Categories: ବାଣିଜ୍ୟ

ଭାରତୀୟଙ୍କ ସୁଇସ୍‌ ବ୍ୟାଙ୍କ ଜମା ୬% ହ୍ରାସ

ଜୁରିକ,୨୬।୬ : ଭାରତୀୟ ବ୍ୟକ୍ତି ବିଶେଷ ଏବଂ କମ୍ପାନୀଙ୍କ ସୁଇସ୍‌ ବ୍ୟାଙ୍କ ଜମାରେ ୨୦୧୯ରେ ୬% ହ୍ରାସ ଦେଖାଯାଇଛି। ଏହି ସମୟରେ ଭାରତୀୟ ମାନେ ସୁଇସ ବ୍ୟାଙ୍କ ତଥା ଭାରତ ଭିତ୍ତିକ ସୁଇସ ବ୍ୟାଙ୍କଗୁଡିକରେ ୮୯୯ ନିୟୁତ ସୁଇସ ପ୍ରାଙ୍କ୍‌ସ ବା ୬୬୨୫ କୋଟି ଟଙ୍କା ଜମା ରଖିଛନ୍ତି। ସୁଇଜରଲାଣ୍ଡର କେନ୍ଦ୍ରୀୟ ବ୍ୟାଙ୍କ ଗୁରୁବାର ଏ ସମ୍ପର୍କରେ ସୂଚନା ଦେଇଥିବା ରିପୋର୍ଟରୁ ଏ ସମ୍ପର୍କରେ ଜଣାପଡିଛି। ଲଗାତର ଭାବେ ଦ୍ୱିତୀୟ ବର୍ଷ ଲାଗି ଭାରତୀୟଙ୍କ ମୋଟ ହାରାହାରି ଜମା ଉପରେ ହ୍ରାସ ହେଉଥିବା ଜଣାପଡିଛି। ଭାରତୀୟଙ୍କ ଜମା ଗତ ୩ ଦଶନ୍ଧି ମଧ୍ୟରେ ତୃତୀୟ ନିମ୍ନତମ ସ୍ତର। ୧୯୮୭ ପରଠାରୁ ସୁଇସ ନ୍ୟାଶନାଲ ବ୍ୟାଙ୍କ ଏ ସଂକ୍ରାନ୍ତ ଡାଟା ସଂକଳନ କରିବା ଆରମ୍ଭ କରିଥିଲା। ମୋଟ ଅର୍ଥ ମଧ୍ୟରୁ ୪ ହଜାର କୋଟି ହିତାଧିକାରୀଙ୍କ ଜମା, ଅନ୍ୟ ବ୍ୟାଙ୍କ ଦ୍ୱାରା ୬୫୦ କୋଟିର ଜମା, ଟ୍ରଷ୍ଟିଙ୍କ ଦ୍ୱାରା ୫୦ କୋଟି ଏବଂ ସିକ୍ୟୁରିଟି ଏବଂ ଅନ୍ୟାନ୍ୟ ଫାଇନାନ୍ସିଆଲ ଇନଷ୍ଟ୍ରୁମେଣ୍ଟ ଦ୍ୱାରା ୧୯୦୦ କୋଟି ଜମା ସାମିଲ ରହିଛି। ଏଭଳି ବିଭିନ୍ନ ଉପାୟରେ ହେଉଥିବା ଜମା ଗତ ବର୍ଷ ହ୍ରାସ ପାଇଥିବା ଜଣାପଡିଛି।

Share