Posted inUncategorized

ନୂତନ ଗ୍ରହ ଆବିଷ୍କାର କଲେ ବୈଜ୍ଞାନିକ: ପୃଥିବୀଠାରୁ ୫ ଗୁଣା ବଡ଼

ଅହମଦାବାଦ, ୨୮।୧୦:ଭାରତ ସରକାରଙ୍କ ମହାକାଶ ବିଭାଗ ଅଧୀନ ଅହମଦାବାଦସ୍ଥିତ ଫିଜିକାଲ ରିସର୍ଚ୍ଚ ଲାବରେଟୋରି(ପିଆର୍‌ଏଲ୍‌)ର ବୈଜ୍ଞାନିକମାନେ ସୋମବାର ବାହ୍ୟ ଗ୍ରହ ବିଜ୍ଞାନ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଆବିଷ୍କାରର ଘୋଷଣା କରିଛନ୍ତି। ବୈଜ୍ଞାନିକମାନେ ଏକ ଘନ ଶନି ଗ୍ରହ ଆକାରର ଏକ୍ସୋପ୍ଲାନେଟ୍‌(ସୌରମଣ୍ଡଳ ବାହ୍ୟ ଗ୍ରହ) ‘ଟିଓଆଇ-୬୬୫୧ବି’ର ଆବିଷ୍କାର କରିଛନ୍ତି, ଯାହା ସୂର୍ଯ୍ୟଙ୍କ ବଦଳରେ ତାରାକୁ ପରିକ୍ରମା କରୁଛି। ଉନ୍ନତ ପାରସ-୨ ସ୍ପେକ୍ଟ୍ରୋଗାଫ ଉପକରଣକୁ ବ୍ୟବହାର କରି ବୈଜ୍ଞାନିକମାନେ ଏହି ନୂତନ ଗ୍ରହକୁ ଚିହ୍ନଟ କରିଛନ୍ତି। ପିଆର୍‌ଏଲ୍‌ ବୈଜ୍ଞାନିକଙ୍କ ଦ୍ୱାରା ଆବିଷ୍କୃତ ହୋଇଥିବା ଏହା ହେଉଛି ଚତୁର୍ଥ ଏକ୍ସୋପ୍ଲାନେଟ, ଯାହା ବିଶ୍ୱ ମହାକାଶ ଗବେଷଣାରେ ଭାରତର ବଢ଼ୁଥିବା ଅବଦାନକୁ ଦର୍ଶାଉଛି। ‘ଟିଓଆଇ-୬୬୫୧ବି’ ହେଉଛି ଏକ ଅନନ୍ୟ ଗ୍ରହ, ଯାହାର ଓଜନ ପୃଥିବୀର ପ୍ରାୟ ୬୦ ଗୁଣା ହୋଇଥିବାବେଳେ ଏହାର ପରିଧି ପୃଥିବୀଠାରୁ ପ୍ରାୟ ୫ ଗୁଣା ଅଧିକ। ଏହି ଗ୍ରହ ଆବିଷ୍କାର ହୋଇଥିବା ସ୍ଥାନକୁ ବୈଜ୍ଞାନିକମାନେ ନେପଟୁନିଆନ୍‌ ମରୁଭୂମି ବୋଲି କହିଛନ୍ତି। ତେବେ ସେଠାରେ ‘ଟିଓଆଇ-୬୬୫୧ବି’ ଆକାରର କ୍ୱଚିତ ଗ୍ରହ ଦେଖିବାକୁ ମିଳିଥାଏ।
‘ଟିଓଆଇ-୬୬୫୧ବି’ ଆବିଷ୍କାର ଗ୍ରହ ଗଠନ ଏବଂ ବିବର୍ତ୍ତନ ଉପରେ ନୂତନ ତଥ୍ୟ ପ୍ରଦାନ କରିଛି। ନେପଟୁନିଆନ୍‌ ମରୁଭୂମି ଏକ ରହସ୍ୟମୟ କ୍ଷେତ୍ର, ଯେଉଁଠାରେ ‘ଟିଓଆଇ-୬୬୫୧ବି’ ଆକାରର ଖୁବ୍‌ ଅଳ୍ପ ଗ୍ରହ ବିଦ୍ୟମାନ। ତେଣୁ ସେଠାରେ ‘ଟିଓଆଇ-୬୬୫୧ବି’ ଆକାରର କାହିଁକି ଦେଖାଯାଆନ୍ତି ନାହିଁ ସେନେଇ ଏହି ଆବିଷ୍କାର ସୁଯୋଗ ପ୍ରଦାନ କରିବ। ଏହି ଗ୍ରହ ସୂର୍ଯ୍ୟଙ୍କ ବଦଳରେ ‘ଟିଓଆଇ-୬୬୫୧’ ତାରାର ପ୍ରତି ୫.୦୬ ଦିନ ଚକ୍ରରେ ପରିକ୍ରମା କରିଥାଏ। ତେଣୁ ଏହାର ଏକ ବର୍ଷ ପୃଥିବୀର ଏକ ମାସଠାରୁ ବି କମ୍‌ ହୋଇଥାଏ। ଟିଓଆଇ-୬୬୫୧ ତାରା ଏକ ପ୍ରକାରର ସବ୍‌ ଜିଆଣ୍ଟ, ଯାହା ସୂର୍ଯ୍ୟଙ୍କଠାରୁ ସାମାନ୍ୟ ବଡ଼ ଓ ଗରମ ହୋଇଥାଏ। ଏହାର ଭୂପୃଷ୍ଠ ତାପମାତ୍ରା ପ୍ରାୟ ୫୯୪୦କେ ହୋଇଥିବା ବୈଜ୍ଞାନିକମାନେ କହିଛନ୍ତି।
ତେବେ ପିଆର୍‌ଏଲ୍‌ ବୈଜ୍ଞାନିକଙ୍କ ଦ୍ୱାରା କରାଯାଇଥିବା ଉକ୍ତ ଅଧ୍ୟୟନର ସବୁଠାରୁ ମୁଖ୍ୟ ଆକର୍ଷଣ ହେଉଛି ‘ଟିଓଆଇ-୬୬୫୧ବି’ ଗ୍ରହର ଗଠନ ଏବଂ ରଚନା ସମ୍ବନ୍ଧୀୟ ତଥ୍ୟ। ଏହି ଗ୍ରହର ଉଚ୍ଚ ସାନ୍ଦ୍ରତା ସୂଚାଉଛି, ଏହାର ୮୭% ଓଜନ ପଥର ଏବଂ ଲୁହା ସମୃଦ୍ଧ ସାମଗ୍ରୀକୁ ନେଇ ଗଠିତ। ସେହିପରି ଅବଶିଷ୍ଟ ଓଜନ ହାଇଡ୍ରୋଜେନ୍‌ ଏବଂ ହିଲିୟମର ହାଲୁକା ଆବରଣ ଦ୍ୱାରା ଗଠିତ। ‘ଟିଓଆଇ-୬୬୫୧ବି’ ଗ୍ରହର ଆବିଷ୍କାର ଗ୍ରହ ଗଠନ ସମ୍ବନ୍ଧୀୟ ସମ୍ପ୍ରତି ବିଦ୍ୟମାନ ଥିବା ଥିଓରିକୁ ଚ୍ୟାଲେଞ୍ଜ କରିବା ସହ ଏହିପରି ବୃହତ୍‌ ଗ୍ରହଗୁଡ଼ିକ କିପରି ବିକଶିତ ହୁଏ, ସେନେଇ ନୂତନ ପ୍ରଶ୍ନ ସୃଷ୍ଟି କରିଛି। ଏହି ଅଧ୍ୟୟନ ଦ୍ୱାରା ଗ୍ରହ ପ୍ରଣାଳୀ ଗଠନ କରି ପାରୁଥିବା ଜଟିଳ ଗତିଶୀଳତା ବିଷୟରେ ନୂତନ ଜ୍ଞାନ ଆରୋହଣ କରିହେବ ବୋଲି ‘ଟିଓଆଇ-୬୬୫୧ବି’ କୁ ନିକଟରୁ ଭଲ ଭାବେ ଅଧ୍ୟୟନ କରିଥିବା ବୈଜ୍ଞାନିକମାନେ ଆଶା କରିଛନ୍ତି। ଏପରି ହେଲେ ମହାକାଶ କ୍ଷେତ୍ରରେ ଭାରତକୁ ଏକ ମହତ୍ତ୍ୱପୂର୍ଣ୍ଣ ସଫଳତା ମିଳିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?