Categories: ଖେଳ

ଇଣ୍ଡିଆନ ସୁପର ଲିଗ୍‌: ଓଡ଼ିଶା- ହାଇଦ୍ରାବାଦ ମ୍ୟାଚ୍‌ ଡ୍ର

ମାର୍ଗାଓ,୧୯।୧: ଇଣ୍ଡିଆନ ସୁପର ଲିଗ (ଆଇଏସ୍‌ଏଲ୍‌)ରେ ଓଡ଼ିଶା ଏଫ୍‌ସି ଆଉ ଏକ ମ୍ୟାଚ୍‌ ଡ୍ର ରଖିଛି। ସ୍ଥାନୀୟ ଫାଟୋର୍ଡା ଷ୍ଟାଡିୟମରେ ମଙ୍ଗଳବାର ଓଡ଼ିଶା ଓ ହାଇଦ୍ରାବାଦ ଏଫ୍‌ସି ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ ୧-୧ ଗୋଲରେ ଅମୀମାଂସିତ ରହିଛି। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍‌ରେ ଲେଫ୍ଟ ଓ୍ବିଙ୍ଗର ହାଲିଚରଣ ନାର୍ଜାରୀ ୧୩ ତମ ମିନିଟ୍‌ରେ ଗୋଲ ଦେଇ ହାଇଦ୍ରାବାଦକୁ ଅଗ୍ରଣୀ କରାଇଥିଲେ। ତେବେ ଦ୍ୱିତୀୟାର୍ଦ୍ଧରେ ଓଡ଼ିଶା ତରଫରୁ ଦକ୍ଷିଣ ଆଫ୍ରିକା ସେଣ୍ଟ୍ରାଲ ମିଡ୍‌ଫିଲ୍ଡର କୋଲ ଆଲେକଜାଣ୍ଡାର ୫୧ତମ ମିନିଟ୍‌ରେ ଗୋଲ ଦେଇ ମ୍ୟାଚ୍‌କୁ ୧-୧ ସମାନସ୍ତରକୁ ଆଣିଥିଲେ। ଏହାପରେ ଉଭୟ ଦଳ ପ୍ରଭାବ ବିସ୍ତାର କରି ଖେଳିବାକୁ ପ୍ରୟାସ କରିଥିଲେ ମଧ୍ୟ ଗୋଲ ହୋଇପାରି ନ ଥିଲା। ଫଳରେ ମ୍ୟାଚ୍‌ ଡ୍ର ରହିଥିଲା। ଏଥିସହ ଓଡ଼ିଶା ୧୨ ମ୍ୟାଚ୍‌ ଖେଳି ୧ ବିଜୟ, ୪ ଡ୍ର ଓ ୭ ପରାଜୟ ସହ ୭ ପଏଣ୍ଟ ପାଇ ତାଲିକାର ଏକାଦଶ ତଥା ସିର୍ବନିମ୍ନ ସ୍ଥାନରେ ରହିଛି। ଅନ୍ୟପଟେ ହାଇଦ୍ରାବାଦ ୧୨ ମ୍ୟାଚ୍‌ ଖେଳି ୪ ବିଜୟ, ୫ ଡ୍ର ଓ ୩ ପରାଜୟ ସହ ୧୭ ପଏଣ୍ଟ ପାଇ ତାଲିକାର ଚତୁର୍ଥ ସ୍ଥାନରେ ରହିଛି।

Share