Posted inଫୁରସତ

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ। ଭିଡିଓ ଏଡିଟିଂ ଫାର୍ମ ‘କାପୱିଙ୍ଗ’ର ଏକ ରିପୋର୍ଟ ଅନୁଯାୟୀ, ‘ବନ୍ଦର ଆପନା ଦୋସ୍’ (Bandar Apna Dost) ନାମକ ଏକ ଭାରତୀୟ ଚ୍ୟାନେଲ କେବଳ AI ଦ୍ୱାରା ପ୍ରସ୍ତୁତ ନିମ୍ନମାନର କଣ୍ଟେଣ୍ଟ ଜରିଆରେ ବାର୍ଷିକ ପ୍ରାୟ ୩୫ ରୁ ୩୮ କୋଟି ଟଙ୍କା ($4.25 Million) ରୋଜଗାର କରୁଛି।

ଏହି ଚ୍ୟାନେଲରେ AI ଦ୍ୱାରା ପ୍ରସ୍ତୁତ ଏକ ମାଙ୍କଡ ଏବଂ ହଲ୍କ (Hulk) ଭଳି ଦିଶୁଥିବା ଏକ ମାଂସପେଶୀ ବହୁଳ ଚରିତ୍ରର କାହାଣୀ ଦର୍ଶାଯାଇଛି। ଏଥିରେ ଚରିତ୍ରଗୁଡ଼ିକ ଅସୁରମାନଙ୍କ ସହ ଲଢ଼ୁଥିବାର ଦେଖିବାକୁ ମିଳେ।

ଏହି ଚ୍ୟାନେଲ ବର୍ତ୍ତମାନ ସୁଦ୍ଧା ୨.୪ ବିଲିୟନରୁ ଅଧିକ ଭ୍ୟୁ ହାସଲ କରିସାରିଛି। ଆସାମର ସୁରଜିତ କର୍ମକାର ଏହାକୁ ୨୦୨୦ରେ ଆରମ୍ଭ କରିଥିଲେ ମଧ୍ୟ ଗତ ୫-୬ ମାସ ମଧ୍ୟରେ ଏହା ଅପାର ସଫଳତା ପାଇଛି।

ଏହାକୁ ‘AI Slop’ କୁହାଯାଉଛି କାରଣ ଏହି ଭିଡିଓଗୁଡ଼ିକ ଅତି ସହଜରେ AI ସାହାଯ୍ୟରେ ପ୍ରସ୍ତୁତ ଏବଂ ଏଥିରେ କୌଣସି ଗଭୀର କାହାଣୀ ବା ଉଚ୍ଚମାନର ନିର୍ମାଣ ଶୈଳୀ ନାହିଁ।

ରିପୋର୍ଟ ଅନୁଯାୟୀ, ବିଶ୍ୱର ପ୍ରାୟ ୨୭୮ଟି ଚ୍ୟାନେଲ ସମ୍ପୂର୍ଣ୍ଣ ଭାବେ ଏଭଳି AI କଣ୍ଟେଣ୍ଟ ଉପରେ ନିର୍ଭରଶୀଳ। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଯେ, ୟୁଟ୍ୟୁବ୍‌ର ରେକମେଣ୍ଡେସନ୍ ସିଷ୍ଟମ୍ ନୂଆ ବ୍ୟବହାରକାରୀଙ୍କ ପାଖକୁ ମଧ୍ୟ ଏହି ଭିଡିଓଗୁଡ଼ିକୁ ବହୁଳ ମାତ୍ରାରେ ପଠାଉଛି। ଏକ ପରୀକ୍ଷାରୁ ଜଣାପଡ଼ିଛି ଯେ, ପ୍ରଥମ ୫୦୦ଟି ସଜେଷ୍ଟେଡ୍ ଭିଡିଓ ମଧ୍ୟରୁ ୨୦ ପ୍ରତିଶତରୁ ଅଧିକ କେବଳ ଏହି ‘AI Slop’ ଶ୍ରେଣୀର।

ଏହି ପ୍ରସଙ୍ଗରେ ୟୁଟ୍ୟୁବ୍ ପକ୍ଷରୁ କୁହାଯାଇଛି ଯେ, AI ଏକ ଉପକରଣ ମାତ୍ର। କଣ୍ଟେଣ୍ଟ ଯେମିତି ବି ତିଆରି ହେଉ, ଏହା ୟୁଟ୍ୟୁବ୍‌ର ନିୟମାବଳୀ ପାଳନ କରିବା ଜରୁରୀ। ତଥାପି, ନିମ୍ନମାନର ଏବଂ ବିଭ୍ରାନ୍ତିକର କଣ୍ଟେଣ୍ଟ ଉପରେ ପ୍ଲାଟଫର୍ମ କଡ଼ା ନଜର ରଖିଛି ବୋଲି ସ୍ପଷ୍ଟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

ତହସିଲଦାରଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ଭୁବନେଶ୍ୱର,୩୦।୧୨: କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି। ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ...

ଏହି ଦେଶଗୁଡ଼ିକରେ ନାଗରିକତା ପାଇବା ବହୁତ କଷ୍ଟକର, ଅପେକ୍ଷା କରିବାକୁ ପଡେ ୨୦ରୁ ୨୫ ବର୍ଷ

ନୂଆଦିଲ୍ଲୀ,୩୦।୧୨: ପ୍ରତିବର୍ଷ, ଭାରତରୁ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ନାଗରିକତା ପରିତ୍ୟାଗ କରି ବିଦେଶରେ ବସବାସ କରନ୍ତି। ସରକାର ନିକଟରେ ଏହି ବିଷୟରେ ତଥ୍ୟ ପ୍ରକାଶ...

ଡାଲୋଲ ସବୁଠୁ ଗରମ ସ୍ଥାନ

ଲୋକମାନେ ଯେବେ ଅତ୍ୟଧିକ ଗରମ ସ୍ଥାନ ବିଷୟରେ କଥା ହୁଅନ୍ତି, ସେମାନେ ସାଧାରଣତଃ ସାହାରା କିମ୍ବା ମଧ୍ୟପ୍ରାଚ୍ୟର ସହରଗୁଡ଼ିକ ପରି ମରୁଭୂମି ବିଷୟରେ ଚିନ୍ତା କରନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri