୭୦ ରନ ଯୋଡ଼ିଥିଲେ। ରୋହିତ ୬୯ ବଲରେ ୯ ଚୌକା ଓ ୩ ଦର୍ଶନୀୟ ଛକା ବଳରେ ୭୯ ରନ କରି ଆଉଟ୍‌ ହୋଇଥିଲେ।

ପରେ ଶ୍ରେୟସ ଆୟାର(୨୦ ରନ, ୨ ଛକା)ଙ୍କ ସହ ଜୟସ୍ବାଲ ମିଶି ୨୮.୪ ଓଭରରେ ମ୍ୟାଚ୍‌ ଫିନିଶ୍‌ କରିଥିଲେ। ଜୟସ୍ବାଲ ତାଙ୍କ ଶତକ ଓ ମ୍ୟାଚ୍‌କୁ ଛକା ମାରି ଫିନିଶ କରିଥିଲେ। ଜୟସ୍ବାଲ ୮୬ ବଲରେ ୧୪ ଚୌକା ଓ ୩ ଛକା ବଳରେ ୧୧୦ ରନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?