Posted inଖେଳ

ଐତିହାସିକ ବିଜୟ ଲକ୍ଷ୍ୟରେ

ଜୋହାନ୍ସବର୍ଗ,୨।୧: ସ୍ଥାନୀୟ ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ସୋମବାରଠାରୁ ଭାରତ ଓ ଘରୋଇ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ କ୍ରିକେଟ ଦଳ ଏକ ଐତିହାସିକ ସିରିଜ ବିଜୟ ହାସଲ ଲକ୍ଷ୍ୟରେ ମ୍ୟାଚ୍‌କୁ ଓହ୍ଲାଇବ। ନୂଆବର୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବାକୁ ଯାଉଥିବା ବେଳେ ଏଥିରେ ବିଜୟୀ ହେଲେ ଭାରତ ଦକ୍ଷିଣ ଆଫ୍ରିକା ମାଟିରେ ଇତିହାସ ରଚିବ। ଏପର୍ଯ୍ୟନ୍ତ କ୍ରିକେଟ ଇତିହାସରେ ଭାରତ କାଦପି ଦକ୍ଷିଣ ଆଫ୍ରିକାରେ ସରିଜ ଜିତି ନାହିଁ। ସେଞ୍ଚୁରିଅନରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଭାରତ ୧୧୩ ରନରେ ବିଜୟ ହାସଲ କରି ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି।

୨୦୧୮ରେ ଭାରତ ଏହି ଗ୍ରାଉଣ୍ଡରେ ବୃହତ୍‌ ବିଜୟ ହାସଲ କରିଥିଲା। ତା’ ପରେ ଆରମ୍ଭ ହୋଇଥିଲା ଏକ ଶକ୍ତିଶାଳୀ ଭାରତୀୟ ଦଳ ଗଠନର ପ୍ରକ୍ରିୟା। ସେବେଠାରୁ ଭାରତର ଜୟଯାତ୍ରା ଜାରି ରହିଛି। ବିଶ୍ୱର ପ୍ରାୟ ସବୁ ସ୍ଥାନରେ ଭାରତ ଶକ୍ତିଶାଳୀ ଦଳଗୁଡିକୁ ହରାଇଛି। ଗତ ୪ ବର୍ଷ ମଧ୍ୟରେ ଭାରତ ଟେଷ୍ଟ ଫର୍ମାଟ୍‌ରେ ନିଜର ଦକ୍ଷତା ପ୍ରମାଣ କରିଛି। ଯଦି ଦ୍ୱିତୀୟ ଟେଷ୍ଟରେ ଭାରତ ବିଜୟ ହାସଲ କରେ ତେବେ ଅଧିନାୟକ କୋହଲିଙ୍କ ପାଇଁ ଏହା ବିଶେଷ ଭାବେ ମହତ୍ତ୍ୱ ରଖିବ। ଏହି ସିରିଜରେ ବିଜୟୀ ହେଲେ କୋହଲି ଭାରତର ସଫଳତମ ଟେଷ୍ଟ ଅଧିନାୟକର ମାନ୍ୟତା ହାସଲ କରିବେ।

ନ୍ୟୁଜିଲାଣ୍ଡକୁ ବାଦ୍‌ ଦେଲେ ଭାରତ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକାକୁ ସେମାନଙ୍କ ଘରୋଇ ମାଟିରେ ପରାସ୍ତ କରିବାର ଗୌରବ ଅର୍ଜନ କରିବ। ଦକ୍ଷିଣ ଆଫ୍ରିକା ପୂର୍ବପରି ଶକ୍ତିଶାଳୀ ଥିବାପରି ମନେ ହେଉନାହିଁ। ପୂର୍ବପରି ଗ୍ରେମ୍‌ ସ୍ମିଥ୍‌ଙ୍କ ଚମକ, ହାସିମ ଅମ୍‌ଲାଙ୍କ କ୍ୱାଲିଟି ବ୍ୟାଟିଂ, ଜ୍ୟାକ କାଲିସ୍‌ଙ୍କ ବିଶ୍ୱସ୍ତରୀୟ ଅଲରାଉଣ୍ଡ କ୍ୱାଲିଟି, ଡେଲ ଷ୍ଟେଇନ ଓ ମର୍ନ ମୋର୍କେଲଙ୍କ କ୍ୱାଲିଟି ପେସ୍‌ ବୋଲିଂ ଏବେ ଦକ୍ଷିଣ ଆଫ୍ରିକା ଦଳରେ ଦେଖିବାକୁ ମିଳୁନି। ତେଣୁ ଭାରତ ଏହି ସୁବର୍ଣ୍ଣ ସୁଯୋଗର ସଦ୍‌ବ୍ୟବହାର କରିବା ଲକ୍ଷ୍ୟରେ ରହିଛି। ଭାରତ ବିପକ୍ଷରେ ଏବେ ଦକ୍ଷିଣ ଆଫ୍ରିକା ତିଷ୍ଠି ରହିବା ପାଇଁ ସଂଘର୍ଷ କରିବା ଭଳି ମନେହେଉଛି।

ତେବେ ଦକ୍ଷିଣ ଆଫ୍ରିକା ଦଳରେ କାଗିସୋ ରାବାଡ଼ା, ଲୁନ୍‌ଗି ଏନ୍‌ଗିଡିଙ୍କ ଭଳି କ୍ୱାଲିଟି ପେସ୍‌ ବୋଲର ରହିଛନ୍ତି। କିନ୍ତୁ ଉଇକେଟକିପର ବ୍ୟାଟର କ୍ୱିଣ୍ଟନ ଡିକକ୍‌ ମାତ୍ର ୨୯ ବର୍ଷରେ ଟେଷ୍ଟ ଫର୍ମାଟରୁ ହଠାତ୍‌ ଅବସର ଘୋଷଣା କରିବା ଦଳ ପାଇଁ ସମସ୍ୟା ସୃଷ୍ଟି କରିଛି। ଦକ୍ଷିଣ ଆଫ୍ରିକାର ଏହି ଟ୍ରାନ୍‌ଜିଶନ ପିରିୟଡ ଦୀର୍ଘବର୍ଷ ଧରି ଚାଲି ଆସିଥିଲେ ମଧ୍ୟ ଏହା ଆଗକୁ ଜାରି ରହିବା ଭଳି ମନେହେଉଛି। ଡିକକ୍‌ଙ୍କ ଅନୁପସ୍ଥିତିରେ ୨୫ ବର୍ଷୀୟ ଉଇକେଟକିପର ବ୍ୟାଟର ରିଆନ ରିକ୍ଲେଟନ ଟେଷ୍ଟ ପଦାର୍ପଣର ସୁଯୋଗ ହାସଲ କରିବେ। ଘରୋଇ କ୍ରିକେଟରେ ବହୁତ ରନ୍‌ ସଂଗ୍ରହ କରିଥିଲେ ମଧ୍ୟ କୋକାବୁରା ରେଡ ବଲ୍‌ରେ ଯଶପ୍ରୀତ୍‌ ବୁମ୍‌ରା, ମହମ୍ମଦ ସାମିଙ୍କୁ ସମ୍ମୁଖୀନ ହେବାରେ ସମସ୍ୟାର ସମ୍ମୁଖୀନ ହେବେ। ପ୍ରଥମ ଟେଷ୍ଟ ଖେଳିବା ଅବସରରେ ହାମ୍‌ଷ୍ଟ୍ରିଙ୍ଗ୍‌ ଇଞ୍ଜୁରି କାରଣରୁ ବାଦ୍‌ ପଡିଥିବା ଦ୍ରୁତ ବୋଲର ଓ୍ବିଆନ ମୁଲ୍ଡରଙ୍କ ବଦଳରେ ଡୁଆନ ଓଲିଭର ଖେଳିବାର ସୁଯୋଗ ପାଇବେ। ଭାରତୀୟ ଅଭିଜ୍ଞ ବ୍ୟାଟିଂ ଲାଇନ୍‌ଅପ୍‌ ବିପକ୍ଷରେ ବୋଲିଂ କରିବା ତାଙ୍କ ପାଇଁ କଷ୍ଟକର ହେବ। ତେଣୁ ଭାରତ ପାଇଁ ସୁବିଧାଜନକ ସ୍ଥିତି ସୃଷ୍ଟି ହୋଇଛି ଓ କୋହଲି ଏହାର ଫାଇଦା ଉଠାଇବାକୁ ଚେଷ୍ଟା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri