Posted inଜାତୀୟ

ଭାରତର ବଡ଼ ଯୋଜନା: ଏଡିବି ଅଧ୍ୟକ୍ଷଙ୍କୁ ଭେଟିଲେ ସୀତାରାମନ୍‌

ନୂଆଦିଲ୍ଲୀ,୫ା୫: ଗତ ମାସ ୨୨ ତାରିଖରେ ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ ଏକାଧିକ କୂଟନୈତିକ କଟକଣା ଲଗାଇଥିବା ବେଳେ ଏବେ ଆର୍ଥତ୍କ ଆକ୍ରମଣ କରିବାକୁ ଲକ୍ଷ୍ୟ ରଖିଛି। ଆତଙ୍କବାଦୀ ସଂଗଠନଗୁଡ଼ିକୁ ଆର୍ଥତ୍କ ସହାୟତା ଯୋଗାଉଥିବା ଇସ୍‌ଲାମାବାଦକୁ ଅନ୍ତର୍ଜାତୀୟ ପାଣ୍ଠି ହ୍ରାସ କରାଇବା ପାଇଁ ଭାରତ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏସିଆନ୍‌ ଡେଭେଲପ୍‌ମେଣ୍ଟ ବ୍ୟାଙ୍କ (ଏଡିବି) ଅଧ୍ୟକ୍ଷଙ୍କୁ ଭେଟି ପାକିସ୍ତାନକୁ ପାଣ୍ଠି ହ୍ରାସ କରିବାକୁ ଦାବି କରିଥିବା ଏକ ସରକାରୀ ସୂତ୍ରରୁ ଜଣାପଡ଼ିଛି। କେବଳ ସେତିକି ନୁହେଁ, ପାକିସ୍ତାନକୁ ପୁଣିଥରେ ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ (ଏଫଏଟିଏଫ୍‌)ର ଗ୍ରେ ତାଲିକାରେ ରଖିବା ପାଇଁ ସୀତାରାମନ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସହ ଆଲୋଚନା କରିଛନ୍ତି।

ଇଟାଲୀର ମିଲନଠାରେ ଅନୁଷ୍ଠିତ ଏଡିବି ବାର୍ଷିକ ବୈଠକରେ ଅର୍ଥମନ୍ତ୍ରୀ ଏଡିବି ଅଧ୍ୟକ୍ଷ ମାସାତୋ କାଣ୍ଡାଙ୍କୁ ଭେଟିଥିଲେ। ଏଥିସହିତ ସେ ଇଟାଲୀ ଅର୍ଥମନ୍ତ୍ରୀ ଗିଆନକାର୍ଲୋ ଗିଓର୍ଗେଟ୍ଟିଙ୍କୁ ଭେଟି ଅନୁରୂପ ଦାବି କରିଥିଲେ। ଆର୍ଥତ୍କ ସଙ୍କଟ ମଧ୍ୟରେ ଥବା ପାକିସ୍ତାନ ଏଡିବି ପାଣ୍ଠି ଉପରେ ଅତ୍ୟଧିକ ନିର୍ଭରଶୀଳ। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ଏବଂ ଏଡିବି ପାକିସ୍ତାନର ବିଭିନ୍ନ ସେକ୍ଟରକୁ ଆର୍ଥତ୍କ ସହାୟତା ଯୋଗାଇଆସୁଛନ୍ତି। ପାକିସ୍ତାନକୁ ଆଇଏମ୍‌ଏଫ୍‌ର ୭ ବିଲିୟନ ଡଲାରରୁ ଊର୍ଦ୍ଧ୍ୱ ସହାୟତା ପ୍ୟାକେଜ୍‌କୁ ନେଇ ଭାରତ ନିଜର ଉଦ୍‌ବେଗ ଜଣାଇବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ଚିତା ସଂଖ୍ୟା ୫୦ ପାର୍, କୁନୋରେ ୫ ନୂଆ ଶାବକଙ୍କ ଜନ୍ମ

ମଧ୍ୟପ୍ରଦେଶ,୧୧।୩: ଭାରତର ‘ପ୍ରୋଜେକ୍ଟ ଚିତା’ ଅଭିଯାନକୁ ଏକ ବଡ଼ ସଫଳତା ମିଳିଛି। ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ନାମିବ୍ୟାରୁ ଆସିଥିବା ମାଦା ଚିତା ‘ଜ୍ଵାଳା’ ୫ଟି ଶାବକଙ୍କୁ…

ଲୋକସଭାରେ ବାଚସ୍ପତିଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ କାଟ୍; ଗୃହରେ ପ୍ରବଳ ହଟ୍ଟଗୋଳ

ନୂଆଦିଲ୍ଲୀ,୧୧ା୩: ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ବିରୋଧୀ ଦଳ ପକ୍ଷରୁ ଆଗତ ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଯାଇଛି। ପ୍ରବଳ ହଟ୍ଟଗୋଳ ଓ ନାରାବାଜି ମଧ୍ୟରେ ବାଚନିକ…

ଭ୍ରମାତ୍ମକ ଖବର ଯୋଗୁ ଗ୍ୟାସ ସିଲିଣ୍ଡର ପାଇଁ ଆତଙ୍କ, ବଡ଼ ପଦକ୍ଷେପ ନେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୧ା୩: ଦେଶରେ ଏଲପିଜି (LPG) ସଙ୍କଟକୁ ନେଇ ବ୍ୟାପୁଥିବା ଗୁଜବ ଓ ଭ୍ରମାତ୍ମକ ଖବର ଯୋଗୁଁ ଉପଭୋକ୍ତାଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏହି କାରଣରୁ ଅନେକ ସ୍ଥାନରେ…

ଯୁଦ୍ଧ ଭିତରେ ଭାରତ ପଠାଇଲା ଓ଼୍ବାର ସିପ୍‌? ଆଲର୍ଟରେ ଇଣ୍ଡିଆନ ନେଭି…

ନୂଆଦିଲ୍ଲୀ,୧୧।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଆଉ ମଧ୍ୟପ୍ରାଚ୍ୟରେ ସୀମିତ ନାହିଁ; ଏହା ସିଧାସଳଖ ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଛି। ଏହି ଯୁଦ୍ଧ…

ରେଳବାଇ ଉପରେ LPG ସଙ୍କଟ! ମାଇକ୍ରୋୱେଭ୍-ଇଣ୍ଡକ୍ସନ ବ୍ୟବହାର କରିବାକୁ IRCTCର ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୧ା୩: ଦେଶବ୍ୟାପୀ ଏଲପିଜି ସିଲିଣ୍ଡରର ଅଭାବ ଏବେ ଭାରତୀୟ ରେଳବାଇର କ୍ୟାଟରିଂ ସେବାକୁ ପ୍ରଭାବିତ କରୁଛି। ଏହି ସଙ୍କଟ ଯୋଗୁଁ, ଭାରତୀୟ ରେଳବାଇ କ୍ୟାଟରିଂ ଏବଂ ପର୍ଯ୍ୟଟନ…

ଯୁଦ୍ଧକୁ ନେଇ ମୋଦି ଦେଲେ ବଡ଼ ବୟାନ, ସିଧା କଲେ ଟାର୍ଗେଟ…

ନୂଆଦିଲ୍‌ଲୀ,୧୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳରୁ ନିଜ ଭାଷଣରେ ଯୁଦ୍ଧକୁ ନେଇ ବଡ଼ ବୟାନ ଦେଇଛନ୍ତି। ଯୁଦ୍ଧ ବିଷୟରେ କହିବା ସହ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ…

ଯୁଦ୍ଧ ପାଇଁ ବଢ଼ିବ ବିମାନ ଟିକେଟ୍‌ର ଦାମ୍‌, ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୧୧ା୩: ଯଦି ବିମାନ ଯାତ୍ରା ପାଇଁ ଯୋଜନା କରୁଛନ୍ତି, ତେବେ ଆପଣଙ୍କୁ ଟିକେଟ୍‌ ପାଇଁ ଟିକେ ଅଧିକ ଦେୟ ଦେବାକୁ ପଡ଼ିପାରେ। ବିମାନ କମ୍ପାନୀଗୁଡ଼ିକର ବର୍ଦ୍ଧିତ ମୂଲ୍ୟ…

ବର୍ଷାରେ ଭିଜିଲା ସହର, ଘଡ଼ଘଡ଼ି ସହ ପ୍ରବଳ ବର୍ଷା, ଆସନ୍ତା ୧୬ ପର୍ଯ୍ୟନ୍ତ…

ଚେନ୍ନାଇ,୧୧ା୩: ବୁଧବାର ତାମିଲନାଡୁରେ ପ୍ରବଳ ବର୍ଷା ହୋଇଛି। ପାଣିପାଗ ବିଭାଗ ମାର୍ଚ୍ଚ ୧୬ ପର୍ଯ୍ୟନ୍ତ ତାମିଲନାଡୁର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ପୂର୍ବାନୁମାନ କରିଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri