ଦ୍ରୁତ ଗତିରେ ବଢି ଚାଲିଛି ଇ-କମର୍ସ କମ୍ପାନୀଙ୍କ ତେଜରାତି ବ୍ୟବସାୟ, ମୁଣ୍ଡରେ ହାତ ଦେଲେଣି ଖୁଚୁରା ଦୋକାନୀ

ନୂଆଦିଲ୍ଲୀ,୧୯।୧୧: ଖାଉଟି କ୍ରେତାଙ୍କୁ ବଡ଼ ମାତ୍ରାରେ ରିହାତି ଦେଇ ନିଜ ଆଡକୁ ଆକୃଷ୍ଟ କରୁଛନ୍ତି ଇ-କମର୍ସ କମ୍ପାନୀ। ପାର୍ବଣ ସମୟରେ ଏହା ଆହୁରି ଅଧିକ ରହୁଛି। କେବଳ ଏତିକି ନୁହେଁ ଅର୍ଡର କଲେ ଏଣିକି ୧୦ ମିନିଟରେ ଆସି ଘର ଦୁଆରେ ଜିନିଷ ପହଞ୍ଚୁଛି। ଫଳରେ ଲୋକେ ଆଉ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଆଣିବାକୁ ତେଜରାତି ଦୋକାନକୁ ଯିବା ପାଇଁ ମନ ବଳାଉ ନାହାନ୍ତି। ସେପଟେ ପୁଣି ତେଜରାତି ଦୋକାନରେ ସମାନ ଜିନିଷର ମୂଲ୍ୟ ଅଧିକ ଦେବାକୁ ପଡୁଛି। ମେଟ୍ରୋ ସିଟିରେ ସ୍ଥିତି ଏପରି ହେଲାଣି ଯେ, କିଛି ଅଞ୍ଚଳରେ ତେଜରାତି ଦୋକାନ କମ୍ ଦିନରେ ବନ୍ଦ ହୋଇଯିବ। କାରଣ ସାଧାରଣ ଲୋକଟିଏ କୌଣସି ଜିନିଷ ଆଣିବାକୁ ଦୋକାନକୁ ଗଲା ବେଳକୁ ଅନଲାଇନ୍ ରେ ମିଳୁଥିବା ମୂଲ୍ୟଠାରୁ ଅଧିକ ଟଙ୍କା କହୁଛନ୍ତି ଦୋକାନୀ, ଫଳରେ ଗ୍ରାହକଟି ମୁହଁମୋଡ଼ି ଫେରିଯାଉଛି।

ଘର ପାଖ ଛୋଟିଆ ଦୋକାନରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳୁଛି। ଯେଉଁଠାରେ ଜଣେ ଗ୍ରାହକ ଅନଲାଇନ୍ ରେ ଭଲ ରିହାତି ମିଳୁଥିବା କଥା କହି ବାସନ ମଜା ଲିକ୍ୱିଡ୍ କିଣିବାକୁ ମଧ୍ୟ ମନ ବଳାଉନାହାନ୍ତି। ସମଗ୍ର ଭାରତର ସହରାଞ୍ଚଳରେ ଇ-କମର୍ସ ପ୍ଲାଟଫର୍ମଗୁଡିକର ପ୍ରଭାବରେ ସ୍ଥାନୀୟ ତେଜରାତି ଦୋକାନୀଙ୍କର ଗ୍ରାହକ ସବୁ ଦୂରେଇ ଯାଉଛନ୍ତି।

ଏହି ପରିବର୍ତନର ଧାରା ସମ୍ପୂର୍ଣ୍ଣ ହୋଇନଥିବାବେଳେ ଆଗକୁ ଦେଶର ସହରାଞ୍ଚଳ ଗୁଡିକରେ ଥିବା ସମସ୍ତ ତେଜରାତି ଦୋକୀନରେ ଏହି କାରଣରୁ ତାଲା ପଡ଼ିବାର ସମ୍ଭାବନାକୁ ଏଡାଇ ଦିଆଯାଇ ପାରିବନାହିଁ। ଡାଟୁମ୍ ଇଣ୍ଟେଲିଜେନ୍ସ ରିପୋର୍ଟ ଅନୁଯାୟୀ, ୮୨ ଶତାଂଶରୁ ଅଧିକ ଗ୍ରାହକ ଅତି କମରେ ସେମାନଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଏକ ଚତୁର୍ଥାଂଶ ଇ-କମର୍ସ ପ୍ଲାଟଫର୍ମରୁ କିଣୁଛନ୍ତି ଏବଂ ୫ ଶତାଂଶ ଲୋକେ ତେଜରାତି ଦୋକାନରୁ କିଣିବା ବନ୍ଦ କରି ଦେଇଛନ୍ତି। ଏହି ଧାରା ଖୁଚୁରା ସାମଗ୍ରୀ କିଣିବାର ପ୍ରକ୍ରିୟାକୁ ପରିବର୍ତନ କରିବ କିନ୍ତୁ ତେଜରାତି ଦୋକାନୀଙ୍କୁ କ୍ଷତି ପହଞ୍ଚାଇବା ପାଇଁ ଏହି ଧାରା ପ୍ରସ୍ତୁତି କରି ସାରିଛି।

ତେବେ ଯୁବବର୍ଗ ରିହାତି ପାଇ ଇ-କମର୍ସ ମୁହାଁ ହେଉଥିବା ବେଳେ ବରିଷ୍ଠ ବର୍ଗର ଲୋକେ ଏବେ ମଧ୍ୟ ସ୍ଥାନୀୟ ତେଜରାତି ଦୋକାନକୁ ଆଗ୍ରାଧିକାର ଦେଉଛନ୍ତି। ଅନେକ ଦୋକାନୀଙ୍କ କହିବା ମୁତାବକ କର୍ମଜୀବିମାନେ ଦୋକାନକୁ ଆସିବା କମାଇ ଦେଇଥିବା ବେଳେ ବିଶ୍ୱସ୍ତ ଲୋକମାନେ ଏବେ ମଧ୍ୟ ତେଜରାତି ଦୋକାନରୁ କିଣିବାକୁ ପସନ୍ଦ କରୁଛନ୍ତି ଏବଂ ଅନଲାଇନରେ କିଣି ଘର ପାଖରେ ପହଞ୍ଚାଇବାକୁ ଅଧିକ ଟଙ୍କା ଦେବାକୁ ମନ କରୁନାହାନ୍ତି।

କିନ୍ତୁ ଏହି ପରିବର୍ତ୍ତନର ଧାରା ବଢି ଚାଲିଛି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଭାରତର ଗ୍ରୋସରୀ ବଜାରରେ ଅସଂଗଠିତ ଖୁଚୁରା ପ୍ରାଧାନ୍ୟ ରହିଛି ଏବଂ ତେଜରାତି ଦୋକାନ ଗୁଡିକ ନିକଟରେ ୯୨ ଶତାଂଶ ବ୍ୟବସାୟ ରହିଛି। ସଂଗଠିତ ଖୁଚୁରା ଏବଂ ଇ-କମର୍ସ ଦ୍ରୁତ ବୃଦ୍ଧି ସତ୍ତ୍ୱେ ତେଜରାତି ଦୋକାନ ଗୁଡିକର ଏହି କ୍ଷେତ୍ରର ପ୍ରାଧାନ୍ୟ ରହିଛି।

ଲୋକମାନଙ୍କ ମଧ୍ୟରେ ଏହି ପରିବର୍ତ୍ତନ ମଧ୍ୟରେ, ସର୍ବ ଭାରତୀୟ ବ୍ୟବସାୟୀ ସଂଘ (ସିଏଆଇଟି) ଇ-କମର୍ସ ପ୍ଲାଟଫର୍ମର କାରବାର ସମ୍ପର୍କରେ ସତର୍କ କରାଇଛନ୍ତି। ନିକଟରେ ପ୍ରକାଶିତ ଶ୍ଵେତପତ୍ରରେ ସିଏଆଇଟି ଭାରତର ଖୁଚୁରା ଇକୋସିଷ୍ଟମକୁ ଭଣ୍ଡୁର କରିବା ପାଇଁ ଏହି ପ୍ଲାଟଫର୍ମଗୁଡିକ ଦ୍ୱାରା ବିଦେଶୀ ପ୍ରତ୍ୟକ୍ଷ ନିବେଶ (ଏଫଡିଆଇ) ର ଅପବ୍ୟବହାରକୁ ଆଲୋକିତ କରିଥିଲା।

ଖବରଦାତା ସମ୍ମିଳନୀରେ ସିଏଆଇଟି ସେକ୍ରେଟେରୀ ଜେନେରାଲ୍ ତଥା ଚାନ୍ଦନୀ ଚୌକ ସାଂସଦ ପ୍ରବୀଣ ଖଣ୍ଡେଲୱାଲ ଇ-କମର୍ସ କମ୍ପନୀମାନେ ଯୋଗାଣକାରୀଙ୍କୁ ନିୟନ୍ତ୍ରଣ କରିବା ଏବଂ ସର୍ବନିମ୍ନ ପ୍ରତିଦ୍ବନ୍ଦିତା ମୂଳକ ମୂଲ୍ୟ ଧାର୍ଯ୍ୟ କରି ପ୍ରତିଯୋଗୀଙ୍କ କ୍ଷତି ପହଞ୍ଚାଇବାକୁ ଏଫଡିଆଇ ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି। “ଏହି ରଣନୀତି ବଜାରରେ ଅସମାନତା ସୃଷ୍ଟି କରୁଛି ଯାହା ଭାରତର ୩୦ ନିୟୁତ ତେଜରାତି ଦୋକାନୀ ପ୍ରତିଦ୍ୱନ୍ଦ୍ୱିତା କରିବା ପ୍ରାୟ ଅସମ୍ଭବ ହୋଇପଡିଛି। ଫଳରେ ଛୋଟ ଖୁଚୁରା ବ୍ୟବସାୟୀଙ୍କୁ ଆକ୍ରମଣାତ୍ମକ ଭାବେ ବଜାରରୁ ବାହାର କରି ଦିଆଯାଉଛି ବୋଲି ଖଣ୍ଡେଲୱାଲ କହିଛନ୍ତି। ଏହି ପ୍ରକାର ରଣନୀତି ଇ- କମର୍ସ କମ୍ପାନୀ ଗୁଡିକୁ ଗ୍ରୋସରୀ ବଜାରର ୨୫-୩୦ ଶତାଂଶ ଅଧିକାର କରିବାରେ ସାହାଯ୍ୟ କରିଛି।

ବାଣିଜ୍ୟ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ, ଇ-କମର୍ସ କମ୍ପାନୀର ସଫଳତା ଭାରତର ଶ୍ରେଷ୍ଠ ୧୫-୨୦ ସହରରେ ସୀମିତ, ଏହି ଅଞ୍ଚଳରେ ତେଜରାତି ଦୋକାନ ଗୁଡିକ ଉପରେ ଏହାର ପ୍ରଭାବ ଉଦ୍ବେଗଜନକ ଅଟେ। ତେବେ ଏହାର ଜବାବରେ କିଛି ତେଜରାତି ଦୋକାନୀ ଗ୍ରାହକଙ୍କୁ ବାନ୍ଧି ରଖିବା ପାଇଁ ହୋମ ଡେଲିଭରି ମଡେଲ ଆପଣାଉଛନ୍ତି। କିନ୍ତୁ ସେମାନଙ୍କର ସୀମିତ କ୍ଷମତା ଏବଂ ନିର୍ଦ୍ଧିଷ୍ଟ ପାଣ୍ଠି ଅପେକ୍ଷା ଭଲ ଅନୁଦାନ ପ୍ରାପ୍ତ ଇ-କମର୍ସ କମ୍ପାନୀଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ ନିବାସରୁ ବାହାରି ବଡ଼ ସୂଚନା ଦେଲେ କଳିକେଶ: କହିଦେଲେ ସାଂଘାତିକ କଥା, ରାଜନୀତିରେ ହଇଚଇ

ଭୁବନେଶ୍ୱର,୩୧।୧: ନବୀନ ନିବାସରୁ ବାହାରିଲେ କଳିକେଶ ନାରାୟଣ ସିଂହଦେଓ। ଏହି ସମୟରେ ଗଣମାଧ୍ୟମ ଜରିଆରେ କଳିକେଶ ବଡ଼ ସୂଚନା ଦେଇ କହିଛନ୍ତି, ଓଡ଼ିଶା ଲାଗି କାମ କରିବା…

NCPର ବଡ଼ ଦାଦି, ସୁନେତ୍ରା ଉପ ମୁଖ୍ୟମନ୍ତ୍ରୀ, ପାର୍ଥ ପାଓ୍ବାରଙ୍କୁ ରାଜ୍ୟ ସଭାରେ ମିଳିବ ସିଟ୍‌!

ମୁମ୍ବାଇ,୩୧।୧: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP) ମହାରାଷ୍ଟ୍ର ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଅଜିତ ପାୱାରଙ୍କ ହଠାତ ମୃତ୍ୟୁ ପରେ ସୃଷ୍ଟି ହୋଇଥିବା ନେତୃତ୍ୱ ସଙ୍କଟକୁ…

ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ରାଜଧାନୀ ମହିଳାଙ୍କ ପାଇଁ ନେଲେ ଏହି ପଦକ୍ଷେପ, ଏଣିକି ମିଳିବ…

ଭୁବନେଶ୍ୱର,୩୧ା୧: ରାଜଧାନୀ ମହିଳା ଯାତ୍ରୀଙ୍କ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏକ ବଡ଼ ଘୋଷଣା କରିଛନ୍ତି। ମହିଳାଙ୍କ ସୁରକ୍ଷା ଏବଂ…

ସୁନା-ରୂପା ପରି ବଢିଚାଲିଛି ଏହି ଧାତୁର ଦାମ୍‌! ଏବେଠୁ କିଣି ନିଅନ୍ତୁ…

ନୂଆଦିଲ୍ଲୀ,୩୧।୧: ଯଦି ଆପଣଙ୍କର ଧ୍ୟାନ କେବଳ ସୁନା ଏବଂ ରୂପା ଉପରେ ରହିଛି, ତେବେ ବଜାରକୁ ପୁନଃପରୀକ୍ଷଣ କରିବାର ସମୟ ଆସିଛି। ବିଶ୍ୱ ସାମଗ୍ରୀ ବଜାରରେ ଏକ…

ହଠାତ୍‌ ନବୀନ ନିବାସରେ ପହଞ୍ଚିଲେ କଳିକେଶ, ମିଳିବ ବଡ଼ ଦାୟିତ୍ୱ!

ଭୁବନେଶ୍ୱର,୩୧।୧: ନବୀନ ନିବାସରେ ପହଞ୍ଚିଲେ କଳିକେଶ ନାରାୟଣ ସିଂହଦେଓ।କଳିକେଶଙ୍କୁ ବଡ଼ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି । କଳିକେଶଙ୍କୁ ନେତୃତ୍ୱ ଦେବା ପାଇଁ ୨…

ବିଜେଡିରେ ଥମୁନି କଳିକେଶ ଚର୍ଚ୍ଚା, ବାହାରୁ ସମର୍ଥନ ଭିତରେ ବିରୋଧ

ଭୁବନେଶ୍ୱର,୩୧ା୧: ପୂର୍ବତନ ଏମ୍‌ପି ତଥା ବଲାଙ୍ଗୀର ବିଜେଡି ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କୁ ନେଇ ଚର୍ଚ୍ଚା ଥମୁନି। ତାଙ୍କ ନେତୃତ୍ୱକୁ ନେଇ ଜିଲା ବାହାରୁ ସମର୍ଥନ ପରେ…

ଯୋଗାଣ ମନ୍ତ୍ରୀଙ୍କ ବାସଭବନରୁ ସହାୟକଙ୍କ ମୃତ୍ୟୁ ନେଇ ସନ୍ଦେହ: ରାତି ଅଧିଆ ଶବ ବ୍ୟବଛେଦକୁ ନେଇ ଉଠୁଛି ପ୍ରଶ୍ନ

ଭୁବନେଶ୍ୱର,୩୧।୧(ତ୍ରିନାଥ ମହାନ୍ତି): ଭୁବନେଶ୍ୱର କ୍ୟାପିଟାଲ ଥାନା ଅଞ୍ଚଳରେ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କୃଷ୍ଣ ପାତ୍ରଙ୍କ ସରକାରୀ କ୍ବାର୍ଟର୍ସରୁ ଘରୋଇ ସହାୟକଙ୍କ ମୃତଦେହ ମିଳିବା ଘଟଣାକୁ…

ଦଶନ୍ଧିରେ ସର୍ବାଧିକ ଖସିଲା ରୁପା ଦର, ସୁନା ଦରରେ ବି ଲାଗିଲା ବ୍ରେକ୍‌, ସିଧା ୮୦୦୦ କମିଲା…

ଭୁବନେଶ୍ୱର,୩୧।୧: ସୁନା ଦରରେ ଲାଗିଲା ବ୍ରେକ୍‌। ଆଜି ପୁଣି କମିଲା ସୁନା ରୁପା ଦର। ୨୪ କ୍ୟାରେଟ ସୁନା ଦର ୮ହଜାର ୬୨୦ ଟଙ୍କା ହ୍ରାସ ପାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri