Posted inଜାତୀୟ

ମାଲବାହୀ ଜାହାଜ ଅପହରଣ ଉଦ୍ୟମକୁ ପଣ୍ଡ କଲା ଭାରତୀୟ ନୌସେନା…

ନୂଆଦିଲ୍ଲୀ,୧୬।୧୨: ଭାରତୀୟ ନୌସେନା ମାଲ୍ଟା ଫ୍ଲାଗ ଲାଗିଥିବା ଏକ ମାଲ ପରିବହନ ଜାହାଜକୁ ଆରବ ସାଗରରେ ଅପହରଣରୁ ରକ୍ଷା କରିଛି। ସୂଚନା ପାଇବା ପରେ ନୌସେନା ତୁରନ୍ତ ପଦକ୍ଷେପ ନେଇ ଏହାର ଗୋଟିଏ ସର୍ଭେଲାନ୍ସ ବିମାନ ଏବଂ ଯୁଦ୍ଧ ଜାହାଜ ପଠାଇଥିଲା। ମାଲ୍ଟା ଜାହାଜ ଉପରେ ନିରନ୍ତର ନଜର ରଖାଯାଇଥିଲା। ବର୍ତ୍ତମାନ ମାଲ୍ଟାର ଏହି ମାଲବାହୀ ଜାହାଜ ସୁରକ୍ଷିତ ଭାବେ ସୋମାଲିଆ ଉପକୂଳରେ ପହଞ୍ଚିଛି।

ମାଲ୍ଟା ଜାହାଜକୁ ସାହାଯ୍ୟ କରିବା ପାଇଁ ଆଡେନ ଗଲ୍ଫରେ ନିୟୋଜିତ ଡକାୟତି ବିରୋଧୀ ପାଟ୍ରୋଲିଂ ଯୁଦ୍ଧ ଜାହାଜ ଭାରତୀୟ ନୌସେନା ପଠାଇଥିଲା।

ଭାରତୀୟ ନୌସେନା କହିଛି ମାଲ୍ଟାର ମାଲ ପରିବହନ ଜାହାଜରେ ୧୮ ଜଣ କ୍ରୁ ସଦସ୍ୟ ଅଛନ୍ତି। କ୍ରୁ ସଦସ୍ୟମାନେ ୟୂକେଏମଟିଓ ପୋର୍ଟାଲରେ ୧୪ ଡିସେମ୍ବର ୨୦୨୩ରେ ଏକ ବାର୍ତ୍ତା ପଠାଇଥିଲେ ଯେ ୬ ଜଣ ଅଜ୍ଞାତ ବ୍ୟକ୍ତି ଜାହାଜ ନିକଟକୁ ଆସୁଛନ୍ତି। ଏହି ସୂଚନା ଉପରେ ତୁରନ୍ତ କାର୍ଯ୍ୟ କରି ଭାରତୀୟ ନୌସେନା ମାଲ୍ଟା ଜାହାଜକୁ ସାହାଯ୍ୟ କରିବା ପାଇଁ ଏହାର ସର୍ଭେଲାନ୍ସ ବିମାନ ପଠାଇଥିଲା। ନୌସେନାର ଜଣେ ଅଧିକାରୀ କହିଛନ୍ତି ଯେ ଏହି ଅଞ୍ଚଳର ଅନ୍ୟ ଏଜେନ୍ସିଗୁଡ଼ିକ ସହ ସମନ୍ବୟ ରକ୍ଷା କରି ସମଗ୍ର ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖାଯାଉଛି। ଅଧିକାରୀ କହିଛନ୍ତି ଭାରତୀୟ ନୌସେନା ଅନ୍ତର୍ଜାତୀୟ ଭାଗିଦାରୀ ତଥା ବନ୍ଧୁତ୍ୱପୂର୍ଣ୍ଣ ଦେଶ ସହିତ ଏହି ଅଞ୍ଚଳରେ ସହାୟତା ଯୋଗାଇବା ଏବଂ ବାଣିଜି୍ୟକ ଜାହାଜର ସୁରକ୍ଷା ନିଶ୍ଚିତ କରିବାକୁ ପ୍ରତିଶ୍ରୁତିବଦ୍ଧ।

ସୂଚନାଯୋଗ୍ୟ, ବ୍ରିଟିଶ ସରକାର ଜାହାଜଗୁଡ଼ିକୁ ଆରବ ସାଗରରେ ସୋମାଲିଆ ନିକଟକୁ ଯିବାବେଳେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ବାସ୍ତବରେ, ଡକାୟତମାନଙ୍କର ଅନେକ ଗ୍ୟାଙ୍ଗ ଏହି କ୍ଷେତ୍ରରେ ସକ୍ରିୟ ଅଛନ୍ତି। ଜାହାଜଗୁଡିକ ସତର୍କ ରହି ତୁରନ୍ତ କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ସମ୍ପର୍କରେ ରିପୋର୍ଟ କରିବାକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡବଲ ମର୍ଡର : ସ୍ତ୍ରୀ ସହ ପ୍ରେମିକଙ୍କୁ ଗୁଳି କରିଦେଲେ ସ୍ବାମୀ, ସମ୍ପୂର୍ଣ୍ଣ ଘଟଣା ଜାଣିଲେ ଥରିଉଠିବ ଛାତି

ଗାଜିଆବାଦ,୨୪।୩: ଗାଜିଆବାଦର ଟ୍ରୋନିକା ସିଟି ପୋଲିସ ଷ୍ଟେଶନ ଅଞ୍ଚଳରେ ଏକ ଡବଲ ମର୍ଡର ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ପ୍ରେମିକଙ୍କୁ…

ସାଙ୍ଗକୁ ହସ୍ପିଟାଲରେ ଭର୍ତ୍ତି କରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣା, ଅଧାବାଟରେ ଚାଲିଗଲା ଜୀବନ

ଗଜପତି,୨୪।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ୩୨୬-ଏ ଜାତୀୟ ରାଜପଥର ଆର୍.ସୀତାପୁର ଗ୍ରାମ ନିକଟସ୍ଥ ଏକ ବୁଲାଣିଆ ରାସ୍ତାରେ ସଡ଼କ ଦୁର୍ଘଟଣା । ସୋମବାର…

ଲୁଗା ଶୁଖାଇବା ବେଳେ ଲାଗିଗଲା କରେଣ୍ଟ, ତାପରେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନବଗୋଛା ଗ୍ରାମରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ…

ତାରାତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା, ସରସ୍ବତୀ ବେଶରେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୨୪।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ତୃତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ଖାମେନେଇଙ୍କ ମୃତ୍ୟୁର ୪୮ ଘଣ୍ଟା ପୂର୍ବରୁ ଟ୍ରମ୍ପଙ୍କୁ ଫୋନ କରିଥିଲେ ନେତାନ୍ୟାହୁ, କହିଥିଲେ ବଡ଼ ଗୁମର କଥା, ଜାଣନ୍ତୁ…

ଓ୍ବାଶିଂଟନ,୨୪।୩: ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଦୁବାଇରେ ଧରାପଡ଼ିଲେ ଭାରତର ମୋଷ୍ଟ ୱାଣ୍ଟେଡ ଡ୍ରଗ୍ସ ମାଫିଆ! ଖୁବଶୀଘ୍ର ଆସିବେ ଭାରତ

ନୂଆଦିଲ୍ଲୀ,୨୪।୩: ଭାରତର ଡ୍ରଗ ମାଫିଆଙ୍କ ଜଣେ ପ୍ରମୁଖ ବ୍ୟକ୍ତି ଜସବିନ୍ଦର ଓରଫ ‘ଜାଜ’କୁ ଦୁବାଇରେ ଗିରଫ କରାଯାଇଛି। ଭାରତୀୟ ଏଜେନ୍ସିଗୁଡ଼ିକର ନିର୍ଦ୍ଦେଶରେ ଇଣ୍ଟରପୋଲ ସହାୟତାରେ ଏହି ଅପରେଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri