Posted inଖେଳ

ରାଉଣ୍ଡ-୨ ପାଇଁ ଥାଇଲାଣ୍ଡରେ ଭାରତୀୟ ଦଳ

ବୁରିରାମ (ଥାଇଲାଣ୍ଡ), ୧୯।୯: ‘ସିଟି ଅଫ୍‌ ହାପିନେସ’ ଭାବେ ବିଶେଷ ପରିଚିତ ଥାଇଲାଣ୍ଡର ବୁରିରାମ ସହରରେ ଭାରତୀୟ ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ଦଳ ପହଞ୍ଚତ୍ଛି। ବ୍ୟାଙ୍କକଠାରୁ ପାଖାପାଖି ୪୦୦ କିଲୋମିଟର ଦୂରରେ ଅବସ୍ଥିତ ଏହି ସହରରେ ଭାରତୀୟ ଜୁନିୟର ମହିଳା ଦଳ ଏଏଫ୍‌ସି ୧୭ ବର୍ଷରୁ କମ୍‌ ଏସିଆନ କପ୍‌ କ୍ୱାଲିଫିକେଶନ ରାଉଣ୍ଡ-୨ ଖେଳିବ। ଗତ ଏପ୍ରିଲରେ ଭାରତୀୟ ମହିଳା ଦଳ ରାଉଣ୍ଡ-୧ରେ ଚମତ୍କାର ପ୍ରଦର୍ଶନ କରିବାପରେ ପ୍ରଥମଥର ପାଇଁ ରାଉଣ୍ଡ-୨ରେ ଖେଳିବାକୁ ଯାଉଛି। କିର୍ଗିଜ ରିପବ୍ଲିକର ବିଶକେକ୍‌ଠାରେ ୩ ଦଳ ବିଶିଷ୍ଟ ଗ୍ରୁପ୍‌ରେ ଭାରତ ୨ଟି ଯାକ ମ୍ୟାଚ ଜିତି ୬ ପଏଣ୍ଟ ପାଇଥିଲା। ସେଠାରେ ଭାରତୀୟ ଦଳ ଆୟୋଜକ କିର୍ଗିଜ ରିପବ୍ଲିକ୍‌ ଓ ମ୍ୟାନ୍‌ମାରକୁ ପରାସ୍ତ କରିଥିଲା। ରାଉଣ୍ଡ-୨ ପାଇଁ ଭାରତ ଗ୍ରୁପ୍‌ ‘ଏ’ରେ କୋରିଆ, ଇରାନ ଓ ଆୟୋଜକ ଥାଇଲାଣ୍ଡ ସହିତ ସ୍ଥାନ ପାଇଛି। ଏଥିରୁ ଶ୍ରେଷ୍ଠ ୨ଟି ଦଳ ୨୦୨୪ ଏପ୍ରିଲରେ ଇଣ୍ଡୋନେସିଆରେ ହେବାକୁଥିବା ଅନ୍ତିମ ଟୁର୍ନାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିବ।
ପ୍ରିୟା ପି.ଭି. ଭାରତୀୟ ଦଳର ମୁଖ୍ୟ କୋଚ୍‌ ଏବଂ ଓଡ଼ିଶାର ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ସହକାରୀ କୋଚ୍‌ ଅଛନ୍ତି। ଆଗାମୀ ଗୁରୁତ୍ୱପୂର୍ଣ୍ଣ ପ୍ରତିଯୋଗିତାରେ ଭାରତୀୟ ଦଳର ଭଲ ପ୍ରଦର୍ଶନ ନେଇ ଶ୍ରଦ୍ଧାଞ୍ଜଳି ଆଶାପ୍ରକାଶ କରିଥିବାବେଳେ ଏବେ କୋଚ୍‌ ପ୍ରିୟା ତାହାକୁ ଦୋହରାଇଛନ୍ତି। ନିକଟରେ ଏଆଇଏଫ୍‌ଏଫ୍‌ କୋଚ୍‌ ଅଫ୍‌ ଦି ଇୟର ବିବେଚିତ ହୋଇଥିବା ପ୍ରିୟା କହିଛନ୍ତି ଯେ, ଭାରତୀୟ ଦଳ ପାଇଁ ସାଫ୍‌ ପରେ ଏଏଫ୍‌ସି ୧୭ ବର୍ଷରୁ କମ୍‌ ମହିଳା ଏସିଆନ କପ୍‌ କ୍ୱାଲିଫାୟର୍ସ ଦ୍ୱିତୀୟ ବଡ଼ ଟୁର୍ନାମେଣ୍ଟ। ”ଆମ ପିଲାମାନେ ଭଲଭାବେ ପ୍ରସ୍ତୁତ ହୋଇଛନ୍ତି। ତେଣୁ ଆଗାମୀ ପ୍ରତିଯୋଗିତାର ପ୍ରତି ମ୍ୟାଚରେ ସେମାନଙ୍କ ଦକ୍ଷତା ଦେଖାଇବା ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ସେମାନେ କେବଳ ପଡ଼ିଆକୁ ଓହ୍ଲାଇବାକୁ ଅପେକ୍ଷା କରିଛନ୍ତି“। ଆଗାମୀ ଟୁର୍ନାମେଣ୍ଟ ଆମ ଖେଳାଳିଙ୍କ ପାଇଁ ନୂଆ ଅଭିଜ୍ଞତା ଓ ଚ୍ୟାଲେଞ୍ଜ ଆଣିବ। ଦ୍ୱିତୀୟ ରାଉଣ୍ଡରେ ଆମେ ପ୍ରଥମ ରାଉଣ୍ଡ ଅପେକ୍ଷା ଅଧିକ କଷ୍ଟସାଧ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କ ବିପକ୍ଷରେ ଖେଳିବାକୁ ଯାଉଛୁ। ତେବେ ଆମେ ସେଥିପାଇଁ ନିଜକୁ ଭଲଭାବେ ପ୍ରସ୍ତୁତ କରିଛୁ। ଗୋଆରେ ଆମେ ସ୍ଥାନୀୟ ବାଳକଙ୍କ ବିପକ୍ଷରେ ଅଭ୍ୟାସ ମ୍ୟାଚ ଖେଳିଛୁ। ଆଗାମୀ ମୁକାବିଲା ଯେତେ କଷ୍ଟସାଧ୍ୟ ହେଲେ ହେଁ ପିଲାମାନେ ଶ୍ରେଷ୍ଠ ପ୍ରଦର୍ଶନ ଦେବାନେଇ ଆଶା ରହିଛି। ଆମେ ନିଜକୁ ପ୍ରମାଣିତ କରିବାର ଅଛି“ ବୋଲି ପ୍ରିୟା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

ଏଠାରେ ପେଟ୍ରୋଲ ଦର ବିଶ୍ୱରେ ସବୁଠାରୁ ଅଧିକ; ଇରାନ ଯୁଦ୍ଧ ଯୋଗୁ ପରିସ୍ଥିତି ଆହୁରି ଖରାପ, ଜାଣନ୍ତୁ କାରଣ

ହଂକଂ,୫।୪: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀରେ ପରିବହନରେ ବାଧା ଯୋଗୁ ବିଶ୍ୱ ଶକ୍ତି ବଜାର ସମ୍ପୂର୍ଣ୍ଣ ଅସ୍ଥିର ହୋଇପଡ଼ିଛି। ଅଶୋଧିତ ତୈଳ ମୂଲ୍ୟ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର ମୋ’ ଯାତ୍ରାରେ…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

‘ଏହା କେବଳ ଟ୍ରେଲର ମାତ୍ର… ପିକ୍ଚର ଏବେବି ବାକି ଅଛି’, AAPକୁ ନେଇ ନୂଆ ଭିଡ଼ିଓ ଜାରି କଲେ ରାଘବ ଚଢା

ନୂଆଦିଲ୍ଲୀ,୫।୪: ରାଜ୍ୟ ସଭାରେ ଉପନେତା ପଦରୁ ତାଙ୍କୁ ହଟାଇବା ପରେ, ଆମ ଆଦମୀ ପାର୍ଟି (ଆପ) ନେତା ଏବଂ ରାଘବ ଚଢାଙ୍କ ମଧ୍ୟରେ ବାକ ଯୁଦ୍ଧ ତୀବ୍ର…

ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri