ଦଶ’ରା, ଦୀପାବଳିରେ ଘରକୁ ଯିବାକୁ ଚାହୁଁଥିଲେ ଖୁସିଖବର, ସ୍ପେଶାଲ ଟ୍ରେନ୍‌କୁ ନେଇ ରେଲେଓ଼୍ବର ବଡ଼ ଘୋଷଣା

ନୂଆଦିଲ୍‌ଲୀ,୪।୯: ନିଜ ଘରଠାରୁ ଦୂରରେ ଦିଲ୍ଲୀ, ମୁମ୍ୱାଇ, ଚଣ୍ଡିଗଡ଼ ଏବଂ ଅନ୍ୟାନ୍ୟ ବଡ଼ ବଡ଼ ସହରରେ ରହୁଥିବା ଲୋକଙ୍କ ପାଇଁ ଖୁସି ଖବର। ଦଶହରା, ଦୀପାବଳି ଏବଂ ଛଠ ପୂଜା ସମୟରେ ବହୁ ସଂଖ୍ୟାରେ ଲୋକ ନିଜ ନିଜ ଗାଁ ଓ ଘରକୁ ଫେରିଥାନ୍ତି। ଏଭଳି ସ୍ଥିତିରେ ଟ୍ରେନଗୁଡ଼ିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳେ। ଯାତ୍ରୀମାନଙ୍କ ବଢ଼ୁଥିବା ସଂଖ୍ୟାକୁ ଦୃଷ୍ଟିରେ ରଖି ଉତ୍ତର ରେଳପଥ ପକ୍ଷରୁ ଅନେକ ସ୍ପେଶାଲ ଟ୍ରେନ ଚଳାଚଳ କରିବାକୁ ଘୋଷଣା କରାଯାଇଛି। ଏହି ଟ୍ରେନଗୁଡ଼ିକ ଦିଲ୍ଲୀ, ପାଟନା, ବାରାଣସୀ, ଚଣ୍ଡିଗଡ଼, ଅଯୋଧ୍ୟା ଏବଂ ଫିରୋଜପୁର ଭଳି ସହରଗୁଡ଼ିକୁ ସଂଯୋଗ କରିବ। ଗୁରୁବାର ବିଳମ୍ୱିତ ସଂଧ୍ୟାରେ ଉତ୍ତର ରେଳ ମୁଖ୍ୟାଳୟ ପକ୍ଷରୁ ଏହି ଟ୍ରେନଗୁଡ଼ିକୁ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଟ୍ରେନ ଟିକେଟ ବୁକିଂ ୬୦ ଦିନ ପୂର୍ୱରୁ ଆରମ୍ଭ ହୋଇଯାଏ। ତେଣୁ ପର୍ୱପର୍ୱାଣି ସମୟରେ ଦିଲ୍ଲୀ, ମୁମ୍ୱାଇ ଏବଂ ବିହାର ଯାଉଥିବା ଅନେକ ନିୟମିତ ଟ୍ରେନରେ ବର୍ତ୍ତମାନଠାରୁ ହିଁ ଲମ୍ୱା ୱେଟିଂ ଲିଷ୍ଟ ଦେଖିବାକୁ ମିଳୁଛି। ଯାତ୍ରୀମାନେ ଯେପରି ଯାତ୍ରା ପାଇଁ ଅଧିକ ବିକଳ୍ପ ପାଇପାରିବେ, ସେଥିପାଇଁ ଅକ୍ଟୋବର ଓ ନଭେମ୍ୱର ମାସ ମଧ୍ୟରେ ସ୍ପେଶାଲ ଟ୍ରେନ ଚଳାଇବାକୁ ପ୍ରସ୍ତୁତି କରାଯାଇଛି। ଏହାଦ୍ୱାରା ନିୟମିତ ଟ୍ରେନରେ କନଫର୍ମ ଟିକେଟ ପାଇ ନ ଥିବା ଲୋକଙ୍କୁ ବଡ଼ ଆଶ୍ୱସ୍ତି ମିଳିପାରିବ। ଆସନ୍ତୁ ଜାଣିବା ଏହି ସ୍ପେଶାଲ ଟ୍ରେନଗୁଡ଼ିକ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ:

ବାରାଣସୀ-ଦିଲ୍ଲୀ ଏବଂ ଅଯୋଧ୍ୟା କ୍ୟାଣ୍ଟ-ଆନନ୍ଦ ବିହାର ଟ୍ରେନ:
ବାରାଣସୀ-ଦିଲ୍ଲୀ ସ୍ପେଶାଲ (୦୪୨୦୯):ପ୍ରତି ସୋମବାର, ବୁଧବାର ଏବଂ ଶୁକ୍ରବାର ରାତି ୧୦:୧୫ ରେ ବାରାଣସୀରୁ ଛାଡ଼ି ପରଦିନ ଅପରାହ୍ନ ୧:୪୫ ରେ ଦିଲ୍ଲୀ ପହଞ୍ଚିବ।
ଫେରନ୍ତା ଟ୍ରେନ (୦୪୨୧୦): ପ୍ରତି ମଙ୍ଗଳବାର, ଗୁରୁବାର ଏବଂ ଶନିବାର ସନ୍ଧ୍ୟା ୬:୫୦ ରେ ଦିଲ୍ଲୀରୁ ଛାଡ଼ି ପରଦିନ ସକାଳ ୯:୫୦ ରେ ବାରାଣସୀରେ ପହଞ୍ଚିବ। ଏହି ସେବା ୨ ଅକ୍ଟୋବରରୁ ୨୯ ନଭେମ୍ୱର ପର୍ଯ୍ୟନ୍ତ ଚାଲିବ।
ଅଯୋଧ୍ୟା କ୍ୟାଣ୍ଟ-ଆନନ୍ଦ ବିହାର ସ୍ପେଶାଲ (୦୪୨୧୩): ପ୍ରତି ଗୁରୁବାର ଏବଂ ରବିବାର ସନ୍ଧ୍ୟା ୬:୨୦ ରେ ଅଯୋଧ୍ୟା କ୍ୟାଣ୍ଟରୁ ଛାଡ଼ି ପରଦିନ ସକାଳ ୬:୧୦ ରେ ଆନନ୍ଦ ବିହାର ପହଞ୍ଚିବ।
ଫେରନ୍ତା ଟ୍ରେନ (୦୪୨୧୪): ପ୍ରତି ଶୁକ୍ରବାର ଏବଂ ସୋମବାର ସକାଳ ୯:୦୦ ରେ ଆନନ୍ଦ ବିହାରରୁ ବାହାରି ରାତି ୧୦:୦୦ ରେ ଅଯୋଧ୍ୟା କ୍ୟାଣ୍ଟ ପହଞ୍ଚିବ। ଏହା ୧ ଅକ୍ଟୋବରରୁ ୩୦ ନଭେମ୍ୱର ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ।

ପାର୍ୱଣ ଋତୁରେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ଯାତ୍ରୀମାନଙ୍କୁ ଏହି ଟ୍ରେନଗୁଡ଼ିକ ମାଧ୍ୟମରେ ଟିକେଟ ବୁକିଂ ପାଇଁ ଅଧିକ ସୁବିଧା ମିଳିପାରିବ। ତେବେ ଯାତ୍ରା ପୂର୍ୱରୁ ଯାତ୍ରୀମାନେ ରେଳବାଇର ଅଫିସିଆଲ ସୂଚନା ନିଶ୍ଚୟ ଯାଞ୍ଚ କରିନେବା ଉଚିତ, କାରଣ ସମୟସାରଣୀରେ ପରିବର୍ତ୍ତନ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ହ୍ବାଟ୍ସଆପ୍ ହ୍ୟାକ୍

ଭୁବନେଶ୍ବର,୪।୯: ବିରୋଧୀ ଦଳ ଉପନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଫୋନ୍ / ହ୍ୱାଟ୍ସଆପ୍ ହ୍ୟାକ୍ ହୋଇଯାଇଛି। ସୋସିଆଲ ମିଡିଆରେ ଆଚାର୍ଯ୍ୟ ଏ ନେଇ ଜଣାଇଛନ୍ତି।…

ଭକ୍ତିରେ ବୁଡିଲେ ବିରାଟ କୋହଲି, ଜନ୍ମାଷ୍ଟମୀରେ…

ନୂଆଦିଲ୍ଲୀ,୪।୯: ଜନ୍ମାଷ୍ଟମୀ ଅବସରରେ, ବିରାଟ କୋହଲିଙ୍କୁ ମଧ୍ୟ ଭକ୍ତିର ଭାବନାରେ ବୁଡ଼ ପକାଇଥିବାର ଦେଖାଯାଇଥିଲା। ସେ ପ୍ରଶଂସକମାନଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ, ‘କିଙ୍ଗ କୋହଲି’…

ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବଳିଦାନ ଦିବସରେ ହିନ୍ଦୁଧର୍ମର ଉଦାରତା ଉପରେ ଆଲୋକପାତ

ପାଟଣା,୪ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶୁକ୍ରବାର କୃଷ୍ଣ ଜନ୍ମାଷ୍ଟମୀ, ବିଶ୍ୱ ହିନ୍ଦୁ ପରିଷଦ ପ୍ରତିଷ୍ଠା ଦିବସ ଓ ଲକ୍ଷ୍ମଣାନନ୍ଦ…

‘ବସ-ଉଠ’ ହେଲେ ଅଭିଷେକ ଶର୍ମା, ଜନ୍ମଦିନରେ ସ୍ବତନ୍ତ୍ର ଭିଡିଓ ଶେୟାର କରି…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟର ଅଭିଷେକ ଶର୍ମା ଆଜି ତାଙ୍କର ୨୬ତମ ଜନ୍ମଦିନ ପାଳନ କରୁଛନ୍ତି। ୪ ସେପ୍ଟେମ୍ବର ୨୦୦୦ରେ ଜନ୍ମଗ୍ରହଣ କରିଥିବା ଅଭିଷେକ ଟି-୨୦ ଦଳର ଜଣେ…

ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା ଅନ୍ତର୍ଜାତୀୟ ବିମାନ ବନ୍ଦର! ଯାତ୍ରୀ ହନ୍ତସନ୍ତ

ନୂଆଦିଲ୍ଲୀ,୪।୯: ଶୁକ୍ରବାର, ସେପ୍ଟେମ୍ବର ୪ ଅପରାହ୍ନରେ ଆରମ୍ଭ ହୋଇଥିବା ବର୍ଷା ପରେ ଜାତୀୟ ରାଜଧାନୀ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ବାହାରେ ପାଣି ଜମି ରହିବା…

ଜନ୍ମାଷ୍ଟମୀରେ ମହାସଂଯୋଗ କରିବ ମନି ମେକର୍‌, ୯ଟି ରାଶି ହେବ ଧନବାନ!

ଚଳିତ ବର୍ଷ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ୱ କେବଳ ଧାର୍ମିକ ଦୃଷ୍ଟିକୋଣରୁ ନୁହେଁ, ବରଂ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମଧ୍ୟ ଅତ୍ୟନ୍ତ ବିରଳ ଏବଂ ଶୁଭଙ୍କର। ୪ ସେପ୍ଟେମ୍ୱର…

କାହିଁକି ସ୍ବୟଂବର କରିଥିଲେ ରାଖୀ ସାୱନ୍ତ? ଖୋଲିଦେଲେ ଅସଲ କାରଣ, କହିଲେ-ବିବାହ ପାଇଁ ନୁହେଁ ବରଂ…

ମୁମ୍ବାଇ: ବଲିଉଡର ‘ଡ୍ରାମା କ୍ୱିନ’ ଭାବେ ପରିଚିତ ରାଖୀ ସାୱନ୍ତ ପୁଣିଥରେ ଚର୍ଚ୍ଚାରେ। ୨୦୦୯ରେ ତାଙ୍କ ସ୍ବୟଂବର ରିଆଲିଟି ଶୋ’ ଟେଲିଭିଜନରେ ଖୁବ ଚର୍ଚ୍ଚିତ ହୋଇଥିଲା। ସେତେବେଳେ…

କୋରାପୁଟ ଜିଲାର ୮୮,୨୮୯ ଚାଷୀଙ୍କୁ ୧୭.୮୮ କୋଟିର ସିଏମ୍‌-କିଷାନ ସହାୟତା

କୋରାପୁଟ, ୪।୯ (ଅମିତାଭ ବେହେରା): ରବି ଋତୁରେ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ସିଏମ୍‌-କିଷାନ ଯୋଜନାର ୫ମ କିସ୍ତି ଶୁକ୍ରବାର ପ୍ରଦାନ କରାଯାଇଛି। ଭୁବନେଶ୍ୱରସ୍ଥିତ ଓୟୁଏଟିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri