Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ଗୋଆକୁ ପ୍ଲେ ଅଫ୍‌ ଟିକେଟ, ହାଇଦ୍ରାବାଦ୍‌ ଆଉଟ୍‌

ମାର୍ଗାଓ,୧।୩: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଚଳିତ ସେସନରେ ଏଫ୍‌ସି ଗୋଆ ପ୍ଲେ ଅଫ୍‌ରେ ପ୍ରବେଶ କରିଛି। ଅନ୍ୟପଟେ ହାଇଦ୍ରାବାଦ୍‌ ଏଫ୍‌ସିକୁ ଟୁର୍ନାମେଣ୍ଟରୁ ବିଦାୟ ନେବାକୁ ପଡିଛି। ସ୍ଥାନୀୟ ଫଟୋର୍ଡା ଷ୍ଟାଡିୟମ୍‌ରେ ରବିବାର ଗୋଆ ଓ ହାଇଦ୍ରାବାଦ ପରସ୍ପରକୁ ଭେଟିଥିଲେ। ପ୍ଲେ ଅଫ୍‌ରେ ସ୍ଥାନ ହାସଲ ପାଇଁ ଗୋଆ ୧ ପଏଣ୍ଟ ଆବଶ୍ୟକ କରୁଥିବା ବେଳେ ଅତିକମ୍‌ରେ ମ୍ୟାଚ୍‌ ଡ୍ର ରଖିବା ଜରୁରୀ ଥିଲା। ଅନ୍ୟପଟେ ହାଇଦ୍ରାବାଦ୍‌କୁ ବିଜୟ ସହ ୩ ପଏଣ୍ଟ ଆବଶ୍ୟକ ହେଉଥିଲା। କିନ୍ତୁ ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା ଓ ଉଭୟ ଦଳ ଗୋଟିଏ ଲେଖାଏ ପଏଣ୍ଟ ହାସଲ କରିଥିଲେ।
ଗୋଆ ମୋଟ ଉପରେ ୨୦ଟି ମ୍ୟାଚ୍‌ ଖେଳି ୭ ବିଜୟ, ୧୦ ଡ୍ର, ୩ ପରାଜୟ ସହ ୩୧ ପଏଣ୍ଟ ହାସଲ କରି ତାଲିକାର ଚତୁର୍ଥ ସ୍ଥାନରେ ରହି ପ୍ଲେ ଅଫ୍‌ରେ ସ୍ଥାନ ପକ୍କା କରିଛି। କୋଚ୍‌ ଜୁଆନ ଫର୍ନାଣ୍ଡୋଙ୍କ ଗୋଆ କ୍ରମାଗତ ୧୩ଟି ମ୍ୟାଚ୍‌ରେ ଅପରାଜେୟ ରହି ଆଇଏସ୍‌ଏଲ୍‌ରେ ନୂଆ ରେକର୍ଡ କରିଛି। ଅନ୍ୟପଟେ ହାଇଦ୍ରାବାଦ ୨୦ଟି ମ୍ୟାଚ୍‌ ଖେଳି ୬ ବିଜୟ, ୧୧ ଡ୍ର ଓ ୩ ପରାଜୟ ସହ ୨୯ ପଏଣ୍ଟ ପାଇ ତାଲିକାର ପଞ୍ଚମ ସ୍ଥାନରେ ରହି ଅଭିଯାନ ଶେଷ କରିଛି। ଏଥିସହ ଗୋଆ କ୍ରମାଗତ ଚତୁର୍ଥ ଥର ପାଇଁ ସେମି ଫାଇନାଲରେ ପ୍ରବେଶ କରିଛି। ହାଇଦ୍ରାବାଦର ପ୍ରଦର୍ଶନ ଏହି ମ୍ୟାଚ୍‌ରେ ଉଚ୍ଚକୋଟୀର ରହିଥିଲେ ମଧ୍ୟ ଗୋଆକୁ ରୋକିବାରେ ସକ୍ଷମ ହୋଇପାରିନାହିଁ।
ହାଇଦ୍ରାବାଦ ମଧ୍ୟ କ୍ରମାଗତ ୧୨ଟି ମ୍ୟାଚ୍‌ରେ ଅପରାଜେୟ ରହିଛି। ତେବେ ହାଇଦ୍ରାବାଦ୍‌କୁ ପଞ୍ଚମ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡିଛି। ହାଇଦ୍ରାବାଦ ଦଳରେ କେତେଜଣ ତାରକା ଖେଳାଳି ନ ଥିଲେ। ଦଳ ପାଇଁ ନିୟମିତ ଭାବେ ସ୍କୋର କରୁଥିବା ଆରିଡେନ୍‌ ସାଣ୍ଟାନା ଓ ଚିଙ୍ଗ୍‌ଲେନସାନା ଏହି ମ୍ୟାଚ୍‌ରେ ଅନୁପସ୍ଥିତ ଥିଲେ। ଉଭୟ ଦଳ ଏକାଧିକ ସୁଯୋଗ ହାସଲ କରିଥିଲେ ମଧ୍ୟ ଗୋଲ ଦେଇପାରି ନ ଥିଲେ। ବଲ୍‌ ପଜେଶନ, ପାସ୍‌ ଓ ପାସ୍‌ ଆକ୍ୟୁରେସିରେ ଗୋଆ ହାଇଦ୍ରାବାଦ୍‌ଠାରୁ ଆଗରେ ଥିଲା ଓ ପ୍ରଭାବ ବିସ୍ତାର କରି ଖେଳିଥିଲା। ୮୪ତମ ମିନିଟ୍‌ରେ ହାଇଦ୍ରାବାଦ ଗୋଲ ସ୍କୋର କରିବାର ଏକ ବଡ଼ ସୁଯୋଗ ପାଇଥିଲା। ଗୋଆର ଡିଫେନ୍ସକୁ ଭେଦ କରିବାରେ ହାଇଦ୍ରାବାଦ ବିଫଳ ହୋଇଥିଲା। ଗୋଆ ପ୍ଲେ ଅଫ୍‌ରେ ସ୍ଥାନ ହାସଲ କରିଥିବାରୁ କୋଚ୍‌ ଜୁଆନ ଫର୍ନାଣ୍ଡୋ ଖୁସି ଜାହିର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri