Posted inଖେଳ

କାନାଡା ବିପକ୍ଷରୁ ଭାରତର ଅଭିଯାନ

ନୂଆଦିଲ୍ଲୀ, ୨୪।୬ (ପି.ଟି.): ଚିଲି ରାଜଧାନୀ ସାଣ୍ଟିଆଗୋଠାରେ ନଭେମ୍ବର ୨୯ରୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ଏଫ୍‌ଆଇଏଚ୍‌ ଜୁନିୟର ମହିଳା ହକି ବିଶ୍ୱକପ ଅନୁଷ୍ଠିତ ହେବ। ଏହି ସମ୍ମାନଜନକ ପ୍ରତିଯୋଗିତାରେ ଭାରତ ପୁଲ୍‌ ‘ସି’ରେ ବେଲ୍‌ଜିୟମ, କାନାଡା ଓ ଜର୍ମାନୀ ସହିତ ସ୍ଥାନ ପାଇଛି। ନଭେମ୍ବର ୨୯ରେ କାନାଡା ବିପକ୍ଷରେ ମ୍ୟାଚ ଖେଳି ଭାରତ ଏହାର ଅଭିଯାନ ଆରମ୍ଭ କରିବ। ଏହାପରେ ଜର୍ମାନୀ ଓ ବେଲ୍‌ଜିୟମକୁ ଯଥାକ୍ରମେ ଡିସେମ୍ବର ୧ ଓ ୨ ତାରିଖରେ ଭେଟିବ। ପ୍ରତିଯୋଗିତା ପୂର୍ବରୁ ଏଫ୍‌ଆଇଏଚ୍‌ ପକ୍ଷରୁ ନୂଆ ଜୁନିୟର ମହିଳା ବିଶ୍ୱ ର଼୍ୟାଙ୍କିଙ୍ଗ୍‌ ପ୍ରକାଶ କରାଯାଇଛି। ତଦନୁସାରେ ଭାରତ ୬ଷ୍ଠ ସ୍ଥାନରେ ରହିଛି। ନେଦରଲାଣ୍ଡ୍ସ ଶୀର୍ଷରେ ରହିଥିବାବେଳେ ଆର୍ଜେଣ୍ଟିନା, ଜର୍ମାନୀ, ଇଂଲଣ୍ଡ ଓ ଆମେରିକା ପରବର୍ତ୍ତୀ ୪ ସ୍ଥାନରେ ରହିଛନ୍ତି। ଚଳିତ ମାସ ପ୍ରାରମ୍ଭରେ ଜୁନିୟର ମହିଳା ଏସିଆ କପ୍‌ ଜିତିଥିବାରୁ ଭାରତ ପ୍ରଥମଥରପାଇଁ ବିଶ୍ୱକପ ଜିତିବ ବୋଲି ଆଶା ଜାତ ହୋଇଛି। ଗତ ସଂସ୍କରଣରେ ଅନୁଷ୍ଠିତ ପ୍ଲେ-ଅଫ୍‌ରେ ଇଂଲଣ୍ଡଠାରୁ ହାରିଯାଇଥିବାରୁ ଭାରତ ଅଳ୍ପକେ ବ୍ରୋଞ୍ଜ ପଦକ ହାତଛଡ଼ା କରିଥିଲା। ଟୁର୍ନାମେଣ୍ଟ ଫର୍ମାଟ ଅନୁସାରେ ପ୍ରତି ପୁଲ୍‌ର ଦଳଗୁଡ଼ିକ ପରସ୍ପର ସହିତ ୩ଟି ଲେଖାଏ ମ୍ୟାଚ ଖେଳିବେ। ୪ ଦଳରୁ ଶୀର୍ଷ ଦୁଇ ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବେ। ଅବଶିଷ୍ଟ ଦଳଗୁଡ଼ିକ କ୍ଲାସିଫିକେଶନ ପର୍ଯ୍ୟାୟ ଖେଳିବେ।
କେଉଁ ପୁଲ୍‌ରେ କିଏ
ପୁଲ୍‌ ‘ଏ’: ଅଷ୍ଟ୍ରେଲିଆ, ଚିଲି, ନେଦରଲାଣ୍ଡ୍ସ, ଦକ୍ଷିଣ ଆଫ୍ରିକା
ପୁଲ୍‌ ‘ବି’: ଆର୍ଜେଣ୍ଟିନା, କୋରିଆ, ସ୍ପେନ୍‌, ଜିମ୍ବାଓ୍ବେ
ପୁଲ୍‌ ‘ସି’: ବେଲ୍‌ଜିୟମ, କାନାଡା, ଜର୍ମାନୀ, ଭାରତ
ପୁଲ୍‌ ‘ଡି’: ଇଂଲଣ୍ଡ, ଜାପାନ, ନ୍ୟୁଜିଲାଣ୍ଡ, ଆମେରିକା


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

ଏଣିକି ନିଜ ଲଢ଼େଇ ନିଜର

ଦିଗପହଣ୍ଡି,୨୦ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ଅଧ୍ୟାପିକା ଅଞ୍ଜଳୀ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri