Categories: ଫୁରସତ

ଭାରତୀୟ ଟିକ୍‌ଟକ୍‌ ଚିଙ୍ଗାରି ଆପ୍‌: ଜାଣନ୍ତି କି ୨୨ ଦିନରେ ହୋଇଛି କେତେ ଥର ଡାଉନଲୋଡ

ନୂଆଦିଲ୍ଲୀ, ୪।୭: ଶର୍ଟ ଭିଡିଓ ଶେୟାରିଂ ପ୍ଲାଟଫର୍ମ ଭାରତୀୟ ଟିକ୍‌ଟକ୍‌ ଚିଙ୍ଗାରି ଆପ୍‌ର ଲୋକପ୍ରିୟତା ଏବେ ବଢ଼ିଚାଲିଛି। ଏହି ଭାରତୀୟ ଆପ୍‌ ଗତ ୨୨ ଦିନ ମଧ୍ୟରେ ଗୁଗୁଲ ପ୍ଲେ ଷ୍ଟୋରରେ ଏକ କୋଟିରୁ ଅଧିକ ଡାଉନଲୋଡ ହୋଇଛି। ଚାଇନିଜ ଆପ ଟିକଟକ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ଚିଙ୍ଗାରି ଏହାର ଭାରତୀୟ ବିକଳ୍ପ ଭାବେ ଉଭା ହୋଇଛି। ଗୁଗୁଲ ପ୍ଲେ ଷ୍ଟୋରରେ ଏକ ସପ୍ତାହ ଭିତରେ ଏହା ଶ୍ରେଷ୍ଠ ଦୁଇଟି ଲୋକପ୍ରିୟ ଆପ୍‌ ମଧ୍ୟରେ ରହିପାରିଛି। ଚିଙ୍ଗାରି ଆପ୍‌ ସହ-ପ୍ରତିଷ୍ଠାତା ସୁମିତ ଘୋଷ କହିଛନ୍ତି ଯେ, ଏକ ସପ୍ତାହ ପୂର୍ବରୁ ଏହା ୨୫ ଲକ୍ଷ ଡାଉନଲୋଡ ଅତିକ୍ରମ କରିସାରିଛି। ଦେଶରେ ଟିକ୍‌ଟକ୍‌ ନିଷେଧ ହେବାପରେ ଏହାର ଡାଉନଲୋଡ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହା ଅଧଘଣ୍ଟା ମିନିଟରେ ୧୦ ଲକ୍ଷରୁ ଅଧିକ ଥର ଡାଉନଲୋଡ ହୋଇ ରେକର୍ଡ କରିଛି। ଗୁଗୁଲ ପ୍ଲେ ଷ୍ଟୋରରୁ ଏହା ୧ କୋଟି ୧୦ ଲକ୍ଷ ଥର ଡାଉନଲୋଡ ହୋଇ ସାରିଛି। ଗତ ୧୦ ଦିନରେ ୩୦ ଲକ୍ଷ ଥର ଡାଉନଲୋଡ ହୋଇଛି।

Share