ଭାରତର ଶ୍ରେଷ୍ଠ ବନ୍ୟଜନ୍ତୁ ସ୍ଥଳ ଭିତରକନିକା

ରାଜନଗର, ୨୭ା୨(ଡି.ଏନ.ଏ.):ପ୍ରକୃତିର ବିସ୍ମୟ ଭିତରକନିକା। ୬୭୨ବର୍ଗ କିମି ବ୍ୟାପ୍ତ ଭିତରକନିକା ଅଭୟାରଣ୍ୟ ଓ ୧୪୫ ବର୍ଗ କିମି ବିଶିଷ୍ଟ ଭିତରକନିକା ଜାତୀୟ ଉଦ୍ୟାନର ଜୈବ ବିବିଧତା ପ୍ରକୃତି ପ୍ରେମୀ, ପରିବେଶବିତ୍‌, ଜୀବ ବିଜ୍ଞାନୀ, ପକ୍ଷୀ ବିଷାରଦମାନଙ୍କୁ ସବୁ ସମୟରେ ଆକୃଷ୍ଟ କରି ଆସିଛି। ଜୈବ ବିବିଧତା ପାଇଁ ଭିତରକନିକାକୁ ଆନ୍ତର୍ଜ୍ୟାତିକ ରାମସାର ସାଇଟର ମାନ୍ୟତା ମିଳିଛି। ଭାରତରେ ଥିବା ପ୍ରାକୃତିକ ପରିବେଶସ୍ଥଳ ମଧ୍ୟରେ ଭିତରକନିକା ଜାତୀୟ ସ୍ତରରେ ଶ୍ରେଷ୍ଠ ଭାବେ ବିବେଚିତ ହୋଇଛି। ଶୁକ୍ରବାର ନୂଆଦିଲ୍ଲୀଠାରେ ଇଣ୍ଡିଆଟୁଡେ ପର୍ଯ୍ୟଟନ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲ ଯୋଗଦେଇ ଭାରତର ବିଭିନ୍ନ ପର୍ଯ୍ୟଟନର ବିକାଶ ଉପରେ ମତ ରଖିଥିଲେ। ଏହି ଅବସରରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ୩ ଟି ବର୍ଗକୁ ସମ୍ମାନିତ କରାଯରାଇଥିଲା। ଶ୍ରେଷ୍ଠ ପାର୍ବଣ ସ୍ଥଳ ଭାବେ ପୁରୀ ରଥଯାତ୍ରା, ଶ୍ରେଷ୍ଠ ଆଇକ୍‌ନିକ ସ୍ଥଳ ଭାବେ କୋଣାର୍କ ଏବଂ ଶ୍ରେଷ୍ଠ ବନ୍ୟଜନ୍ତୁ ସ୍ଥଳ ଭାବେ ଭିତରକନିକା ପୁରସ୍କାରକୁ ରାଜ୍ୟ ପର୍ଯ୍ୟଟନ ସଚିବ ସଚ୍ଚିନ ରାମଚନ୍ଦ୍ର ଯାଦବ ଗ୍ରହଣ କରିଛନ୍ତି। ବିଶ୍ୱ ପ୍ରସିଦ୍ଧ ଭିତରକନିକା ଶ୍ରେଷ୍ଠ ବନ୍ୟଜନ୍ତୁ ସ୍ଥଳ ଭାବେ ଜାତୀୟ ସ୍ତରରେ ଚୟନ ହେବା ପରେ ବିଭିନ୍ନ ମହଲରେ ଖୁସିର ଲହରୀ ଖେଳିଯାଇଛି।
ବଙ୍ଗୋପସାଗର ତଟବର୍ତ୍ତୀ ବ୍ରାହ୍ମଣୀ, ବୈତରଣୀ ଏବଂ ଖରସ୍ରୋତା ତ୍ରିକୋଣ ଭୂମିରେ ପ୍ରକୃତିର ଗନ୍ତାଘର ବିଶ୍ୱପ୍ରସିଦ୍ଧ ଭିତରକନିକାର ଜୈବ ବିବିଧତା ଏବଂ ଭାରତର ଦ୍ୱିତୀୟ ବୃହତମ ଲୁଣା ଜଙ୍ଗଲ ସାଙ୍ଗକୁ ଏହାର ପ୍ରାକୃତିକ ବିଭବ ସବୁବେଳେ ଦେଶ ବିଦେଶର ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରି ଆସିଛି। ଏହାସହ ଭିତରକନିକାରେ ପ୍ରବାହିତ ନଦୀ ନାଳରେ ପ୍ରାକୃତିକ ଭାବେ ବସବାସ କରୁଥିବା ବଉଳା କୁମ୍ଭୀର, ବିଶେଷକରି ଏଥିରେ ବସବାସ କରୁଥିବା ଶଙ୍ଖୁଆ ଧଳା କୁମ୍ଭୀର ପର୍ଯ୍ୟଟକ ଓ ଗବେଷକମାନଙ୍କୁ ଆନମନା କରିଦିଏ। ଗହୀରମଥାର ଅଲିଭ୍‌ରିଡ୍‌ଲେ କଇଁଛଙ୍କ ଲୀଳାଖେଳା ଓ ସମୂହ ଅଣ୍ଡାଦାନ ପ୍ରକ୍ରିୟା ସମଗ୍ର ବିଶ୍ୱରେ ବିରଳ। ପ୍ରାକୃତିକ ବିପର୍ଯ୍ୟୟବେଳେ ସାଗର ତଟବର୍ତ୍ତୀ ପ୍ରାଚୀର ଭାବେ ଉପକୂଳବର୍ତ୍ତୀ ଅଞ୍ଚଳକୁ ସୁରକ୍ଷା ଦେଇ ଆସୁଥିବା ହେନ୍ତାଳ ବଣ ଏବଂ ଏଥିରେ ବସବାସ କରୁଥିବା ନାନା ପ୍ରକାର ଜୀବଜନ୍ତୁ ପାଇଁ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଭିତରକନିକାର ବିଶ୍ୱର ଶ୍ରେଷ୍ଠ ବନ୍ୟଜୀବ ସ୍ଥଳ ଭାବେ ମାନ୍ୟତା ମିଳିବା ନିଶ୍ଚିତ ଭାବେ କେବଳ ରାଜନଗର ନୁହେଁ, ସମଗ୍ର ରାଜ୍ୟ ପାଇଁ ଗୌରବର ଗାଥା କହିଲେ ଅତ୍ୟୁକ୍ତି ହେବନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri