ଭାରତୀୟ ହକି ଖେଳାଳିଙ୍କୁ ଦିଆଯିବ ସମ୍ବଲପୁରୀ ହକି ଷ୍ଟୋଲ

ବରଗଡ଼ ଅଫିସ୍‌,୧୪।୮: ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ସହ ସଫଳତା ହାସଲ କରିଥିବା ଭାରତୀୟ ହକି ଦଳକୁ ୧୬ ତାରିଖରେ ଏକ ସ୍ବତନ୍ତ୍ର ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିବେ। ଏହି ସମାରୋହରେ ହକି ଖେଳାଳିଙ୍କୁ ସମ୍ବଲପୁରୀ ବାନ୍ଧକଳାରେ ପ୍ରସ୍ତୁତ ଅଲିମ୍ପିକ୍ସ ହକି ଷ୍ଟୋଲରେ ସମ୍ବର୍ଦ୍ଧନା ଦିଆଯିବ। ଏ ନେଇ ସମ୍ବଲପୁରୀ ବସ୍ତ୍ରାଳୟର ପୂର୍ବତନ ସଭାପତି ସମ୍ବିତ ଆଚାର୍ଯ୍ୟ କହିଛନ୍ତି, ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପତ୍ରସଂଖା-୬୭୮୬ ତା-୧୧।୮।୨୦୨୧ରିଖ ଅନୁସାରେ ସମ୍ବଲପୁରୀ ବସ୍ତ୍ରାଳୟ ୬୫ଖଣ୍ଡ ସିଲ୍କ ଏବଂ ୬୪ଖଣ୍ଡ କଟନ୍‌ ହକି ଷ୍ଟୋଲ ଟୋକିଓ ଅଲିମ୍ପିକ୍ସର ଭାରତୀୟ ହକି ଖେଳାଳିଙ୍କୁ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛି।

ବିଗତ ବର୍ଷର ଡିଜାଇନ ସହିତ ଚଳିତ ବର୍ଷ ହକି ଷ୍ଟିକ୍‌ ଓ ଅଲିମ୍ପିକ୍ସର ଲୋଗୋକୁ ଉକ୍ତ ଡିଜାଇନରେ ମିଶାଇ ଡିଜାଇନର ମକରଧ୍ୱଜ ମେହେର ଏହାକୁ ନୂତନ ଭାବେ ଡିଜାଇନ କରିଛନ୍ତି। ବରପାଲିର ସନ୍ଥ କବୀର ପୁରସ୍କାର ବିଜେତା ଭିଖାରୀ ମେହେର ସିଲ୍କରେ ବାନ୍ଧ ପ୍ରସ୍ତୁତ କରିଥିବାବେଳେ କେନ୍ଦୁପାଲିର ଗଣେଶ ମେହେର ସହଯୋଗ କରିଛନ୍ତି। ଖୁଣ୍ଟପାଲିର ଗୋପାଳ ମେହେର, ଅଭୟ ମେହେର, ବରପାଲିର ଭିଖାରୀ ମେହେର, ସୋନପୁରର ଶିବଶଙ୍କର ମେହେର ଏହାକୁ ବୁଣିଛନ୍ତି। ସେହିପରି ବାଞ୍ଜିଡୁଙ୍ଗୁରିର ଜିତେନ୍ଦ୍ର ମେହେର, ପଡ଼ା ଗ୍ରାମର ବିରେନ୍ଦ୍ର ମେହେର, ସବିତା ମେହେର, ରଞ୍ଜିତା ମେହେର କଟନ୍‌ ହକି ଷ୍ଟୋଲ ଡିଜାଇନ୍‌ର ବାନ୍ଧ ଓ ରଙ୍ଗକାମ ପ୍ରସ୍ତୁତ କରିଛନ୍ତି । ପଡ଼ା ଗ୍ରାମର ଗିରିଧାରୀ ମେହେର, ଗୁଣନିଧି ମେହେର ଏବଂ ବନ୍ଧପାଲି ଗ୍ରାମର ଝସକେତନ ମେହେର ଏହାକୁ ବୁଣିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri