ଭାରତର ଆକ୍ସନରେ ବାଂଲାଦେଶରେ ହଇଚଇ: ରାସ୍ତାରେ ଧାଡି ଲାଗିଛି

ଢାକା,୧୯।୫: ବାଂଲାଦେଶର ୟୁନୁସ ସରକାର ଗୋଟିଏ ପରେ ଗୋଟିଏ ଭାରତ ବିରୋଧୀ ପଦକ୍ଷେପ ନେଉଛନ୍ତି। ଦୀର୍ଘ ସମୟ ଧରି ବାଣିଜ୍ୟ ସହାୟତା ପାଇଁ ଭାରତ ଉପରେ ନିର୍ଭରଶୀଳ ବାଂଲାଦେଶ ଏବେ ଭାରତୀୟ ବ୍ୟବସାୟଗୁଡ଼ିକୁ ଟାର୍ଗେଟ କରୁଛି। ବାଂଲାଦେଶକୁ ଶିକ୍ଷା ଦେବା ପାଇଁ, ଭାରତ ସେଠାରୁ ଆସୁଥିବା ସାମଗ୍ରୀ ଉପରେ ନୂତନ କଟକଣା ଲଗାଇଥିଲା। ଯାହା ଫଳରେ ସେମାନଙ୍କର ପ୍ରବେଶ କେବଳ ଦୁଇଟି ବନ୍ଦର, କୋଲକାତା ଏବଂ ନହାଭା ଶେଭା ଦେଇ ସମ୍ଭବ ହେବ।

ଭାରତର ଏହି ପଦକ୍ଷେପର ପ୍ରଭାବ ଆଜି ଦେଖିବାକୁ ମିଳିଥିଲା। ଭାରତକୁ ସାମଗ୍ରୀ ନେଇଯାଉଥିବା ଶହ ଶହ ଟ୍ରକ ବାଂଲାଦେଶର ଅନେକ ବନ୍ଦରରେ ଫସି ରହିଥିଲେ କିମ୍ବା ସାମଗ୍ରୀ ଅନଲୋଡ ନକରି ଫେରିବାକୁ ପଡିଥିଲା। ଏହି ଟ୍ରକଗୁଡ଼ିକରେ ବିଭିନ୍ନ ପ୍ରକାରର ଜିନିଷପତ୍ର, ବିଶେଷକରି ପୋଷାକ ଲୋଡ ହେଉଥିଲା।

ଏହି ହଠାତ୍‌ ନିଷ୍ପତ୍ତି ଦ୍ୱିପାକ୍ଷିକ ବାଣିଜ୍ୟକୁ ଗୁରୁତର ଭାବରେ ବାଧା ଦେଇପାରେ,ବେନାପୋଲ ସି ଆଣ୍ଡ ଏଫ ଏଜେଣ୍ଟ ଆସୋସିଏସନର ସାଧାରଣ ସମ୍ପାଦକ ଇମଦାଦୁଲ ହକ କହିଛନ୍ତି। ବେନାପୋଲରେ ରେଡିମେଡ ପୋଷାକ ବୋଝେଇ କରି ଯାଉଥିବା ଅତି କମରେ ୩୬ଟି ଟ୍ରକ ଫସି ରହିଥିଲା।

ଏହି ପଦକ୍ଷେପ ଦ୍ୱାରା ଆସାମ, ମେଘାଳୟ, ତ୍ରିପୁରା, ମିଜୋରାମ ଏବଂ ପଶ୍ଚିମବଙ୍ଗ ଦେଇ ବାଂଲାଦେଶୀ ପୋଷାକ, ଖାଦ୍ୟ ସାମଗ୍ରୀ, ପ୍ଲାଷ୍ଟିକ ସାମଗ୍ରୀ ଏବଂ ଅନ୍ୟାନ୍ୟ ସାମଗ୍ରୀର ପ୍ରବେଶ ବନ୍ଦ ହୋଇଯାଇଛି। ଯାହା ଯୋଗୁ ରପ୍ତାନିକାରୀମାନେ ବିପୁଳ କ୍ଷତି ଏବଂ ଲଜିଷ୍ଟିକ୍ସ ସମ୍ବନ୍ଧୀୟ ବିଶୃଙ୍ଖଳାର ସମ୍ମୁଖୀନ ହେଉଛନ୍ତି। କାରଣ ସେମାନଙ୍କର ପଠାଣ ବେନାପୋଲ, ବୁଢ଼ିମାରି ଏବଂ ବଙ୍ଗଳାବନ୍ଧ ଭଳି ବନ୍ଦରରେ ନିଷ୍କ୍ରିୟ ପଡ଼ି ରହିଛି।

ବାଂଲାଦେଶ ଏବଂ ଭାରତ ମଧ୍ୟରେ ୪,୦୯୬ କିଲୋମିଟର (୨,୫୪୫ ମାଇଲ) ଲମ୍ବା ଅନ୍ତର୍ଜାତୀୟ ସୀମା ଅଛି, ଯାହା ବିଶ୍ୱର ପଞ୍ଚମ ଦୀର୍ଘତମ ସ୍ଥଳ ସୀମା। ବାଂଲାଦେଶ ଭାରତର ୫ଟି ରାଜ୍ୟ ସହିତ ସୀମା ଅଂଶୀଦାର। ଉତ୍ତେଜନା ପୂର୍ବରୁ, ବାଂଲାଦେଶୀ ସାମଗ୍ରୀ ଭାରତର ଅନେକ ବନ୍ଦର ଦେଇ ଭାରତକୁ ଆସୁଥିଲା, କିନ୍ତୁ ଭାରତ ସରକାରଙ୍କ ନୂତନ ପଦକ୍ଷେପ ଯୋଗୁ ଏହି ପରିବହନ କେବଳ ଦୁଇଟି ବନ୍ଦର, କୋଲକାତା ଏବଂ ନହାଭା ଶେଭା ପର୍ଯ୍ୟନ୍ତ ସୀମିତ ରହିଛି ଏବଂ ଅନ୍ୟ ବନ୍ଦରରୁ ଟ୍ରକଗୁଡ଼ିକୁ ଫେରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ଦାରିଙ୍ଗବାଡିରେ ଅସମ୍ଭାଳ ଜାଡ଼, ୨ ଦିନିଆ ଛୁଟି କାଟିବାକୁ ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡି,୨୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି୍‌ରେ ପୁଣି ଶନିବାର ଶୀତର ପ୍ରକୋପ ବୃଦ୍ଧି ପାଇଛି। ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରହିଥିବା...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

IND vs SA: ଅଷ୍ଟ୍ରେଲିଆର ରେକର୍ଡ ଭାଙ୍ଗିଲା ଇଣ୍ଡିଆ, ସିରିଜ ଜିତି କଲା ଐତିହାସିକ ରେକର୍ଡ

ନୂଆଦିଲ୍ଲୀ, ୨୦।୧୨: ଭାରତୀୟ ଦଳ ପଞ୍ଚମ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୩୦ରନରେ ପରାସ୍ତ କରି ୩-୧ସିରିଜ ବିଜୟ ହାସଲ କରିଛି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ...

ବିଶ୍ୱର ୨୦% ଦେଶ ଉପରେ ଯାତ୍ରା ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ, ବୁଲିବାକୁ ଯାଉଥିଲେ…

ଓ୍ବାଶିଂଟନ୍‌,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆମେରିକାର ପ୍ରବାସନ ନୀତିକୁ କଡ଼ାକଡ଼ି କରିଛନ୍ତି। ନିକଟରେ ଟ୍ରମ୍ପ ପ୍ରଶାସନ ଆହୁରି ସାତଟି ଦେଶ ଏବଂ...

ପଡିଆରେ ଖୋଲାଖୋଲି ପ୍ରେମ କଲେ ହାର୍ଦ୍ଦିକ – ମାହିକା, ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ପରେ କଲେ ଏମିତି, ଭାଇରାଲ ହେଲା…

ନୂଆଦିଲ୍ଲୀ, ୨୦।୧୨: ଆଜିକାଲି ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପ୍ରେମ ପ୍ରକାଶ କରିବାର ଗୋଟିଏ ବି ସୁଯୋଗ ହାତଛଡ଼ା କରନ୍ତି ନାହିଁ। ଅହମ୍ମଦାବାଦରେ ଖେଳାଯାଇଥିବା ଭାରତ ଏବଂ...

ପ୍ରତିଦିନ ଓଡ଼ିଶାରୁ ଖଣି ଲୁଟୁଛନ୍ତି

ଭୁବନେଶ୍ୱର, ୨୦।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଓଡ଼ିଶାର ବିକାଶ ଲାଗି ପ୍ରସ୍ତୁତ କରୁଥିବା ଯୋଜନା ମଧ୍ୟରୁ ମୁଖ୍ୟତଃ ଖଣି ରାଜସ୍ବ ଉପରେ ସର୍ବାଧିକ ନିର୍ଭର କରିଥାଆନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri