Posted inଖେଳ

ଅଷ୍ଟ୍ରେଲିଆ ବିପକ୍ଷ ୩ ଦିନିକିଆ ପାଇଁ ଭାରତୀୟ ଟିମ୍‌ ଘୋଷଣା: ରୋହିତ, ବିରାଟଙ୍କୁ ମିଳିଲା ନାହିଁ ସ୍ଥାନ

ମୁମ୍ବାଇ,୧୪।୯: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଭାରତ ‘ଏ’ ଟିମ୍‌ ଘୋଷଣା କରିଛି। ଏହି ସିରିଜ୍‌ରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ସ୍ଥାନ ମିଳିନାହିଁ। ମିଡ଼ିଆ ରିପୋର୍ଟ ଅନୁଯାୟୀ, ଉଭୟ ଷ୍ଟାର ଖେଳାଳି ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଭାରତ ‘ଏ’ ଟିମ୍‌ରେ ଖେଳି ନିଜକୁ ପ୍ରମାଣ କରିବାକୁ ଚାହୁଁଥିଲେ, କିନ୍ତୁ ବିସିସିଆଇ ସେମାନଙ୍କୁ ଦଳରେ ସାମିଲ କରିନଥିଲା।

ରୋହିତ ଶର୍ମା ଓ ବିରାଟ କୋହଲି ଟି-୨୦ ଓ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ ହେଁ, ଦିନିକିଆରେ ଏବେ ବି ଖେଳୁଛନ୍ତି। ରୋହିତ ଭାରତୀୟ ଦିନିକିଆ ଟିମ୍‌ର ଅଧିନାୟକ। ଉଭୟେ ବ୍ରୋଙ୍କୋ ଟେଷ୍ଟ ଓ ୟୋ-ୟୋ ଟେଷ୍ଟ ପାସ୍‌ କରିଛନ୍ତି ଏବଂ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ନେଟ୍‌ରେ କଠିନ ଅଭ୍ୟାସ କରୁଛନ୍ତି। ସେମାନେ ଅକ୍ଟୋବରରେ ଅଷ୍ଟ୍ରେଲିଆ ଗସ୍ତରେ ମୁଖ୍ୟ ଟିମ୍‌ରେ ଖେଳିବେ।

ଭାରତ ‘ଏ’ ଓ ଅଷ୍ଟ୍ରେଲିଆ ‘ଏ’ ମଧ୍ୟରେ ସିରିଜ୍‌ ୩୦ ସେପ୍ଟେମ୍ବରରୁ କାନପୁରରେ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ରେ ରଜତ ପାଟିଦାର ଓ ଦ୍ୱିତୀୟ ତଥା ତୃତୀୟ ମ୍ୟାଚ୍‌ରେ ତିଲକ ବର୍ମା ଅଧିନାୟକତ୍ୱ କରିବେ। ସିରିଜ୍‌ର ମ୍ୟାଚ୍‌ଗୁଡ଼ିକ ୩୦ ସେପ୍ଟେମ୍ବର, ୩ ଅକ୍ଟୋବର ଓ ୫ ଅକ୍ଟୋବର କାନପୁରରେ ଖେଳାଯିବ।

ପ୍ରଥମ ମ୍ୟାଚ୍‌ ପାଇଁ ଭାରତ ‘ଏ’ ସ୍କ୍ୱାଡ୍‌:
ରଜତ ପାଟିଦାର (ଅଧିନାୟକ), ପ୍ରଭସିମରନ ସିଂହ (ୱିକେଟକିପର), ରିୟାନ୍‌ ପରାଗ, ଆୟୁଷ ବଡୋନୀ, ସୂର୍ଯ୍ୟାଂଶ ଶେଡ଼ଗେ, ବିପରଜ ନିଗମ, ନିଶାନ୍ତ ସିନ୍ଧୁ, ଗୁରଜାପନୀତ ସିଂହ, ଯୁଦ୍ଧବୀର ସିଂହ, ରବି ବିଶ୍ନୋଇ, ଅଭିଷେକ ପୋରେଲ (ୱିକେଟକିପର), ପ୍ରିୟାଂଶ ଆର୍ଯ୍ୟ, ସିମରଜିତ ସିଂହ।

ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍‌ ପାଇଁ ସ୍କ୍ୱାଡ୍‌:
ତିଲକ ବର୍ମା (ଅଧିନାୟକ), ରଜତ ପାଟିଦାର (ଉପଅଧିନାୟକ), ଅଭିଷେକ ଶର୍ମା, ପ୍ରଭସିମରନ ସିଂହ (ୱିକେଟକିପର), ରିୟାନ୍‌ ପରାଗ, ଆୟୁଷ ବଡୋନୀ, ସୂର୍ଯ୍ୟାଂଶ ଶେଡ଼ଗେ, ବିପରଜ ନିଗମ, ନିଶାନ୍ତ ସିନ୍ଧୁ, ଗୁରଜାପନୀତ ସିଂହ, ଯୁଦ୍ଧବୀର ସିଂହ, ରବି ବିଶ୍ନୋଇ, ଅଭିଷେକ ପୋରେଲ (ୱିକେଟକିପର), ହର୍ଷିତ ରାଣା, ଅର୍ଶଦୀପ ସିଂହ।


Enter your email to get our daily news in your inbox.

All Right Reserved By Dharitri.Com

ଗୌତମ ଗମ୍ଭୀର ହାଏ ହାଏ ସ୍ଲୋଗାନ ଶୁଣି ଏମିତି ପ୍ରତିକ୍ରିୟା ଦେଲେ ବିରାଟ କୋହଲି: Video ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଇନ୍ଦୋର,୨୦।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ ଶେଷ ହୋଇଛି। ନ୍ୟୁଜିଲାଣ୍ଡ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ୧-୨ରେ ଜିତିଛି। ସିରିଜର ତୃତୀୟ...

ହଠାତ କାହିଁକି ଅବସର ନେଲେ ଭାରତୀୟ ଅଲିମ୍ପିକ୍ସ ପଦକ ବିଜୟିନୀ ସାଇନା ନେହୱାଲ? ନିଜେ କହିଲେ ଏହାର ଅସଲ କାରଣ

ନୂଆଦିଲ୍ଲୀ,୨୦।୧: ଭାରତର ଷ୍ଟାର ସଟଲର୍‌ ଏବଂ ଅଲିମ୍ପିକ ପଦକ ବିଜେତା ସାଇନା ନେହୱାଲ ତାଙ୍କର ଅବସର ଘୋଷଣା କରିଛନ୍ତି। ଆଘାତ ଯୋଗୁ ଗତ ଦୁଇ ବର୍ଷ...

କୁଲି, ମୂଲିଆଙ୍କ ଦେଶ

ପାଖାପାଖି ୧୫୦ କୋଟି ଲୋକସଂଖ୍ୟା ବିଶିଷ୍ଟ ଭାରତରେ ଯୁବଶକ୍ତିର କେତେ ବେରୋଜଗାର ଅଛନ୍ତି ତାହାର ବାସ୍ତବ ସଂଖ୍ୟା ଜାଣିବା ଅସମ୍ଭବ। ଏଇଥିପାଇଁ ଅସମ୍ଭବ କୁହାଯାଉଛି ଯେ,...

ତାର୍କିକ ଅସଙ୍ଗତି ତାଲିକାରେ ଥିବା ଲୋକଙ୍କ ନାଁ ପ୍ରକାଶ କର

ନୂଆଦିଲ୍ଲୀ,୨୦ା୧(ପି.ଟି.): ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଯେଉଁମାନଙ୍କ ନାମ ତାର୍କିକ ଅସଙ୍ଗତି ତାଲିକାରେ ରହିଛି, ସେଗୁଡ଼ିକୁ ଗ୍ରାମପଞ୍ଚାୟତ ଭବନ, ବ୍ଲକ୍‌...

ନଏଡ଼ା ସିଇଓ ବହିଷ୍କୃତ

ଲକ୍ଷ୍ନୌ,୨୦ା୧(ପି.ଟି.): ନଏଡ଼ା ସେକ୍ଟର ୧୫୦ସ୍ଥିତ ଏକ ନିର୍ମାଣ ସ୍ଥଳରେ ଜଳଭର୍ତ୍ତି ଗର୍ତ୍ତ ମଧ୍ୟକୁ କାର୍‌ ଖସି ୨୭ ବର୍ଷୀୟ ସଫ୍ଟଓ୍ବେର ଇଞ୍ଜିନିୟରଙ୍କ ମୃତ୍ୟୁ ଘଟଣାରେ ନଏଡ଼ା...

କଳଙ୍କ, କନ୍ଦଳରୁ କେବେ ମୁକୁଳିବ କଂଗ୍ରେସ

ଭୁବନେଶ୍ୱର, ୨୦|୧ (ରବିନାରାୟଣ ଜେନା):  ରାଜ୍ୟରେ ଗୋଟିଏ ପରେ ଗୋଟିଏ ସାଧାରଣ ନିର୍ବାଚନ, ରାଜ୍ୟ ସଭା ନିର୍ବାଚନ, ଉପନିର୍ବାଚନ ଓ ଅନ୍ୟାନ୍ୟ ନିର୍ବାଚନ ଯାଉଛି ଏବଂ...

ଦ୍ରୁତ ହ୍ରାସ ପାଉଛି ଚାଇନା ଜନସଂଖ୍ୟା

ବେଜିଂ,୨୦ା୧(ପି.ଟି.): ୨୦୨୫ରେ ଚାଇନାରେ ଜନ୍ମହାର ୧୦ ବର୍ଷ ପୂର୍ବ ତୁଳନାରେ ୧୦ ନିୟୁତ ହ୍ରାସ ପାଇଥିବାବେଳେ କ୍ରମାଗତ ଚତୁର୍ଥ ବର୍ଷ ପାଇଁ ଜନସଂଖ୍ୟା ହ୍ରାସ ପାଇଛି।...

ଭୁବନେଶ୍ବର ଏକ ନମ୍ବର ହାଟରେ ବଡ଼ ଧରଣର ଅଗ୍ନିକାଣ୍ଡ, ୪୦ ଦୋକାନ ଘର ପୋଡି ଧ୍ବଂସ

ଭୁବନେଶ୍ବର, ୨୦|୧ : ଭୁବନେଶ୍ବର ଏକ ନମ୍ବର ହାଟରେ ବଡ଼ ଧରଣର ଅଗ୍ନିକାଣ୍ଡ । ରାତି ଅଧରେ ହୁତୁହୁତୁ ହୋଇ ଜଳିଲା ହାଟ । ପ୍ରାୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri