Posted inଜାତୀୟ

୨୨ ବର୍ଷ ପରେ ଫେରିଲେ ପାକିସ୍ତାନରେ ଫସିଥିବା ଭାରତୀୟ ମହିଳା

ମୁମ୍ବାଇ, ୧୮।୧୨: ମୁମ୍ବାଇର ହମିଦା ବାନୋ ୨୨ ବର୍ଷ ପରେ ଭାରତ ଫେରିଛନ୍ତି। ୨୦୦୨ରେ ଦୁବାଇରେ ଚାକିରି ଦେବାର ଲାଳସା ଦେଖାଇ ଜଣେ ଟ୍ରାଭେଲ ଏଜେଣ୍ଟ ତାଙ୍କୁ ପାକିସ୍ତାନ ପଠାଇ ଦେଇଥିଲେ। ଦୁବାଇରେ ଜଣେ ରୋଷେୟା ଭାବେ ତାଙ୍କୁ ନିଯୁକ୍ତି ମିଳିବ ବୋଲି ହମିଦାଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ଏହା ବଦଳରେ ତାଙ୍କୁ ପାକିସ୍ତାନର ସିନ୍ଧ୍‌ ରାଜ୍ୟ ହାଇଦ୍ରାବାଦ ଜିଲାକୁ ନିଆଯାଇଥିଲା। ସୋମବାର ହମିଦା କରାଚିରୁ ଫ୍ଲାଇଟ ଯୋଗେ ଲାହୋର ଆସିଥିଲେ ଓ ପରେ ସେ ଓ୍ବାଘା ବର୍ଡର ଦେଇ ଭାରତ ଫେରିଥିଲେ। ପାକିସ୍ତାନର ବହିର୍ବ୍ୟାପାର ମନ୍ତ୍ରାଳୟର ଅଧିକାରୀମାନେ ତାଙ୍କୁ ବିଦାୟ ଦେଇଥିଲେ।
ପୂର୍ବରୁ ହମିଦା ମୁମ୍ବାଇର କୁର୍ଲା ରେଲଓ୍ବେ ଷ୍ଟେଶନ ନିକଟରେ ରହୁଥିଲେ। ହମିଦା ୪ ପିଲାଙ୍କ ମା’ ଥିଲେ ଏବଂ ସ୍ବାମୀଙ୍କ ମୃତ୍ୟୁ ପରେ ସେ ପରିବାରର ଖର୍ଚ୍ଚ ସମ୍ଭାଳୁଥିଲେ। ତେଣୁ ବେଶି ରୋଜଗାର କରିବା ପାଇଁ ସେ ଦୁବାଇ ଯିବାକୁ ଇଚ୍ଛା ପ୍ରକାଶ କରିଥିଲେ। ହମିଦାଙ୍କ ଅନୁପସ୍ଥିତିରେ ପରିବାରର ଅନ୍ୟ ସଦସ୍ୟ ତାଙ୍କ ଝିଅ ମାନଙ୍କର ଲାଳନପାଳନ କରିଥିଲେ। ଭାରତ ଫେରିବା ପରେ ହମିଦା କହିଛନ୍ତି, ସେ କେବେ ଭାରତ ଫେରିବାକୁ ସକ୍ଷମ ହେବେ ବୋଲି ଭାବି ନ ଥିଲେ। ୨୨ ବର୍ଷ ପରେ ନିଜ ପରିବାର ଓ ଝିଅମାନଙ୍କୁ ପାଇ ସେ ବେଶ୍‌ ଖୁସି। ପ୍ରକାଶ ଯେ, ହମିଦା ପାକିସ୍ତାନରେ ଜଣେ ବ୍ୟକ୍ତିଙ୍କୁ ବିବାହ ମଧ୍ୟ କରିଥିଲେ। ତାଙ୍କର କୋଭିଡ୍‌ରେ ମୃତ୍ୟୁ ହୋଇଯାଇଥିଲା। ଏହାପରେ ସେ କରାଚୀରେ ତାଙ୍କ ସାବତ ପୁଅଙ୍କ ସହ ରହୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ କ୍ୟାସ୍‌ଲେସ ଚିକିତ୍ସା

ଭୁବନେଶ୍ୱର,୧୦।୪: ଏଣିକି ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ କ୍ୟାସ୍‌ଲେସ ଚିକିତ୍ସା। ପ୍ରଧାନମନ୍ତ୍ରୀ ରାହତ୍‌ ଯୋଜନା ମାଧ୍ୟମରେ ମାଗଣା ଚିକିତ୍ସା ମିଳିବ। ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସମସ୍ତ ଜିଲା SP,…

ଘୋଡାହାଡ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ ବୃଦ୍ଧ: ଆଜି ମିଳିଲା ମୃତଦେହ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ…

ଲୋମଟାଙ୍କୁରା ଘଟଣା; ନିଶାରେ ଯୁବତୀଙ୍କୁ ଗଣବଳାତ୍କାର କଲେ ୪ ଯୁବକ, ପ୍ରମାଣ ନଷ୍ଟ କରିବା ପାଇଁ ଫାଶୀ ଦେଇଦେଲେ

ହାଇଦ୍ରାବାଦ,୧୦।୪: ତେଲଙ୍ଗାନାର ୱାରାଙ୍ଗଲ ଜିଲାରେ ଜଣେ  ୨୧ବର୍ଷୀୟା ଆଦିବାସୀ ଯୁବତୀଙ୍କୁ ଗଣବଳାତ୍କାର ଏବଂ ହତ୍ୟା ମାମଲା ସାମ୍ନାକୁ ଆସିଛି । ଯାହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା, ପ୍ରକଳ୍ପ ବନ୍ଦ ନିଷ୍ପତ୍ତି ନେଇ…

ଭୁବନେଶ୍ୱର,୧୦ା୪: ରାଜ୍ୟରେ ପୁଣି ଜୋର୍‌ ଧରିଛି ମେଟ୍ରୋ ପ୍ରକଳ୍ପ ରାଜନୀତି। ମେଟ୍ରୋ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଏମ୍‌ପି ଅପରାଜିତା ଷଡ଼ଙ୍ଗୀ। ପ୍ରକଳ୍ପ ବନ୍ଦ ନିଷ୍ପତ୍ତି…

ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଇରାନର ବଡ଼ ନିଷ୍ପତ୍ତି: ରଖିଲା ଏମିତି ସର୍ତ୍ତ, ବିଶ୍ୱ ବଜାରରେ ହଇଚଇ

ଓ୍ବାଶିଂଟନ୍‌,୧୦।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ପରେ ବିଶ୍ୱ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଇରାନ ହର୍ମୁଜ ପ୍ରଣାଳୀ ଦେଇ ତେଲ ଏବଂ ଗ୍ୟାସ…

ବଢିଲା ଆମେରିକାର ଟେନ୍‌ସନ: ଯୁଦ୍ଧ ମଧ୍ୟରେ ଜିନପିଙ୍ଗଙ୍କ ଆଗରେ ମୁଣ୍ଡ ନୁଆଁଇବେ ଟ୍ରମ୍ପ, ଜାଣନ୍ତୁ କାହିଁକି…

ଓ୍ବାଶିଂଟନ୍‌,୧୦।୪: ଇରାନ ସହିତ ଯୁଦ୍ଧ କେବଳ ଗୋଳାବାରୁଦ ଏବଂ କ୍ଷେପଣାସ୍ତ୍ର ନଷ୍ଟ କରିନଥିଲା, ବରଂ ଏକ ଦୁର୍ବଳତାକୁ ମଧ୍ୟ ପ୍ରକାଶ କରିଥିଲା ଯାହାକୁ ଆମେରିକା ଆଉ ଅଣଦେଖା…

କ୍ଷତିଗ୍ରସ୍ତ ଚାଷୀଙ୍କୁ ଠିକ୍‌ଭାବେ ପ୍ରଦାନ କରାଯାଉନାହିଁ ବୀମାରାଶି, ଜିଲାରେ ପୁଣି…

ବରଗଡ଼,୧୦।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ବାଟବଣା ହୋଇପଡ଼ିଛି। ବିଭିନ୍ନ ସମୟରେ ଚାଷୀମାନେ ଫସଲକ୍ଷତିର ସମ୍ମୁଖୀନ ହେଉଛନ୍ତି, ଅଥଚ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଠିକ୍‌ଭାବେ ବୀମାରାଶି…

ଅଧ୍ୟାପିକାଙ୍କୁ ନିର୍ଯାତନା ଦେଇ ଜେଲ୍‌ ଗଲେ କଲେଜ ଅଧ୍ୟକ୍ଷ

ଝାରବନ୍ଧ,୧୦ା୪(ଦେବେନ୍ଦ୍ର ସାହୁ): ଜଣେ ଅଧ୍ୟାପିକାଙ୍କୁ ମାନସିକ ନିର୍ଯାତନା ଦେବା ବରଗଡ଼ ଜିଲା ଝାରବନ୍ଧ ଜୁନିଅର ଅଧ୍ୟକ୍ଷ ପ୍ରମୋଦ କୁମାର ସାହୁଙ୍କୁ ମହଙ୍ଗା ପଡ଼ିଛି। ଶେଷରେ ତାଙ୍କୁ ଜେଲ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri