କଭରେଜ ସମୟରେ ଭାରତୀୟ ଫଟୋ ଜର୍ନାଲିଷ୍ଟଙ୍କୁ ହତ୍ୟା

କାବୁଲ,୧୬ ।୭:ଆଫଗାନିସ୍ତାନର କାନ୍ଧାର ଅଞ୍ଚଳରେ ଭାରତୀୟ ଫଟୋ ଜର୍ନାଲିଷ୍ଟ ଦାନିଶ ସିଦ୍ଦିକିଙ୍କୁ ହତ୍ୟା କରାଯାଇଛି । ଆଫଗାନିସ୍ତାନର ରାଜଦୂତ ଫରିଦ ମମୁଂଡଜେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଦାନିଶ ଆଫାଗାନ ସୁରକ୍ଷା ବଳଙ୍କ ସହ ଏକ ରିପୋର୍ଟିଂ ଆସାଇନମଣ୍ଟ କରୁଥିବା ବେଳେ ତାଙ୍କୁ ହତ୍ୟା କରାଯାଇଛି । ଟୁଇଟ୍ କରି ସେ ଏହି ସୂଚନା ଦେବା ସହ ଦାନିଶଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଟୋଲୋ ନ୍ୟୁଜ ଚ୍ୟାନେଲର ସୂଚନା ଅନୁଯାୟୀ ଦାନିଶଙ୍କ ହତ୍ୟା କାନ୍ଧାରର ସ୍ପିନ ବୋଲ୍ଟ ଜିଲାରେ କରାଯାଇଛି । ହେଲେ ଏ ସମ୍ପର୍କରେ ନ୍ୟୁଜ ଚ୍ୟାନେଲ ପକ୍ଷରୁ କିଛି ବିସ୍ତ୍ରୁତ ସୂଚନା ଦିଆଯାଇନାହିଁ । ସୂଚନାଯୋଗ୍ୟ, ୨୦୦୧୮ରେ ଦାନିଶଙ୍କୁ ପୁଲିତ୍‌ଜର ପୁରସ୍କାର ମିଳିଥିଲା । ରୋହିଙ୍ଗ୍ୟା ମାମଲାରେ ତାଙ୍କୁ ଏହି ସମ୍ମାନ ଦିଆଯାଇଥିଲା । ପ୍ରଥମେ ସେ ତାଙ୍କ କ୍ୟାରିୟର ଏକ ଟିଭି ଜର୍ନାଲିଷ୍ଟରୁ ଆରମ୍ଭ କାରିଥିଲେ ବି ପରେ ସେ ଫଟୋ ଜର୍ନାଲିଷ୍ଟ ଭାବେ କାମ କରିଥିଲେ ।

Share