Posted inଖେଳ

ଭାରତୀୟ ଦଳ ପ୍ରସ୍ତୁତ ରହିଛି: ମୁଖ୍ୟ କୋଚ୍‌

ବେଙ୍ଗାଲୁରୁ,୨୫ା୮: ଜାତୀୟ କ୍ୟାମ୍ପରେ ଟପ୍‌ ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ୱେ ଭାରତୀୟ ଫୁଟବଲ ଦଳ ଆଗାମୀ କାଫା ନେଶନ୍ସ କପ୍‌ ଲାଗି ପ୍ରସ୍ତୁତ ଥିବା ନୂଆ ମୁଖ୍ୟ କୋଚ୍‌ ଖାଲିଦ ଜମିଲ ସୋମବାର କହିଛନ୍ତି। ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଚାମ୍ପିୟନ ମୋହନ ବାଗାନ ସୁପର ଜାଏଣ୍ଟ କ୍ୟାମ୍ପ ଲାଗି ୭ ଖେଳାଳିଙ୍କୁ ଛାଡ଼ିବାକୁ ମନା କରି ଦେଇଛି। ଆଇଗର ଷ୍ଟିମାକଙ୍କଠାରୁ ଦାୟିତ୍ୱ ସମ୍ଭାଳିଥିବା ଜମିଲଙ୍କ ନେତୃତ୍ୱରେ କ୍ୟାମ୍ପରେ ୨୯ ଖେଳାଳି ଟ୍ରେନିଂ ନେଉଛନ୍ତି।

କ୍ଲବ କିଛି କାରଣରୁ ଖେଳାଳିଙ୍କୁ ଛାଡ଼ୁ ନାହାନ୍ତି। ଏଣୁ ଉପଲବ୍ଧ ଥିବା ଖେଳାଳିଙ୍କ ସହ କାମ କରିବାକୁ ପଡ଼ିବ। ଏହା ମୋ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। ଖେଳାଳିମାନେ ବି ମୋ ସହ ଅଛନ୍ତି। ମୋତେ ସେମାନଙ୍କ ସହ କାମ କରିବାରେ କୌଣସି ଅସୁବିଧା ହେଉ ନାହିଁ। ଏଣୁ ବର୍ତ୍ତମାନ ଆମର ଶ୍ରେଷ୍ଠ ପ୍ରଦର୍ଶନ କରିବାର ସମୟ। କିଛି ଖେଳାଳି ଉପଲବ୍ଧ ନାହାନ୍ତି। ଯେଉଁମାନେ ଫିଟ୍‌ ଅଛନ୍ତି, ସେମାନଙ୍କୁ ଚୟନ କରୁଛୁ।

ବର୍ତ୍ତମାନ କେବଳ ଟୁର୍ନାମେଣ୍ଟ ସମ୍ପର୍କରେ ଚିନ୍ତା କରାଯାଉଛି। ଖେଳାଳିଙ୍କୁ ମାନସିକ ସ୍ତରରେ ଦୃଢ଼ ହେବାକୁ ପଡ଼ିବ। ନିଜ ଉପରେ ବିଶ୍ୱାସ ରଖି ଖେଳିବାକୁ ପଡ଼ିବ। ଦଳରେ ଏବେ ବି ସନ୍ଦେଶ ଝିଙ୍ଗହାନ, ଗୁରପ୍ରୀତ ସାନ୍ଧୁ, ଅନଓ୍ବର ଅଲୀଙ୍କ ଭଳି ଖଳାଳି ଅଛନ୍ତି। ଭଲ ନୂଆ ଖେଳାଳି ବି ଅଛନ୍ତି। କ୍ୟାମ୍ପରେ ଆମ ଦଳ ଦୁର୍ବଳ ବୋଲି ମୁଁ କଦାପି ଅନୁଭବ କରୁନାହିଁ। ଦଳ ପ୍ରସ୍ତୁତ ଅଛି। ଟୁର୍ନାମେଣ୍ଟ ଆମକୁ ପରବର୍ତ୍ତୀ ୩ ମ୍ୟାଚ୍‌ ଲାଗି ଉପଯୁକ୍ତ ପ୍ରସ୍ତୁତି ଯୋଗାଇବ ବୋଲି ଖବରଦାତା ସମ୍ମିଳନୀରେ ମୁଖ୍ୟକୋଚ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri