Posted inଖେଳ

‘ମୁଁ ହୋଟେଲ ରୁମ୍‌ରେ କାନ୍ଦୁଥିଲି, ବିରାଟ ଭାଇ ଆସିଥିଲେ ଏବଂ…’; ସିରାଜ କହିଲେ ମନକଥା

ନୂଆଦିଲ୍ଲୀ,୧୨।୫: ଉପରକୁ ସହଜ ନଜର ଆସୁଥିଲେ ହେଁ ଖେଳାଳିଙ୍କ ଜୀବନ ସେତେଟା ସହଜ ନୁହେଁ। ଶୀର୍ଷସ୍ତରୀୟ ଖେଳାଳି ହେବାକୁ ହେଲେ କଠିନ ପରିଶ୍ରମଠାରୁ ଆରମ୍ଭ କରି ମାନସିକସ୍ତରରେ ସେମାନଙ୍କୁ ସୁଦୃଢ଼ ହେବାକୁ ପଡ଼ିଥାଏ। ସେଭଳି ଜଣେ ହେଉଛନ୍ତି ଭାରତୀୟ କ୍ରିକେଟର ମହମ୍ମଦ ସିରାଜ। ନିଜ ପ୍ରଚେଷ୍ଟା ବଳରେ ଏହି ଯୁବ ଦ୍ରୁତ ବୋଲର ଜାତୀୟ ଟିମ୍‌ରେ ନିଜର ସ୍ଥାନ ପକ୍କା କରିଛନ୍ତି। ଅଷ୍ଟ୍ରେଲିଆ ଗସ୍ତ ବେଳେ ଏକ ସମୟ ଏପରି ଥିଲା, ଯାହା ତାଙ୍କୁ ଭାଙ୍ଗି ଦେଇଥିଲା। କାରଣ ସେତେବେଳେ ସିରାଜଙ୍କ ବାପାଙ୍କ ପରଲୋକ ଘଟିଥିଲା। ଏଭଳି ସମୟରେ ମଇଦାନକୁ ଓହ୍ଲାଇବାକୁ ହେଲେ ମାନସିକ ଭାବେ ମଜଭୂତ ହେବାର ଆବଶ୍ୟକତା ଥିଲା। ବିରାଟ କୋହଲି ଏଭଳି କଠିନ ସମୟରେ ଅଧିନାୟକ ଭାବେ ନୁହେଁ ବରଂ ବଡ଼ ଭାଇର ଭୂମିକା ନିର୍ବାହ କରିଥିଲେ।

ଗତ ଅଷ୍ଟ୍ରେଲିଆ ଗସ୍ତ ସମୟରେ ଅନେକ ଭାରତୀୟ ଖେଳାଳି ଆହତ ହୋଇଥିଲେ। ଫଳରେ ସିରାଜଙ୍କୁ ଦଳରେ ସ୍ଥାନ ମିଳିଥିଲା। ସେ ମଇଦାନକୁ ଓହ୍ଲାଇ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ହେଲେ ବିଦେଶରେ ପହଞ୍ଚିବା ପରେ ହିଁ ଭାରତରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିବା ଖବର ମିଳିଥିଲା। ହେଲେ ପରିବାରଲୋକେ ସେଠାରେ ରହି ଦେଶ ପାଇଁ ଖେଳିବାକୁ କହିଥିଲେ।

ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ବିରାଟ ଅଷ୍ଟ୍ରେଲିଆରେ ଥିଲେ। ସିରାଜଙ୍କ ବାପାଙ୍କ ପରଲୋକ କଥା ଶୁଣି ସେ କ୍ରିକେଟରଙ୍କ ପାଖକୁ ଯାଇ ଖୁବ୍‌ ଜୋର୍‌ରେ ଆଲିଙ୍ଗନ କରିଥିଲେ। ବ୍ୟସ୍ତ ହୁଅ ନାହିଁ। ମୁଁ ତୁମ ସହ ଅଛି ବୋଲି କହିଥିଲେ। ଏହି ଶବ୍ଦ ବହୁତ ସାହସ ଦେଇଥିଲା। ଏହାଛଡ଼ା ବିରାଟଙ୍କ ପାଇଁ ତାଙ୍କ କ୍ୟାରିୟର ବୋଲି ସେ କୁହନ୍ତି।

କେବଳ ବିରାଟ ନୁହନ୍ତି ରବି ଶାସ୍ତ୍ରୀ ମଧ୍ୟ ସିରାଜଙ୍କୁ ସବୁବେଳେ ଦଳର ଚାମ୍ପିୟନ ବୋଲର ବୋଲି କୁହନ୍ତି। କଠିନ ପରିସ୍ଥିତିରେ କିଭଳି ବୋଲିଂ କରିବାକୁ ହେବ ସେ ନେଇ ପ୍ରଶିକ୍ଷଣ ଦେଇଥାନ୍ତି ବୋଲି କ୍ରିକେଟର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri