ଜୋହରବାହରୁ,୧୮ା୧୦: ଭାରତୀୟ ଜୁନିୟର ପୁରୁଷ ହକି ଦଳ ଏଠାରେ ଅନୁଷ୍ଠିତ ସୁଲତାନ ଅଫ୍ ଜୋହର କପ୍ ୨୧ ବର୍ଷରୁ କମ୍ ହକି ଟୁର୍ନାମେଣ୍ଟରେ ରନରଅପ୍ ହୋଇଛି। ଶନିବାର ଅନୁଷ୍ଠିତ ଫାଇନାଲରେ ଇଆନ ଗ୍ରେବେଲାରଙ୍କ।
ଗ୍ରେବେଲାର ପ୍ରଥମ କ୍ୱାର୍ଟର ଖେଳ ଶେଷ ହେବାର ଅଳ୍ପ ସମୟ ପୂର୍ବରୁ ୧୩ତମ ମିନିଟ୍ରେ ପ୍ରଥମ ଗୋଲ୍ ସ୍କୋର କରିଥିଲେ। ଜବାବରେ ୩ଥର ପୂର୍ବତନ ଚାମ୍ପିୟନ ଭାରତ ଦ୍ୱିତୀୟ କ୍ୱାର୍ଟରରେ ଅନମୋଲ ଏକ୍କାଙ୍କ ଗୋଲ୍ ବଳରେ ମ୍ୟାଚକୁ ୧-୧ରେ ବରାବର ସ୍ଥିତିକୁ ନେଇ ଆସିଥିଲା।
ଅନମୋଲ ୧୭ତମ ମିନିଟ୍ରେ ଏକ ପେନାଲ୍ଟି କର୍ନରକୁ ଗୋଲ୍ରେ ପରିଣତ କରିଥିଲେ। ତୃତୀୟ କ୍ୱାର୍ଟର ଗୋଲ୍ଶୂନ୍ୟ ରହିଥିଲା। ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟର ଖେଳ ଶେଷ ହେବାକୁ ଆଉ ମାତ୍ର ୨ ମିନିଟ ଖେଳ ବାକି ରହିଥିବା ବେଳେ ଗ୍ରେବେଲାର ତାଙ୍କର ଦ୍ୱିତୀୟ ଗୋଲ ସ୍କୋର କରିଥିଲେ, ଯାହାକି ମ୍ୟାଚ ୧୧ଶ ପେନାଲ୍ଟି କର୍ନର ଥିଲା। ମ୍ୟାଚର ଅନ୍ତିମ ପର୍ଯ୍ୟାୟରେ ଭାରତ ଲଗାତର ୬ ପେନାଲ୍ଟି କର୍ନର ସୁଯୋଗ ପାଇଥିଲା। ମାତ୍ର ବିପକ୍ଷ ଦଳର ଗୋଲ୍କିପର ମାଗ୍ନସ ମ୍ୟାକ୍ଜଲାଣ୍ଡ ଚମତ୍କାର ଗୋଲରକ୍ଷଣ କରି ଭାରତର ସମସ୍ତ ଉଦ୍ୟମକୁ ପଣ୍ଡ କରିଦେଇଥିଲେ।
୨୦୨୨ରେ ଭାରତ ବିପକ୍ଷ ପରାଜୟ ସମେତ କ୍ରମାଗତ ୩ଟି ଫାଇନାଲରେ ପରାଜିତ ହେବା ପରେ ଅଷ୍ଟ୍ରେଲିଆ ଶେଷରେ ବିଜୟୀ ହୋଇପାରିଛି। ଏହାଦ୍ୱାରା ସେମାନେ ଆହୁରି ମଧ୍ୟ ଭାରତ ବିପକ୍ଷରେ ୩ବର୍ଷ ତଳର ପରାଜୟର ପ୍ରତିଶୋଧ ନେଇପାରିଛନ୍ତି। ଅଷ୍ଟ୍ରେଲିଆର ଓଭରଅଲ ଏହା ତୃତୀୟ ଓଭରଅଲ୍ ସୁଲ୍ତାନ ଅଫ୍ ଜୋହର କପ୍ ଟାଇଟଲ।

