Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ମୁମ୍ବାଇ ସିଟି- ନର୍ଥ ଇଷ୍ଟ ୟୁନାଟେଡ୍‌ ମୁକାବିଲା

ଭାସ୍କୋ,୨୧।୧୧(ପି.ଟି.): ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଦ୍ୱିତୀୟ ମ୍ୟାଚରେ ମୁମ୍ବାଇ ସିଟି ଓ ନର୍ଥ ଇଷ୍ଟ ୟୁନାଇଟେଡ ପରସ୍ପରକୁ ଭେଟିବେ। ଶନିବାର ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଜିତି ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି।
ମୁମ୍ବାଇ ଦଳରେ ଏଥର ୧୯ଜଣ ନୂଆ ଖେଳାଳି ସାମିଲ ହୋଇଛନ୍ତି। ସ୍ପାନିଶ୍‌ କୋଚ୍‌ ସର୍ଗିଓ ଲୋବେରାଙ୍କ ତତ୍ତ୍ୱାବଧାନରେ ଏଥର ସଂସ୍କରଣରେ ଦମ୍‌ଦାର ପ୍ରଦର୍ଶନ କରି ମୁମ୍ବାଇ ପ୍ରଥମ ଆଇଏସ୍‌ଏଲ୍‌ ଟାଇଟଲ ହାସଲ ଲକ୍ଷ୍ୟେ ର ରହିଛି। ମୁମ୍ବାଇ ପୂର୍ବରୁ କେବେବି ଏହି ଟୁର୍ନାମେଣ୍ଟରେ ଚାମ୍ପିୟନ ହୋଇପାରି ନାହିଁ। ନୂଆ କୋଚ୍‌ ଲୋବେରାଙ୍କ ତତ୍ତ୍ୱାବଧାନରେ ମୁମ୍ବାଇର ଭାଗ୍ୟ ବଦଳିବ ବୋଲି ଆଶା କରାଯାଉଛି। ପୂର୍ବରୁ ଲୋବେରା ଏଫ୍‌ସି ଗୋଆକୁ ୨୦୧୯ରେ ସୁପର କପ୍‌ ଚାମ୍ପିୟନ କରାଇଥିଲେ। ଆକ୍ରମଣାତ୍ମକ ଫୁଟବଲ ଉପରେ ଲୋବେରା ଗୁରୁତ୍ୱ ଦେଇଛନ୍ତି। ଏ ନେଇ ସେ ପ୍ରି- ସେସନ ମିଡିଆ ମିଟ୍‌ରେ ସ୍ପଷ୍ଟ କରିଛନ୍ତି। ଆକ୍ରମଣାତ୍ମକ ଓ ରକ୍ଷଣାତ୍ମକ ଖେଳ ମଧ୍ୟରେ ଦଳ ସନ୍ତୁଳନ ରକ୍ଷା କରିବା ଉଚିତ୍‌ ବୋଲି ସେ କହିଛନ୍ତି। ଆକ୍ରମଣାତ୍ମକ ଫୁଟବଲ ଖେଳିବା ଅଧିକ ଗୁରୁତ୍ୱପୂର୍ଣ୍ଣ। ତେବେ ଫୁଟବଲରେ ଆଟାକ ଓ ଡିଫେନ୍ସ, ଉଭୟର ସନ୍ତୁଳନ ଆବଶ୍ୟକ ଲୋବେରା କହିଛନ୍ତି। ମୁମ୍ବାଇ ଦଳରେ ଦୁଇଜଣ ଭଲ ଷ୍ଟ୍ରାଇକର ବାର୍ଥୋଲୋମିୟୁ ଓଗବେଚେ ଓ ଆଡାମ ଲି ଫୋନ୍ଦ୍ରେ ରହିଛନ୍ତି। ପ୍ରତିପକ୍ଷ ଦଳ ପାଇଁ ଏହି ଦୁଇ ଷ୍ଟ୍ରାଇକ ନିର୍ଣ୍ଣାୟକ ସାବ୍ୟସ୍ତ ହେବେ। ଦଳରେ ଅହମେଦ ଜାହୋଉ, ଇଂଲଣ୍ଡ ଜନ୍ମିତ ଜାପାନୀ ଖେଳାଳି ସି ଗୋଡାର୍ଡ ମଧ୍ୟ ସାମିଲ ହୋଇଛନ୍ତି। କାଉଣ୍ଟର ଆଟାକ ଉପରେ ଅଧିକ ଗୁରୁତ୍ୱ ଦେବୁ ବୋଲି ମୁମ୍ବାଇ ଗୋଲକିପର ଅମରିନ୍ଦର ସିଂ କହିଛନ୍ତି। ଦଳରେ ଫାରୁକ ଚୌଧୁରୀ, ହୁଗୋ ବୌମୋସ, ହେର୍ନାନ ସାଣ୍ଟାନ, ରେନିଏର ଫର୍ନାଣ୍ଡିଜ, ରୋଲିନ ବୋର୍ଗେସ ଓ ପ୍ରାଞ୍ଜଳ ଭୂମିଜ ଓ ଅନ୍ୟମାନେ ରହିଛନ୍ତି। ଫଳରେ ଲୋବେରାଙ୍କ ନିକଟରେ ଏକାଧିକ ବିକଳ୍ପ ରହିଛି। ମନ୍ଦାର ରାଓ ଦେଶାଇ ସାମିଲ ହେବା ପରେ ଦଳର ଡିଫେନ୍ସ ଆହୁରି ଶକ୍ତିଶାଳୀ ହୋଇଛି। ସାର୍ଥକ ଗୁଲଉଇ, ସେନେଗାଲର ମୌର୍ଟାଡା ଫଲ୍‌ ଓ ମହମ୍ମଦ ରାକିପ ଆଟାକିଂ ଲାଇନ- ଅପ୍‌କୁ ଆହୁରି ଦୃଢ କରିବେ।
ଅପରପକ୍ଷରେ ନୂଆ କୋଚ୍‌ ଗେରାର୍ଡ ନୁସ୍‌ଙ୍କ ତତ୍ତ୍ୱାବଧାନରେ ନର୍ଥଇଷ୍ଟ ୟୁନାଇଟେଡ ଏକ ନୂଆ ଆରମ୍ଭ ଲକ୍ଷ୍ୟରେ ରହିଛି। ଗତ ସଂସ୍କରଣରେ ନର୍ଥଇଷ୍ଟ ଭଲ ପ୍ରଦର୍ଶନ କରିପାରି ନ ଥିଲା। ଦଳରେ ସାମିଲ ଥିବା ବିଦେଶୀ ଖେଳାଳିମାନେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି। ପୂର୍ବତନ ଆଣ୍ଡେରଲେଚ୍‌ ଓ କୁଇନ୍ସ ପାର୍କ ରେଞ୍ଜର୍ସ ଷ୍ଟ୍ରାଇକର ଇଡ୍ରିସା ସିଲା ଓ ପୂର୍ବତନ ଘାନା ଅନ୍ତର୍ଜାତୀୟ ଖେଳାଳି କ୍ୱୋସି ଆପାଇଆଙ୍କ ଉପରେ ଦଳ ନିର୍ଭରଶୀଳ ହେବ। ଷ୍ଟାଡିୟମରେ ଦର୍ଶକଙ୍କ ଅନୁପସ୍ଥିତି ସତ୍ତ୍ୱେ ଏହି ମ୍ୟାଚ୍‌ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।
ସ୍ଥାନ: ତିଳକ ମଇଦାନ ଷ୍ଟାଡିୟମ, ଭାସ୍କୋ ଡା ଗାମା (ଗୋଆ)
ସମୟ: ସନ୍ଧ୍ୟା ୭.୩୦
ପ୍ରସାରଣ: ଷ୍ଟାର ସ୍ପୋଟର୍‌ସ ନେଟ୍‌ଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଯୋଗୁ ହଠାତ୍‌ ସ୍ଥଗିତ ରହିଲା ୨ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌

ଢାକା,୩୦।୧୨: ଆଜି ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ ଯୋଗୁ ବାଂଲାଦେଶ କ୍ରିକେଟ ବୋର୍ଡ ମଙ୍ଗଳବାର, ଡିସେମ୍ବର ୩୦, ୨୦୨୫ରେ ହେବାକୁ ଥିବା ଉଭୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri