ପାର୍ବଣରେ ୨.୫ ଲକ୍ଷ କୋଟି ଖର୍ଚ୍ଚ କରିବେ ଭାରତୀୟ

ନୂଆଦିଲ୍ଲୀ,୨୫।୯: ଗତ ୨ ବର୍ଷ ହେବ କୋଭିଡ୍‌ ମହାମାରୀ ପାଇଁ ପାର୍ବଣ ବଜାର ମାନ୍ଦା ପଡ଼ିଯାଇଥିଲା। ବିଶେଷକରି ୨୦୨୦ ଏବଂ ୨୦୨୧ରେ ପାର୍ବଣର ମଜା ଉଠାଇପାରି ନ ଥିଲେ। ଫଳରେ ଚଳିତ ବର୍ଷ ପାର୍ବଣରେ ଲୋକମାନେ କିଣାକିଣି ସାଙ୍ଗକୁ ପୂଜା ପାଳନର ପ୍ରସ୍ତୁତି କରିସାରିଲେଣି। କାରଣ ପୂର୍ବ ବର୍ଷ ପରି ଚଳିତ ବର୍ଷ ଭାରତରେ ମହାମାରୀ ପ୍ରକୋପ କମ୍‌ ରହିଛି। ତେଣୁ ଚଳିତବର୍ଷ ପାର୍ବଣରେ ଗ୍ରାହକମାନେ ଅଧିକ ମାତ୍ରାରେ କିଣାକିଣି କରିବେ ବୋଲି ଜଣାପଡ଼ିଛି। ଚଳିତ ପାର୍ବଣରେ ଭାରତୀୟ ଗ୍ରାହକଙ୍କ ଖର୍ଚ୍ଚ ପ୍ରାୟତଃ ୩୨ ବିଲିଅନ ଡଲାର ବା ପ୍ରାୟ ୨.୫ ଲକ୍ଷ କୋଟି ଟଙ୍କା ରହିବ ବୋଲି ଲୋକାଲ ସର୍କଲ୍ସ ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାପଡ଼ିଛି। ତେବେ କରୋନା ମହାମାରୀ ପୂର୍ବରୁ ୨୦୧୯ ପାର୍ବଣରେ ଭାରତୀୟ ଗ୍ରାହକମାନେ ୩୭ ବିଲିଅନ ଡଲାର ଖର୍ଚ୍ଚ କରିଥିଲେ ବୋଲି ସର୍ଭେରୁ ସୂଚନା ମିଳିଛି।

Share