Posted inଖେଳ

ଭାରତର ବ୍ୟାଟିଂ ବିପର୍ଯ୍ୟୟ

ସେଞ୍ଚୁରିଅନ୍‌,୨୭ା୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଘରୋଇ ବୋଲରମାନେ ପିଚ୍‌ ଓ ପରିବେଶରୁ ଫାଇଦା ଉଠାଇବାରେ ସକ୍ଷମ ହୋଇଥିବାବେଳେ ପ୍ରଥମ ଦିବସରେ ବର୍ଷା ଯୋଗୁ ଖେଳ ବନ୍ଦ ହେବା ବେଳକୁ ଭାରତ ୫୯ ଓଭରରେ ୮ ଉଇକେଟ ହରାଇ ୨୦୮ ରନ୍‌ ସଂଗ୍ରହ କରିଛି। ଲୋକେଶ ରାହୁଲ ୭୦ ରନରେ ଅପରାଜିତ ରହି ଭାରତ ସ୍କୋରକୁ ୨୦୦ ଅତିକ୍ରମ କରାଇଛନ୍ତି। ବର୍ଷା କାରଣରୁ ମ୍ୟାଚ୍‌ ୧୫ ମିନିଟ ବିଳମ୍ବରେ ଆରମ୍ଭ ହୋଇଥିଲା।
ଟସ୍‌ ହାରି ଭାରତ ବ୍ୟାଟିଂ ଆମନ୍ତ୍ରଣ ପାଇଥିଲା। ସେଞ୍ଚୁରିଅନ୍‌ର ପେସ୍‌ ଓ ବାଉନ୍ସି ପିଚ୍‌ରେ ଭାରତୀୟ ଟପ୍‌ ଅର୍ଡର ଫେଲ୍‌ ମାରିଥିଲା। ମାତ୍ର ୨୪ ରନ୍‌ରେ ଦଳର ୩ ବ୍ୟାଟର ପ୍ୟାଭିଲିୟନ ଫେରିଥିଲେ। ଅଧିନାୟକ ରୋହିତ ଶର୍ମା ୫, ଯଶସ୍ବୀ ଜୟସ୍ବାଲ ୧୭ ଓ ଶୁବମନ ଗିଲ ୍‌୨ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ମ୍ୟାଚ୍‌ର ପଞ୍ଚମ ଓଭରରେ ରୋହିତଙ୍କୁ ଆଉଟ କରି ଭାରତକୁ ପ୍ରଥମ ଝଟ୍‌କା ଦେଇଥିଲେ କାଗିସୋ ରାବାଡା। ଯଶସ୍ବୀ ଜୟସ୍ବାଲ ୪ ଚୌକା ସହିତ ୧୭ ରନ୍‌ କରିଥିବା ବେଳେ କ୍ୟାରିୟରର ପ୍ରଥମ ଟେଷ୍ଟ ଖେଳୁଥିବା ନାନ୍ଦ୍ରେ ବର୍ଗରଙ୍କ ଶିକାର ହୋଇଥିଲେ। ଏହାର ୨ ଓଭର ମଧ୍ୟରେ ଗିଲ୍‌ ୨ ରନ୍‌ କରି ବର୍ଗରଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ବିଶ୍ୱକପ ଫାଇନାଲ ପରେ ଆକ୍ସନକୁ ଫେରିଥିବା ବିରାଟ କୋହଲି (୩୮) ଓ ଶ୍ରେୟସ ଆୟର (୩୧) ଥରେ ଲେଖାଏ ଜୀବନଦାନ ପାଇ ଚତୁର୍ଥ ଉଇକେଟରେ ୬୮ ରନ୍‌ ଯୋଡିଥିଲେ। ପ୍ରଥମ ସେସନରେ ଭାରତ ୨୬ ଓଭରରେ ୩ ଉଇକେଟ ହରାଇ ୯୧ ରନ୍‌ ସଂଗ୍ରହ କରିଥିଲା। ତେବେ ଲଞ୍ଚ ପରବର୍ତ୍ତୀ ପ୍ରଥମ ଓଭରରେ ଆୟରଙ୍କୁ ଆଉଟ କରି ଭାରତକୁ ବ୍ୟାକଫୁଟ୍‌କୁ ଠେଲି ଦେଇଥିଲେ ରାବାଡା। ଏହାର ୩ ଓଭର ପରେ ଷ୍ଟାର ବ୍ୟାଟର କୋହଲିଙ୍କୁ ସେ ତୃତୀୟ ଶିକାର ବନାଇଥିଲେ। କୋହଲି ୬୪ ବଲ୍‌ ଖେଳି ୫ ଚୌକା ସହିତ ୩୮ ରନ୍‌ କରିଥିବା ବେଳେ ଆୟର ୫୦ ବଲ୍‌ ଖେଳି ୩ ଚୌକା ସହ ୩୧ ରନ କରିଥିଲେ। ଲୋକେଶ ରାହୁଲ ଓ ଶାର୍ଦ୍ଦୂଳ ଠାକୁର ସତର୍କତାର ସହ ବ୍ୟାଟିଂ କରି ଇନିଂସ ଗଢ଼ିଥିଲେ। ତେବେ ୭ମ ଉଇକେଟରେ ୪୩ ରନର ଭାଗୀଦାରି ପରେ ଶାର୍ଦ୍ଦୂଳ ୨୪ ରନକରି ରାବାଡ଼ାଙ୍କ ୫ମ ଶିକାର ହୋଇଥିଲେ। ରବିଚନ୍ଦ୍ରନ ଅଶ୍ୱିନ ୮ ଓ ଯଶପ୍ରୀତ୍‌ ବୁମ୍‌ରା ମାତ୍ର ୧ ରନ କରି ପାରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ରାବାଡା ୫ ଉଇକେଟ ସଫଳତା ପାଇଥିବାବେଳେ ବର୍ଗର ୨ଟି ଓ ମାର୍କୋ ଜାନସେନ ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଭାରତ ପ୍ରଥମ ଇନିଂସ: ୨୦୮/୮ (ଲୋକେଶ ରାହୁଲ-୭୦*, ବିରାଟ କୋହଲି-୩୮, ଶ୍ରେୟସ ଆୟର-୩୧, କାଗିସୋ ରାବାଡ଼ା-୫/୪୪, ନନ୍ଦ୍ରେ ବର୍ଗର-୨/୫୦, ମାର୍କୋ ଜାନସେନ-୧/୫୨)।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣା ରୋକିବାକୁ ପ୍ରଶାସନର ଅଭିନବ ପ୍ରୟାସ, ଭୋର୍‌ ସମୟରେ ରାସ୍ତାରେ ଚା’ ବାଣ୍ଟୁଛନ୍ତି…

ଭଞ୍ଜନଗର,୫।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଗତ ନଭେମ୍ବର ଏବଂ ଡିସେମ୍ବର ମାସରେ ଦୁର୍ଘଟଣା ହାର ବଢ଼ିଯାଇଛି। ଏଥିରେ ଏକାଧିକ ଲୋକ ମୃତ୍ୟୁବରଣ କରିବା...

୬,୬,୬,୬,୬,୬,୬,୬… ଏକାଥରେ ୮ ଛକା ମାରି ଦକ୍ଷିଣ ଆଫ୍ରିକାକୁ ଧୋଇଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୫।୧: ଭାରତ ୧୯ ବର୍ଷରୁ କମ ଏବଂ ଦକ୍ଷିଣ ଆଫ୍ରିକା ୧୯ ବର୍ଷରୁ କମ ମଧ୍ୟରେ ଦ୍ୱିତୀୟ ଯୁବ ଦିନିକିଆ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ଏକ...

ଅନ୍ତିମ ଆଶେସ ଆଶେସ: ଇଂଲଣ୍ଡ ୩୮୪, ଅଷ୍ଟ୍ରେଲିଆ ୧୬୬/୨

ସିଡ୍‌ନୀ,୫ା୧: ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ପଞ୍ଚମ ତଥା ଅନ୍ତିମ ଆଶେସ ଟେଷ୍ଟରେ ଇଂଲଣ୍ଡ ତା’ର ପ୍ରଥମ ଇନିଂସରେ ଜୋ ରୁଟ୍‌ଙ୍କ ଶତକ ବଳରେ ୩୮୪ ରନରେ...

ଭାଜପା ପ୍ରତିନିଧି ଦଳର ମହୋତ୍ସବ ପଡିଆ ପରିଦର୍ଶନ:  ବିଡିଓଙ୍କ ସହ ଆଲୋଚନା

ଦାରିଙ୍ଗବାଡି,୫।୧(ଅରୁଣ ସାହୁ): ଶୀତ ମହୋତ୍ସବ ଯେତେ ପାଖେଇ ଆସୁଛି ସେତିକି ଦାରିଙ୍ଗବାଡ଼ି ଅଞ୍ଚଳରେ ଉତ୍କଣ୍ଠା ଦେଖାଯାଇଛି। ସେପଟେ ଶୀତ ମହୋତ୍ସବକୁ ସଫଳ କରିବା ପାଇଁ ସ୍ଥାନୀୟ...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ: ଗଜପତିର ଗୁମ୍ମା ଟିମ ଚାମ୍ପିୟନ, ଟ୍ରଫି ସହ ମିଳିଲା ଏତେ ଟଙ୍କା

ଦିଗପହଣ୍ଡି, ୫।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୭ମ ଦିବସ ରବିବାର ଫାଇନାଲ...

ଡାକ୍ତରଙ୍କ ଆନ୍ଦୋଳନ ଜାରି: ଓପିଡି ଦୁଇ ଘଣ୍ଟା ବନ୍ଦ, ରୋଗୀ ହନ୍ତସନ୍ତ

ଛତ୍ରପୁର,୫।୧(ଦିଲ୍ଲୀପ ସାମଲ): ଓମସାର ଡକରା କ୍ରମେ ଗଞ୍ଜାମ ଶାଖା ପକ୍ଷରୁ ଏହାକୁ ସମର୍ଥନ ଜଣାଇଛନ୍ତି ଡାକ୍ତର। ୧୮ ଦଫା ଦାବି ନେଇ ସରକାରଙ୍କ ନିକଟରେ ଦାବି...

ଲୋକେ ନଥିବା ଗାଁ ପୋଡ଼ମପେଟା: ସମୁଦ୍ର ଗର୍ଭରେ ଲୀନ ହେଲାଣି ଶହେରୁ ଊର୍ଦ୍ଧ୍ୱ ଘର

ଗଞ୍ଜାମ,୫।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ସ୍ଥିତ ସମୁଦ୍ରକୂଳ ନିକଟବର୍ତ୍ତୀ ପୁରୁଣା ପୋଡ଼ମପେଟା ଗ୍ରାମ। ଏହି ଗାଁ ଏବେ ଜନଶୂନ୍ୟ। ପୂର୍ବେ ଏହି...

ହଠାତ୍‌ ବିଦ୍ୟାଳୟ ପରିସରରେ ଲାଗିଲା ନିଆଁ: ୪ ଛାତ୍ର ଗୁରୁତର

ବିଷମକଟକ,୫।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକରୁ ଏକ ଅତ୍ୟନ୍ତ ଦୁଃଖଦ ଓ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ରାୟଗଡ଼ା ଜିଲା ବିଷମକଟକ ବ୍ଲକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri