Posted inଜାତୀୟ

ଚାଇନା ସୀମାରେ ଭାରତର ୨୨ ପୋଲ: ଏଲ୍‌ଏସିରେ ଶୀଘ୍ର ପହଞ୍ଚିବ ଅସ୍ତ୍ରଶସ୍ତ୍ର

ନୂଆଦିଲ୍ଲୀ, ୧୨।୧୦: ଏଲ୍‌ଏସି ଏବଂ ଏଲ୍‌ଓସିରେ ଏଣିକି ଭାରତୀୟ ଯବାନଙ୍କ ପାଖରେ ଶୀଘ୍ର ଆବଶ୍ୟକ ସହାୟତା ତଥା ଅସ୍ତ୍ରଶସ୍ତ୍ର ପହଞ୍ଚିପାରିବ। ଅରୁଣାଚଳଠାରୁ ଲଦାଖ ମଧ୍ୟରେ ସଡ଼କ ପଥର ବିକାଶ କାର୍ଯ୍ୟ ଅନ୍ତର୍ଗତ ୪୩ଟି ପୋଲ ନିର୍ମିତ ହୋଇଛି। ଏହି ପୋଲଗୁଡ଼ିକୁ ସୋମବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭିଡ଼ିଓ କନଫରେନ୍ସିଂରେ ଲୋକାର୍ପଣ କରିଛନ୍ତି। ଏହା ସହିତ ପ୍ରତିରକ୍ଷାମନ୍ତ୍ରୀ ଅରୁଣାଚଳ ପ୍ରଦେଶର ନେଚିଫୁ ଟନେଲର ଶିଳାନ୍ୟାସ ମଧ୍ୟ କରିଛନ୍ତି। ଏହା ତାଓ୍ବାଙ୍ଗକୁ ସଂଯୋଗ କରିବ ବୋଲି କୁହାଯାଉଛି। ପୋଲଗୁଡ଼ିକ ସୀମାବର୍ତ୍ତୀ ରାଜ୍ୟ ଲଦାଖ, ଜମ୍ମୁ-କଶ୍ମୀର, ଅରୁଣାଚଳପ୍ରଦେଶ, ସିକିମ୍‌, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ ଏବଂ ପଞ୍ଜାବ ଆଦି ୭ଟି ରାଜ୍ୟରେ ରହିଛି। ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବୃଦ୍ଧି ହେଉଥିବାବେଳେ ଏହି ପୋଲଗୁଡ଼ିକ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି କୁହାଯାଉଛି। ଜମ୍ମୁ-କଶ୍ମୀରରେ ସର୍ବାଧିକ ୧୦ଟି ପୋଲ ରହିଛି। ସେହିପରି ଉତ୍ତରାଖଣ୍ଡରେ ୮, ଅରୁଣାଚଳ ପ୍ରଦେଶରେ ୮, ଲଦାଖରେ ୭ ପୋଲ ରହିଛି। ସିକିମ୍‌ରେ ୪ ଏବଂ ପଞ୍ଜାବରେ ୪ଟି ପୋଲ ରହିଥିବା ବେଳେ ହିମାଚଳ ପ୍ରଦେଶରେ ୨ଟି ପୋଲ ରହିଛି। ପୋଲଗୁଡ଼ିକର ନିର୍ମାଣ ସୀମା ସଡ଼କ ସଂଗଠନ(ବିଆର୍‌ଓ) ପକ୍ଷରୁ କରାଯାଇଛି। ହିମାଚଳପ୍ରଦେଶ ଦାରଚାରେ ଥିବା ପୋଲ ୩୫୦ ମିଟର ଲମ୍ବା ରହିଛି। ପୋଲଗୁଡ଼ିକ ମଧ୍ୟରୁ ୨୨ଟି ପୋଲ ସିଧାସଳଖ ଚାଇନା ସୀମାକୁ ସଂଯୋଗ କରୁଛି। ସୀମାବର୍ତ୍ତୀ ଅଞ୍ଚଳରେ ପୋଲ ନିର୍ମାଣ ନେଇ ଚାଇନାର ଚିନ୍ତା ଏବେ ବଢ଼ିବାରେ ଲାଗିଛି। ସେପ୍ଟେମ୍ବର ୨୪ରେ ପୋଲ ଗୁଡ଼ିକର ଲୋକାର୍ପଣ କରାଯିବାର ଯୋଜନା ଥିଲା। ତେବେ ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗାଡ଼ିଙ୍କ ଅକାଳ ବିୟୋଗ ଯୋଗୁ ଏହାକୁ ସ୍ଥଗିତ ରଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri