ଦ୍ରୁତ ଗତିରେ ବଢି ଚାଲିଛି ଇ-କମର୍ସ କମ୍ପାନୀଙ୍କ ତେଜରାତି ବ୍ୟବସାୟ, ମୁଣ୍ଡରେ ହାତ ଦେଲେଣି ଖୁଚୁରା ଦୋକାନୀ

ନୂଆଦିଲ୍ଲୀ,୧୯।୧୧: ଖାଉଟି କ୍ରେତାଙ୍କୁ ବଡ଼ ମାତ୍ରାରେ ରିହାତି ଦେଇ ନିଜ ଆଡକୁ ଆକୃଷ୍ଟ କରୁଛନ୍ତି ଇ-କମର୍ସ କମ୍ପାନୀ। ପାର୍ବଣ ସମୟରେ ଏହା ଆହୁରି ଅଧିକ ରହୁଛି। କେବଳ ଏତିକି ନୁହେଁ ଅର୍ଡର କଲେ ଏଣିକି ୧୦ ମିନିଟରେ ଆସି ଘର ଦୁଆରେ ଜିନିଷ ପହଞ୍ଚୁଛି। ଫଳରେ ଲୋକେ ଆଉ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଆଣିବାକୁ ତେଜରାତି ଦୋକାନକୁ ଯିବା ପାଇଁ ମନ ବଳାଉ ନାହାନ୍ତି। ସେପଟେ ପୁଣି ତେଜରାତି ଦୋକାନରେ ସମାନ ଜିନିଷର ମୂଲ୍ୟ ଅଧିକ ଦେବାକୁ ପଡୁଛି। ମେଟ୍ରୋ ସିଟିରେ ସ୍ଥିତି ଏପରି ହେଲାଣି ଯେ, କିଛି ଅଞ୍ଚଳରେ ତେଜରାତି ଦୋକାନ କମ୍ ଦିନରେ ବନ୍ଦ ହୋଇଯିବ। କାରଣ ସାଧାରଣ ଲୋକଟିଏ କୌଣସି ଜିନିଷ ଆଣିବାକୁ ଦୋକାନକୁ ଗଲା ବେଳକୁ ଅନଲାଇନ୍ ରେ ମିଳୁଥିବା ମୂଲ୍ୟଠାରୁ ଅଧିକ ଟଙ୍କା କହୁଛନ୍ତି ଦୋକାନୀ, ଫଳରେ ଗ୍ରାହକଟି ମୁହଁମୋଡ଼ି ଫେରିଯାଉଛି।

ଘର ପାଖ ଛୋଟିଆ ଦୋକାନରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳୁଛି। ଯେଉଁଠାରେ ଜଣେ ଗ୍ରାହକ ଅନଲାଇନ୍ ରେ ଭଲ ରିହାତି ମିଳୁଥିବା କଥା କହି ବାସନ ମଜା ଲିକ୍ୱିଡ୍ କିଣିବାକୁ ମଧ୍ୟ ମନ ବଳାଉନାହାନ୍ତି। ସମଗ୍ର ଭାରତର ସହରାଞ୍ଚଳରେ ଇ-କମର୍ସ ପ୍ଲାଟଫର୍ମଗୁଡିକର ପ୍ରଭାବରେ ସ୍ଥାନୀୟ ତେଜରାତି ଦୋକାନୀଙ୍କର ଗ୍ରାହକ ସବୁ ଦୂରେଇ ଯାଉଛନ୍ତି।

ଏହି ପରିବର୍ତନର ଧାରା ସମ୍ପୂର୍ଣ୍ଣ ହୋଇନଥିବାବେଳେ ଆଗକୁ ଦେଶର ସହରାଞ୍ଚଳ ଗୁଡିକରେ ଥିବା ସମସ୍ତ ତେଜରାତି ଦୋକୀନରେ ଏହି କାରଣରୁ ତାଲା ପଡ଼ିବାର ସମ୍ଭାବନାକୁ ଏଡାଇ ଦିଆଯାଇ ପାରିବନାହିଁ। ଡାଟୁମ୍ ଇଣ୍ଟେଲିଜେନ୍ସ ରିପୋର୍ଟ ଅନୁଯାୟୀ, ୮୨ ଶତାଂଶରୁ ଅଧିକ ଗ୍ରାହକ ଅତି କମରେ ସେମାନଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଏକ ଚତୁର୍ଥାଂଶ ଇ-କମର୍ସ ପ୍ଲାଟଫର୍ମରୁ କିଣୁଛନ୍ତି ଏବଂ ୫ ଶତାଂଶ ଲୋକେ ତେଜରାତି ଦୋକାନରୁ କିଣିବା ବନ୍ଦ କରି ଦେଇଛନ୍ତି। ଏହି ଧାରା ଖୁଚୁରା ସାମଗ୍ରୀ କିଣିବାର ପ୍ରକ୍ରିୟାକୁ ପରିବର୍ତନ କରିବ କିନ୍ତୁ ତେଜରାତି ଦୋକାନୀଙ୍କୁ କ୍ଷତି ପହଞ୍ଚାଇବା ପାଇଁ ଏହି ଧାରା ପ୍ରସ୍ତୁତି କରି ସାରିଛି।

ତେବେ ଯୁବବର୍ଗ ରିହାତି ପାଇ ଇ-କମର୍ସ ମୁହାଁ ହେଉଥିବା ବେଳେ ବରିଷ୍ଠ ବର୍ଗର ଲୋକେ ଏବେ ମଧ୍ୟ ସ୍ଥାନୀୟ ତେଜରାତି ଦୋକାନକୁ ଆଗ୍ରାଧିକାର ଦେଉଛନ୍ତି। ଅନେକ ଦୋକାନୀଙ୍କ କହିବା ମୁତାବକ କର୍ମଜୀବିମାନେ ଦୋକାନକୁ ଆସିବା କମାଇ ଦେଇଥିବା ବେଳେ ବିଶ୍ୱସ୍ତ ଲୋକମାନେ ଏବେ ମଧ୍ୟ ତେଜରାତି ଦୋକାନରୁ କିଣିବାକୁ ପସନ୍ଦ କରୁଛନ୍ତି ଏବଂ ଅନଲାଇନରେ କିଣି ଘର ପାଖରେ ପହଞ୍ଚାଇବାକୁ ଅଧିକ ଟଙ୍କା ଦେବାକୁ ମନ କରୁନାହାନ୍ତି।

କିନ୍ତୁ ଏହି ପରିବର୍ତ୍ତନର ଧାରା ବଢି ଚାଲିଛି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଭାରତର ଗ୍ରୋସରୀ ବଜାରରେ ଅସଂଗଠିତ ଖୁଚୁରା ପ୍ରାଧାନ୍ୟ ରହିଛି ଏବଂ ତେଜରାତି ଦୋକାନ ଗୁଡିକ ନିକଟରେ ୯୨ ଶତାଂଶ ବ୍ୟବସାୟ ରହିଛି। ସଂଗଠିତ ଖୁଚୁରା ଏବଂ ଇ-କମର୍ସ ଦ୍ରୁତ ବୃଦ୍ଧି ସତ୍ତ୍ୱେ ତେଜରାତି ଦୋକାନ ଗୁଡିକର ଏହି କ୍ଷେତ୍ରର ପ୍ରାଧାନ୍ୟ ରହିଛି।

ଲୋକମାନଙ୍କ ମଧ୍ୟରେ ଏହି ପରିବର୍ତ୍ତନ ମଧ୍ୟରେ, ସର୍ବ ଭାରତୀୟ ବ୍ୟବସାୟୀ ସଂଘ (ସିଏଆଇଟି) ଇ-କମର୍ସ ପ୍ଲାଟଫର୍ମର କାରବାର ସମ୍ପର୍କରେ ସତର୍କ କରାଇଛନ୍ତି। ନିକଟରେ ପ୍ରକାଶିତ ଶ୍ଵେତପତ୍ରରେ ସିଏଆଇଟି ଭାରତର ଖୁଚୁରା ଇକୋସିଷ୍ଟମକୁ ଭଣ୍ଡୁର କରିବା ପାଇଁ ଏହି ପ୍ଲାଟଫର୍ମଗୁଡିକ ଦ୍ୱାରା ବିଦେଶୀ ପ୍ରତ୍ୟକ୍ଷ ନିବେଶ (ଏଫଡିଆଇ) ର ଅପବ୍ୟବହାରକୁ ଆଲୋକିତ କରିଥିଲା।

ଖବରଦାତା ସମ୍ମିଳନୀରେ ସିଏଆଇଟି ସେକ୍ରେଟେରୀ ଜେନେରାଲ୍ ତଥା ଚାନ୍ଦନୀ ଚୌକ ସାଂସଦ ପ୍ରବୀଣ ଖଣ୍ଡେଲୱାଲ ଇ-କମର୍ସ କମ୍ପନୀମାନେ ଯୋଗାଣକାରୀଙ୍କୁ ନିୟନ୍ତ୍ରଣ କରିବା ଏବଂ ସର୍ବନିମ୍ନ ପ୍ରତିଦ୍ବନ୍ଦିତା ମୂଳକ ମୂଲ୍ୟ ଧାର୍ଯ୍ୟ କରି ପ୍ରତିଯୋଗୀଙ୍କ କ୍ଷତି ପହଞ୍ଚାଇବାକୁ ଏଫଡିଆଇ ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି। “ଏହି ରଣନୀତି ବଜାରରେ ଅସମାନତା ସୃଷ୍ଟି କରୁଛି ଯାହା ଭାରତର ୩୦ ନିୟୁତ ତେଜରାତି ଦୋକାନୀ ପ୍ରତିଦ୍ୱନ୍ଦ୍ୱିତା କରିବା ପ୍ରାୟ ଅସମ୍ଭବ ହୋଇପଡିଛି। ଫଳରେ ଛୋଟ ଖୁଚୁରା ବ୍ୟବସାୟୀଙ୍କୁ ଆକ୍ରମଣାତ୍ମକ ଭାବେ ବଜାରରୁ ବାହାର କରି ଦିଆଯାଉଛି ବୋଲି ଖଣ୍ଡେଲୱାଲ କହିଛନ୍ତି। ଏହି ପ୍ରକାର ରଣନୀତି ଇ- କମର୍ସ କମ୍ପାନୀ ଗୁଡିକୁ ଗ୍ରୋସରୀ ବଜାରର ୨୫-୩୦ ଶତାଂଶ ଅଧିକାର କରିବାରେ ସାହାଯ୍ୟ କରିଛି।

ବାଣିଜ୍ୟ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ, ଇ-କମର୍ସ କମ୍ପାନୀର ସଫଳତା ଭାରତର ଶ୍ରେଷ୍ଠ ୧୫-୨୦ ସହରରେ ସୀମିତ, ଏହି ଅଞ୍ଚଳରେ ତେଜରାତି ଦୋକାନ ଗୁଡିକ ଉପରେ ଏହାର ପ୍ରଭାବ ଉଦ୍ବେଗଜନକ ଅଟେ। ତେବେ ଏହାର ଜବାବରେ କିଛି ତେଜରାତି ଦୋକାନୀ ଗ୍ରାହକଙ୍କୁ ବାନ୍ଧି ରଖିବା ପାଇଁ ହୋମ ଡେଲିଭରି ମଡେଲ ଆପଣାଉଛନ୍ତି। କିନ୍ତୁ ସେମାନଙ୍କର ସୀମିତ କ୍ଷମତା ଏବଂ ନିର୍ଦ୍ଧିଷ୍ଟ ପାଣ୍ଠି ଅପେକ୍ଷା ଭଲ ଅନୁଦାନ ପ୍ରାପ୍ତ ଇ-କମର୍ସ କମ୍ପାନୀଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

HDFC ଓ PNB ବ୍ୟାଙ୍କର ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏପ୍ରିଲ ୧ରୁ ବଦଳିଯିବ…

ନୂଆଦିଲ୍ଲୀ,୧୯।୩: ମାର୍ଚ୍ଚ ମାସର ଅଧାରୁ ଅଧିକ ସମୟ ବିତିଗଲାଣି, ଏବଂ ଆଉ କିଛି ଦିନ ପରେ ଏପ୍ରିଲ ମାସ ଆରମ୍ଭ ହେବାକୁ ଯାଉଛି। ୧ ଏପ୍ରିଲରୁ, ଦେଶର…

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୮।୩: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନଗଣନା…

ଗ୍ରାଉଣ୍ଡକୁ ଓହ୍ଲାଇଲା ଆମେରିକା ସେନା! ୩ୟ ବିଶ୍ୱଯୁଦ୍ଧକୁ ନେଇ ଭୟଙ୍କର ସଙ୍କେତ…

ଓ଼୍ବାଶିଂଟନ୍‌,୧୯।୩: ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେବୃଆରୀ 28ରେ ଇସ୍ରାଏଲ ସହିତ ଇରାନ ଉପରେ ମିଳିତ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଥିଲେ, ସେତେବେଳେ “ପରବର୍ତ୍ତୀ ସମୟରେ…

ଘନେଇଲା ୩ୟ ବିଶ୍ୱଯୁଦ୍ଧର ଭୟ: ଯୁଦ୍ଧକୁ ଡେଇଁବେ ଭାରତ-ପାକିସ୍ତାନ?

ନୂଆଦିଲ୍ଲୀ,୧୯।୩: “ତୃତୀୟ ବିଶ୍ୱ” ବା ଥାର୍ଡ ଓ଼୍ବାଲର୍‌ଡ ଏହା ପ୍ରାୟତଃ ପଛୁଆତା କିମ୍ୱା ଦାରିଦ୍ର୍ୟ ସହିତ ଜଡିତ ଏକ ଶବ୍ଦ; ତଥାପି, ଆପଣ କ’ଣ ଜାଣନ୍ତି ଯେ…

ଯୁଦ୍ଧରେ ଭାରତକୁ ସମର୍ଥନ… ଯୁଦ୍ଧ ଭିତରେ ପୁଟିନ୍‌ଙ୍କ ବଡ଼ ବୟାନ, ଟ୍ରମ୍ପ ଛାନିଆ!

ନୂଆଦିଲ୍ଲୀ,୧୯।୩: ଇସ୍ରାଏଲ ଇରାନ ଉପରେ ଆକ୍ରମଣକୁ ତୀବ୍ର କରୁଥିବାରୁ, ମଧ୍ୟପ୍ରାଚ୍ୟରେ ସଂଘର୍ଷ କ୍ରମଶଃ ଭୟଙ୍କର ହେବାରେ ଲାଗିଛି। ଇସ୍ରାଏଲ ଏକ ଇରାନୀ ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ…

ଭାରତର ବଢିଲା ଟେନ୍‌ସନ: ଯେଉଁଠୁ ଆସେ ଗ୍ୟାସ୍‌, ସେଠି ଘଟିଲା…

ନୂଆଦିଲ୍ଲୀ,୧୯।୩:ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏବେ ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଛି। ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଜାରି ରହିଥିବା ଶତ୍ରୁତାର ପ୍ରଭାବ ଭାରତରେ ମଧ୍ୟ ପଡ଼ିବା…

ଶେଷରେ ନରମ ପଡ଼ିଲେ ଟ୍ରମ୍ପ: କହିଲେ, ମୁଁ ଆଉ ଚାହୁଁନାହିଁ…

ଓ୍ବାଶିଂଟନ୍‌,୧୯।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଟେନ୍‌ସନ୍‌ରେ ଅଛନ୍ତି। ସେ ଇରାନକୁ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ତେହରାନ କତାରର ତରଳ ପ୍ରାକୃତିକ ଗ୍ୟାସ…

ପାକିସ୍ତାନ କରିବ ବଡ଼ ଆକ୍ରମଣ, ଡରିଲାଣି ଆମେରିକା!

ଓ଼୍ବାଶିଂଟନ,୧୯।୩: ଆମେରିକାର ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ତୁଲସୀ ଗାବାର୍ଡ ବୁଧବାର ପାକିସ୍ତାନକୁ ଆମେରିକା ସାମ୍ନା କରୁଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରମାଣୁ ବିପଦ ମଧ୍ୟରୁ ଗୋଟିଏ ଭାବରେ ଚିହ୍ନଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri