Posted inଖେଳ

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା: ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୨୨।୧୦: ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ଅଷ୍ଟ୍ରେଲିଆ ଗସ୍ତ ପାଇଁ ୧୫ ଜଣିଆ ଇଣ୍ଡିଆ ଏ ଦଳ ଘୋଷଣା କରିଛି। ଭାରତ-ଏ ଏବଂ ଅଷ୍ଟ୍ରେଲିଆ-ଏ ମଧ୍ୟରେ ଦୁଇଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳାଯିବ। ଏହି ସିରିଜ ପାଇଁ ଭାରତ-ଏର ଦାୟିତ୍ୱ ଋତୁରାଜ ଗାଇକ୍ୱାଡଙ୍କୁ ଦିଆଯାଇଛି। ସୂଚନାଯୋଗ୍ୟ ଯେ, ଭାରତ-ଏ ମଧ୍ୟ ଏହି ଗସ୍ତରେ ବରିଷ୍ଠ ପୁରୁଷ ଭାରତୀୟ ଦଳ ବିପକ୍ଷରେ ଏକ ମ୍ୟାଚ ଖେଳିବ।

ଭାରତ-ଏ ଏବଂ ଅଷ୍ଟ୍ରେଲିଆ-ଏ ମଧ୍ୟରେ ଖେଳାଯିବାକୁ ଥିବା ଦୁଇଟି ପ୍ରଥମ ଶ୍ରେଣୀ ମ୍ୟାଚ ଅକ୍ଟୋବର ୩୧ରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ ନଭେମ୍ବର ୩ ପର୍ଯ୍ୟନ୍ତ ଖେଳାଯିବ। ଏହା ବ୍ୟତୀତ ସିରିଜର ଦ୍ୱିତୀୟ ମ୍ୟାଚ ୭ ରୁ ୧୦ ନଭେମ୍ବର ମଧ୍ୟରେ ଅନୁଷ୍ଠିତ ହେବ। ପ୍ରଥମ ମ୍ୟାଚ ମ୍ୟାକେରେ ଏବଂ ଦ୍ୱିତୀୟଟି ମେଲବୋର୍ନରେ ଖେଳାଯିବ। ଅଷ୍ଟ୍ରେଲିଆ-ଏ ବିପକ୍ଷରେ ଦୁଇଟି ମ୍ୟାଚ ଖେଳିବା ପରେ ଇଣ୍ଡିଆ-ଏ ଦଳ ନଭେମ୍ବର ୧୫ରୁ ପର୍ଥରେ ଭାରତୀୟ ସିନିୟର ପୁରୁଷ ଦଳ ବିପକ୍ଷରେ ତିନି ଦିନିଆ ଇଣ୍ଟ୍ରା-ସ୍କ୍ବାଡ ମ୍ୟାଚ ଖେଳିବ।

କିଛି ଦିନ ପାଇଁ ଟିମ ଇଣ୍ଡିଆରୁ ବାହାରିଥିବା ଉଇକେଟ କିପର ବ୍ୟାଟ୍ସମ୍ୟାନ ଇଶାନ କିଶାନ ମଧ୍ୟ ଇଣ୍ଡିଆ ଏ ଟୁର୍‌ ପାଇଁ ଅନ୍ତର୍ଭୁକ୍ତ ହୋଇଛନ୍ତି। ଏହା ବ୍ୟତୀତ ଅଭିମନ୍ୟୁ ଇଶ୍ୱରନ୍‌ଙ୍କୁ ଦଳର ଉପ-ଅଧିନାୟକ କରାଯାଇଛି। ଏହା ବ୍ୟତୀତ ଅନେକ ଷ୍ଟାର ଖେଳାଳିଙ୍କୁ ଦଳରେ ସୁଯୋଗ ଦିଆଯାଇଛି।

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତ ଏକ ଦଳ

ରୁତୁରାଜ ଗାଇକୱାଡ (ଅଧିନାୟକ), ଅଭିମନ୍ୟୁ ଇଶ୍ୱରନ୍‌ (ଉପ-ଅଧିନାୟକ), ସାଇ ସୁଦର୍ଶନ, ନୀତୀଶ କୁମାର ରେଡ୍ଡୀ, ଦେବଦତ୍ତ ପାଡିକଲ, ରିକି ଭୁଇ, ବାବା ଇନ୍ଦ୍ରଜିତ, ଇଶାନ କିଶନ (ଡବ୍ଲୁ.କେ), ଅଭିଷେକ ପୋରେଲ (ଡବ୍ଲୁ.କେ), ମୁକେଶ କୁମାର, ଖଲିଲ ଅହମ୍ମଦ , ନବଦୀପ ସଇନି, ମାନଭ ସୂତାର, ତନୁଶ କୋଟିଆନ,

ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫି ଇଣ୍ଡିଆ ଏ’ର ଅଷ୍ଟ୍ରେଲିଆ ଗସ୍ତ ଶେଷ ହେବାର କିଛି ଦିନ ପରେ ଆରମ୍ଭ ହେବ। ଏଥର ଭାରତ ଏବଂ ଅଷ୍ଟ୍ରେଲିଆର ଦଳ ବର୍ଡର-ଗାଭାସ୍କର ଟ୍ରଫିରେ ମୋଟ ୫ଟି ଟେଷ୍ଟ ମ୍ୟାଚ ଖେଳିବେ। ସିରିଜର ପ୍ରଥମ ଟେଷ୍ଟ ନଭେମ୍ବର୨୨ରୁ ପର୍ଥରେ ଖେଳାଯିବ। ସିରିଜର ଶେଷ ମ୍ୟାଚ ୩ ରୁ ୭ ଜାନୁଆରୀ ମଧ୍ୟରେ ସିଡନୀରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri