Categories: ଖେଳ

ଇଣ୍ଡିଆନ ସୁପରଲିଗ୍‌ ସିନିୟର ଦଳରେ ୫ ଜୁନିୟର ଚୁକ୍ତିବଦ୍ଧ

ଭୁବନେଶ୍ୱର, ୩୦।୭(କ୍ରୀଡ଼ା ପ୍ରତିନିଧି)- ଗତବର୍ଷ ୧୮ ବର୍ଷରୁ କମ୍‌ ଦଳରେ ଥିବା ୫ ଖେଳାଳିଙ୍କୁ ଓଡ଼ିଶା ଏଫସି ଏଥର ସିନିୟର ଦଳପାଇଁ ଚୁକ୍ତିବଦ୍ଧ କରିଛି। ହିରୋ ଏଲିଟ୍‌ ଲିଗ୍‌ରେ ପ୍ରଭାବୀ ପ୍ରଦର୍ଶନ କରି ସିନିୟର ଦଳରେ ପେସାଦାର କ୍ୟାରିୟର ଆରମ୍ଭ କରିବାକୁ ସୁଯୋଗ ପାଇଥିବା ଏହି ଖେଳାଳିମାନେ ହେଲେ ଡିଫେଣ୍ଡର ଜୋନ୍ସ ଲାଲଥାକିମା(ଗତ ସିଜନର ଅଧିନାୟକ), ରୋନାଲ୍ଡୋ ଓ୍ବାରୋକପାମ୍‌, ମିଡ୍‌ଫିଲ୍ଡର ନିଶ୍ଚୟ ଅଧିକାରୀ, ଫରଓ୍ବାର୍ଡ ରିଷବ ଦୋବ୍ରିଆଲ ଓ ଅକ୍ଷୁନ୍ନ ତ୍ୟାଗୀ। ଇଣ୍ଡିଆନ ସୁପରଲିଗ୍‌(ଆଇଏସଏଲ)ର ୭ମ ସଂସ୍କରଣ ଏମାନଙ୍କ ପାଇଁ ସୁଯୋଗ ଆଣିବ।
୧୮ ବର୍ଷରୁ କମ୍‌ ଦଳର ଖେଳାଳିମାନେ ସେମାନଙ୍କ ପ୍ରଦର୍ଶନ ମାଧ୍ୟମରେ ସିନିୟର ଦଳକୁ ଆସିଥିବାରୁ ମୁଁ ବହୁତ ଖୁସି। ଏମାନଙ୍କୁ ଚିହ୍ନଟ କରିଥିବା ୧୮ ବର୍ଷରୁ କମ୍‌ କୋଚିଂ ଓ ସ୍କାଉଟିଂ ଟିମ୍‌ ଧନ୍ୟବାଦର ପାତ୍ର। ଖେଳାଳି ମାନଙ୍କୁ ମଧ୍ୟ ପ୍ରଶଂସା କରିବାକୁ ପଡ଼ିବ। କାରଣ ସେମାନେ କଠିନ ପରିଶ୍ରମ କରିଥିବାରୁ ଏଠାରେ ପହଞ୍ଚତ୍ ପାରିଛନ୍ତି। ସିନିୟର ଦଳରେ ସେମାନେ ସେହି ନିଷ୍ଠା ଜାରି ରଖିବା ଆଶା ରହିଛି ବୋଲି ଓଡ଼ିଶା ଏଫସି ସଭାପତି ରୋହନ ଶର୍ମା ପ୍ରକାଶ କରିଛନ୍ତି। ଯୁବ ଦଳର ୫ ଖେଳାଳି ପେସାଦାର ଫୁଟବଲ ଖେଳିବାକୁ ଯୋଗ୍ୟ ହୋଇଥିବାରୁ ମୋତେ ବହୁତ ଖୁସି ଲାଗୁଛି। ସେମାନେ ନିଜ ଦକ୍ଷତା ପ୍ରଦର୍ଶନ କରି ହିରୋ ଏଲିଟ୍‌ ଲିଗ୍‌ର ଫାଇନାଲରେ ଦଳକୁ ପ୍ରବେଶ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଆଗକୁ ତାଙ୍କ ପାଇଁ କଠିନ ସମୟ ଆସୁଛି ବୋଲି ୟୁଥ୍‌ ଟିମ୍‌ କୋଚ୍‌ ସନ୍ଦିପ ଆଲହାନ କହିଛନ୍ତି। ”୧୮ ବର୍ଷରୁ କମ୍‌ ଦଳର କୋଚ୍‌ ଏବଂ ସପୋର୍ଟ ଷ୍ଟାଫ୍‌ କଠିନ ପରିଶ୍ରମ କରୁଥିବା ଏଥିରୁ ପ୍ରମାଣ ମିଳୁଛି। ବର୍ଷ ବର୍ଷ ଧରି କ୍ଲବ ମ୍ୟାନେଜମେଣ୍ଟ ୟୁଥ୍‌ ସେଟ୍‌ଅପ୍‌କୁ ସମର୍ଥନ କରି ଆସୁଛନ୍ତି। ଗତବର୍ଷ ଆଇଏସଏଲର ଶେଷ ଭାଗ କ୍ଲବ ପାଇଁ ଭଲ ରହି ନ ଥିଲା। ମାତ୍ର ଏଥର ଦଳ ଭଲ କରିବା ନେଇ ଆଶା ରହିଛି। ସିନିୟର ଦଳରେ ଭାଗ ନେଇପାରି ନ ଥିବା ଖେଳାଳିମାନେ ନିରାଶ ହେବା ଉଚିତ ନୁହେଁ। ସେମାନଙ୍କ ପାଇଁ ଅନ୍ୟ ଦ୍ୱାର ନିଶ୍ଚିତ ଖୋଲା ରହିବ। ଆଗାମୀ ସିଜନ ସମସ୍ତଙ୍କ ପାଇଁ ସ୍ମରଣୀୟ ହେବା ଆଶା“ ବୋଲି ଫୁଟବଲ ଡେଭ୍‌ଲପ୍‌ମେଣ୍ଟ ମୁଖ୍ୟ ଆକାଶ ନରୁଲା ପ୍ରକାଶ କରିଛନ୍ତି।

Share