Posted inଖେଳ

ରନର ଅପ୍‌ରେ ସନ୍ତୁଷ୍ଟ ହେଲା ଭାରତ

ଜୋହରବାହରୁ,୧୮ା୧୦: ଭାରତୀୟ ଜୁନିୟର ପୁରୁଷ ହକି ଦଳ ଏଠାରେ ଅନୁଷ୍ଠିତ ସୁଲତାନ ଅଫ୍‌ ଜୋହର କପ୍‌ ୨୧ ବର୍ଷରୁ କମ୍‌ ହକି ଟୁର୍ନାମେଣ୍ଟରେ ରନରଅପ୍‌ ହୋଇଛି। ଶନିବାର ଅନୁଷ୍ଠିତ ଫାଇନାଲରେ ଇଆନ ଗ୍ରେବେଲାରଙ୍କ।

ଗ୍ରେବେଲାର ପ୍ରଥମ କ୍ୱାର୍ଟର ଖେଳ ଶେଷ ହେବାର ଅଳ୍ପ ସମୟ ପୂର୍ବରୁ ୧୩ତମ ମିନିଟ୍‌ରେ ପ୍ରଥମ ଗୋଲ୍‌ ସ୍କୋର କରିଥିଲେ। ଜବାବରେ ୩ଥର ପୂର୍ବତନ ଚାମ୍ପିୟନ ଭାରତ ଦ୍ୱିତୀୟ କ୍ୱାର୍ଟରରେ ଅନମୋଲ ଏକ୍କାଙ୍କ ଗୋଲ୍‌ ବଳରେ ମ୍ୟାଚକୁ ୧-୧ରେ ବରାବର ସ୍ଥିତିକୁ ନେଇ ଆସିଥିଲା।

ଅନମୋଲ ୧୭ତମ ମିନିଟ୍‌ରେ ଏକ ପେନାଲ୍‌ଟି କର୍ନରକୁ ଗୋଲ୍‌ରେ ପରିଣତ କରିଥିଲେ। ତୃତୀୟ କ୍ୱାର୍ଟର ଗୋଲ୍‌ଶୂନ୍ୟ ରହିଥିଲା। ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟର ଖେଳ ଶେଷ ହେବାକୁ ଆଉ ମାତ୍ର ୨ ମିନିଟ ଖେଳ ବାକି ରହିଥିବା ବେଳେ ଗ୍ରେବେଲାର ତାଙ୍କର ଦ୍ୱିତୀୟ ଗୋଲ ସ୍କୋର କରିଥିଲେ, ଯାହାକି ମ୍ୟାଚ ୧୧ଶ ପେନାଲ୍ଟି କର୍ନର ଥିଲା। ମ୍ୟାଚର ଅନ୍ତିମ ପର୍ଯ୍ୟାୟରେ ଭାରତ ଲଗାତର ୬ ପେନାଲ୍ଟି କର୍ନର ସୁଯୋଗ ପାଇଥିଲା। ମାତ୍ର ବିପକ୍ଷ ଦଳର ଗୋଲ୍‌କିପର ମାଗ୍ନସ ମ୍ୟାକ୍‌ଜଲାଣ୍ଡ ଚମତ୍କାର ଗୋଲରକ୍ଷଣ କରି ଭାରତର ସମସ୍ତ ଉଦ୍ୟମକୁ ପଣ୍ଡ କରିଦେଇଥିଲେ।

୨୦୨୨ରେ ଭାରତ ବିପକ୍ଷ ପରାଜୟ ସମେତ କ୍ରମାଗତ ୩ଟି ଫାଇନାଲରେ ପରାଜିତ ହେବା ପରେ ଅଷ୍ଟ୍ରେଲିଆ ଶେଷରେ ବିଜୟୀ ହୋଇପାରିଛି। ଏହାଦ୍ୱାରା ସେମାନେ ଆହୁରି ମଧ୍ୟ ଭାରତ ବିପକ୍ଷରେ ୩ବର୍ଷ ତଳର ପରାଜୟର ପ୍ରତିଶୋଧ ନେଇପାରିଛନ୍ତି। ଅଷ୍ଟ୍ରେଲିଆର ଓଭରଅଲ ଏହା ତୃତୀୟ ଓଭରଅଲ୍‌ ସୁଲ୍‌ତାନ ଅଫ୍‌ ଜୋହର କପ୍‌ ଟାଇଟଲ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିରାଟ କୋହଲି ନୁହେଁ, ଏହି ଖେଳାଳି RCBର ଅଧିନାୟକ! ଦିନେଶ କାର୍ତ୍ତିକ ବାଝିଲେ ପ୍ଲେ-୧୧

ନୂଆଦିଲ୍ଲୀ,୧୪।୩: ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୬ ପୂର୍ବରୁ, RCB ବ୍ୟାଟିଂ ପ୍ରଶିକ୍ଷକ ଦିନେଶ କାର୍ତ୍ତିକ ତାଙ୍କର ପସନ୍ଦର “RCB ଅଲ-ଟାଇମ ଏକାଦଶ” ଚୟନ କରିଛନ୍ତି। ଐତିହାସିକ…

IPL ୨୦୨୬ରୁ ବାଦ୍‌ ପଡ଼ିଲେ ହର୍ଷିତ ରାଣା, ତଥାପି ମିଳିବ ୪ କୋଟି; କାରଣ ଜାଣିଲେ… 

ନୂଆଦିଲ୍ଲୀ,୧୩।୩: ଆଇପିଏଲ୍‌ ୨୦୨୬ ଆରମ୍ଭ ହେବା ପୂର୍ବରୁ କୋଲକାତା ନାଇଟ୍‌ ରାଇଡର୍ସ (KKR)କୁ ଶକ୍ତ ଧକ୍କା ଲାଗିଛି। ଦଳର ତାରକା ଦ୍ରୁତ ବୋଲର ହର୍ଷିତ ରାଣା ଆହତ…

‘IPL ଖେଳିବା ଛାଡିଦେବେ…’,ଧୋନିଙ୍କ ଅବସରକୁ ନେଇ ବଡ଼ ଭବିଷ୍ୟବାଣୀ, ସଭିଏଁ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୩।୩: ୨୦୨୬ IPL ସିଜିନ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି, ଯେଉଁଥିରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନରାଇଜର୍ସ ହାଇଦ୍ରାବାଦ (ଆରସିବି ବନାମ ଏସଆରଏଚ) ମଧ୍ୟରେ…

କାହିଁକି ଜଣେ ପାକିସ୍ତାନୀ ଖେଳାଳିଙ୍କୁ କିଣିଲା କାବ୍ୟା ମାରାନଙ୍କ ଦଳ? SRH କୋଚ ନିଜେ ପ୍ରକାଶ କଲେ ସମ୍ପୂର୍ଣ୍ଣ ସତ୍ୟ

ନୂଆଦିଲ୍ଲୀ,୧୩।୩: ଦି ହଣ୍ଡ୍ରେଡ ଲିଗ ନିଲାମରେ ପାକିସ୍ତାନୀ ଖେଳାଳି ଅବରାର ଅହମ୍ମଦଙ୍କୁ କିଣିବା ପରେ ସନରାଇଜର୍ସ ହାଇଦ୍ରାବାଦ ଫ୍ରାଞ୍ଚାଇଜ ଉପରେ ନଜର ରଖାଯାଇଛି। ସନରାଇଜର୍ସ ଲିଡ୍ସ ଦଳ…

ଟି-୨୦ ବିଶ୍ୱକପ୍‌ ବିଜୟ ପରେ ଶ୍ରୀଲଙ୍କା, ଆୟର୍ଲାଣ୍ଡ ଗସ୍ତ କରିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୩।୩: ଟି-୨୦ ବିଶ୍ୱକପ୍‌ ବିଜୟ ପରେ ଟିମ୍‌ ଇଣ୍ଡିଆର ବ୍ୟସ୍ତ କାର୍ଯ୍ୟସୂଚୀ ରହିଛି। ରିପୋର୍ଟ ଅନୁସାରେ, ଭାରତୀୟ ଦଳ ଶ୍ରୀଲଙ୍କା ଏବଂ ଆୟର୍ଲାଣ୍ଡ ଗସ୍ତ କରି ଟି-୨୦…

ଫ୍ଲାଟ୍‌ କିଣିଲେ ଶିବମ ଦୁବେ: ଦାମ୍‌ ଜାଣିଲେ ଉଡ଼ିଯିବ ହୋଶ୍‌

ନୂଆଦିଲ୍ଲୀ,୧୩।୩: ଟି-୨୦ ବିଶ୍ୱକପ ଜିତିବା ପରଠାରୁ ଟିମ ଇଣ୍ଡିଆ ଅନେକ ଖେଳାଳି ନିରନ୍ତର ଚର୍ଚ୍ଚାରେ ରହିଛନ୍ତି। ବିଶେଷକରି ସଞ୍ଜୁ ସାମସନ ଏବଂ ଇଶାନ କିଶାନ ବହୁତ ଆଲୋଚନାର…

୨୦୨୭ ବିଶ୍ୱକପ୍ ଉପରେ BCCIର ନଜର: ରୋହିତ-ବିରାଟଙ୍କୁ ନେଇ ବଡ଼ ପ୍ଲାନ୍!

ମୁମ୍ବାଇ,୧୩।୩: ଟି-୨୦ ବିଶ୍ୱକପ୍ ସଫଳତା ପରେ ଏବେ ବିସିସିଆଇର ପରବର୍ତ୍ତୀ ଟାର୍ଗେଟ୍ ହେଉଛି ୨୦୨୭ ଦିନିକିଆ ବିଶ୍ୱକପ୍। ୨୦୧୧ ପରଠାରୁ ଦୀର୍ଘ ପ୍ରତୀକ୍ଷିତ ଏହି ଟ୍ରଫି ହାସଲ…

ପାକିସ୍ତାନୀ ଖେଳାଳିଙ୍କୁ କିଣିବା ପରେ ସନରାଇଜର୍ସ ହାଇଦ୍ରାବାଦର ବଢିଲା ଅଡୁଆ: ସୋସିଆଲ ମିଡିଆ ଆକାଉଣ୍ଟ ସସ୍‌ପେଣ୍ଡ

ନୂଆଦିଲ୍ଲୀ,୧୩।୩: ନିକଟରେ ହଣ୍ଡ୍ରେଡ ନିଲାମ ଶେଷ ହୋଇଛି। ଏହି ସମୟରେ, ସନରାଇଜର୍ସ ଲିଡ୍ସ ଦଳ ପାକିସ୍ତାନୀ ସ୍ପିନ ବୋଲର ଅବରାର ଅହମ୍ମଦଙ୍କୁ ସେମାନଙ୍କ ଦଳରେ ସାମିଲ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri